ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ଜି.ଉଦୟଗିରି ଏନଏସି ଅଧ୍ୟକ୍ଷା ଉପନିର୍ବାଚନ : ଦେବସ୍ମିତା ବିଜେଡି ପ୍ରାର୍ଥୀନୀ

ଜି.ଉଦୟଗିରି,୯/୧୧ : ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଉପ-ନିର୍ବାଚନ ପାଇଁ ବିଜେଡି ଆଜି ପ୍ରାର୍ଥୀ ଘୋଷଣା କରିଛି।  ଭୂତପୂର୍ବ ଅଧ୍ୟକ୍ଷା ସ୍ବର୍ଗତା ଭାନୁପ୍ରଭା ମିଶ୍ରଙ୍କ ଝିଅ  ଦେବସ୍ମିତା ଶତପଥୀଙ୍କୁ ଦଳୀୟ ଟିକେଟ ପ୍ରଦାନ କରାଯାଇଛି। ଏ ନେଇ ଆଜି  ଘୋଷଣା କରିଛନ୍ତି ଜିଲ୍ଲା ବିଜେଡି ସଭାପତି ତଥା ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ I 

ସୂଚନାଯୋଗ୍ୟ କିଛି ମାସ ତଳେ ଭାନୁପ୍ରଭାଙ୍କ ଅକାଳ ବିୟୋଗ ଯୋଗୁଁ ଏହି ପଦବୀ ଖାଲି ପଡିଛି। ଆଜି ଦେବସ୍ମିତାଙ୍କ ନାମ ଘୋଷଣା ବେଳେ  ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକ,ନଗର ବିଜେଡି ସଭାପତି ଗୋପାଳ କୃଷ୍ଣ ମହାପାତ୍ର, ଜି.ଉଦୟଗିରି  ପର୍ଯ୍ୟବେକ୍ଷକ କ୍ଳେଶ ପ୍ରଧାନ,ଉପାଧ୍ୟକ୍ଷ ଅଧ୍ୟକ୍ଷ ସନ୍ତୋଷ କୁମାର ବାଘ , ପୂର୍ବତନ ନଗର ବିଜେଡି ସଭାପତି କ୍ରିଷ୍ନା କୁମାର ପଣ୍ଡା , କାଳୁ ଚରଣ ପଣ୍ଡାଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ I କଂଗ୍ରେସ ଦଳ ପୂର୍ବରୁ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଥିବା ବେଳେ ବିଜେପିର ପ୍ରାର୍ଥୀ ଘୋଷଣା ବାକି ରହିଛି। ଏପଟେ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୯ ତାରିଖରେ ମତଦାନ ହେବ। 

ଆହୁରି ପଢନ୍ତୁ : ବାଇକକୁ ପିଟିଲା ଟ୍ୟାଙ୍କର : ୨ ମୃତ, ଜଣେ ଗୁରୁତର

Copyright © 2022 - Summa Real Media Private Limited. All Rights Reserved.