ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ବାହାଘରରୁ ଫେରିବା ବେଳେ ଗଛରେ ପିଟି ହେଲା ସ୍କର୍ପିଓ, ଘଟଣାସ୍ଥଳରେ ଚାଲିଗଲା ୫ ଜଣଙ୍କ ଜୀବନ

ରାଞ୍ଚି, ୧୮/୧୧: ଝାଡ଼ଖଣ୍ଡର ଗିରିଡିହରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଘଟଣାସ୍ଥଳରେ ୫ ଜଣ ପ୍ରାଣ ହରାଇଛନ୍ତି । ଦୁର୍ଘଟଣା ଏତେ ଭୀଷଣ ଥିଲା ଯେ ସ୍କର୍ପିଓର ସମ୍ମୁଖ ଭାଗ ବନେଟ୍ ଉଡ଼ି ଯାଇଛି । ମିଳିଥିବା ସୂଚନା ଅନୁସାରେ, ସ୍କର୍ପିଓରେ ଥିବା ସମସ୍ତେ ବାହାଘରରେ ଯୋଗ ଦେଇ ଫେରୁଥିଲେ । 

ଜ୍ୟୋତିଷଙ୍କ ଭବିଷ୍ୟବାଣୀ: ହିଟ୍‌ମ୍ୟାନ୍‌ଙ୍କ ରାଶିରେ ବିଶ୍ୱକପ୍‌ ଟ୍ରଫି, ଚ୍ୟାଲେଞ୍ଜ ଦେବ ଅଷ୍ଟ୍ରେଲିଆ

ଦୁର୍ଘଟଣା ଖବର ପାଇ ପୋଲିସ ପହଞ୍ଚିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବିଳମ୍ବିତ ରାତିରେ ବିରନି ଥାନା ବାଘମାରାର ଲୁକୈୟାରେ ଏହି ଦୁର୍ଘଟଣା ହୋଇଛି । ବାହାଘରରେ ଯୋଗ ଦେଇ ସମସ୍ତେ ଘରକୁ ଫେରୁଥିବା ବେଳେ ହଠାତ୍ ସ୍କର୍ପିଓଟି ରାସ୍ତାକଡ଼ ଗଛରେ ପିଟି ହୋଇ ଯାଇଥିଲା ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକ କାରରୁ ଲୋକଙ୍କୁ ଉଦ୍ଧାର କରିଥିଲେ । ପୋଲିସ ଖବର ପାଇ ପହଞ୍ଚିଥିଲା । ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ହୋଇଥିବା କହିଛି ପୋଲିସ । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।  

ଆମେରିକାର TIME ମାଗାଜିନରେ ଭାରତୀୟଙ୍କ ଦବଦବା, ସ୍ଥାନ ପାଇଲେ ୯ ଜଣ

Copyright © 2022 - Summa Real Media Private Limited. All Rights Reserved.