ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ଅନ୍‌ଲାଇନ ଔଷଧ ବିକ୍ରି ନୀତି ଆଣିବେ ସରକାର, ୮ ସପ୍ତାହ ସମୟ ଦେଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୧୭/୧୧: ଅନ୍‌ଲାଇନରେ ଔଷଧ ବିକ୍ରି  ବହୁଳ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ଅନେକ ସମୟରେ ନକଲି ଔଷଧ ମିଳୁଥିବା ବେଳେ ଗ୍ରାହକମାନେ ଠକାମିର ଶିକାର ମଧ୍ୟ ହେଉଛନ୍ତି । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି  ଆଜି ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଉପରେ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । କହିଛନ୍ତି ଅନ୍‌ଲାଇନରେ ଔଷଧ  ବିକ୍ରି ସଂକ୍ରାନ୍ତରେ ଏକ ଉପଯୁକ୍ତ ନୀତି ପ୍ରସ୍ତୁତ କରିବା ମାମଲା କୋର୍ଟରେ ୫ ବର୍ଷ ହେଲା ପଡିରହିଛି । କେନ୍ଦ୍ର ସରକାର ୮  ସପ୍ତାହ ଭିତରେ ଏହା ଉପରେ ନୀତି ଆଣିବା ଆବଶ୍ୟକ ।  ଏହା ସରକାରଙ୍କ ପାଇଁ ଶେଷ ସମୟ ବୋଲି ହାଇକୋର୍ଟର  କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ମନମୋହନ ଏବଂ ବିଚାରପତି ମିନୀ ପୁଷ୍କରଣାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି । 

ହାଇକୋର୍ଟ  କହିଛନ୍ତି ଯେ ଦୀର୍ଘ ୫ ବର୍ଷ ବିତିଗଲାଣି । ସରକାର ବହୁତ  ସମୟ ପାଇଲେ । କିନ୍ତୁ ଏହା ଉପରେ କୌଣସି ନୀତି ଆଣିଲେ ନାହିଁ । ଆଇନଗତ ଦୃଷ୍ଟିରୁ ବର୍ତ୍ତମାନ ସରକାରଙ୍କୁ ଏଥର ଶେଷ  ସୁଯୋଗ ଦିଆଯାଉଛି । ଏହି ୮ ସପ୍ତାହ ଭିତରେ ସରକାର ଅନ୍‌ଲାଇନ ଔଷଧ ବିକ୍ରି ପାଇଁ ଉପଯୁକ୍ତ ନୀତି ଆଣିବେ । ଯଦି ଏହି ସମୟ ଭିତରେ ସରକାର ନୀତି ନ କରନ୍ତି ତେବେ ଏହା  ସହିତ ଜଡିତ ସମ୍ପୃକ୍ତ ଯୁଗ୍ମ ସଚିବ ବ୍ୟକ୍ତିଗତ ଭାବେ ପରବର୍ତ୍ତୀ  ଶୁଣାଣି ଦିନ ଅର୍ଥାତ ୨୦୨୪ ମାର୍ଚ୍ଚ ୪ ତାରିଖରେ କୋର୍ଟରେ ହାଜର ହେବାକୁ ପଡିବ । 

ଅନ୍‌ଲାଇନରେ ବେଆଇନ ଭାବେ ହେଉଥିବା  ଔଷଧ ବିକ୍ରି ରୋକିବା ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଔଷଧ ଓ ପ୍ରସାଧନ ଆଇନରେ ସଂଶୋଧନ କରି ୨୦୧୮ ଅଗଷ୍ଟରେ ଜାରି  କରିଥିବା ବିଜ୍ଞପ୍ତିକୁ ରଦ୍ଧ ଲାଗି ହୋଇଥିବା ଆବେଦନ ଉପରେ  ହାଇକୋର୍ଟ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ଜବାବ  ମାଗିଥିଲେ । 

ସାଉଥ୍‌ କେମିଷ୍ଟିସ୍‌ ଆଣ୍ଡ ଡିଷ୍ଟ୍ରିବ୍ୟୁଟର୍ସ ଆସୋସିଏସନ  ଏହି ପିଟିସନ କରିଥିଲା । ଆବେଦନକାରୀଙ୍କ ପିଟିସନ ଉପରେ ହାଇକୋର୍ଟ ୨୦୧୮ ଡିସେମ୍ବର ୧୨ରେ ଅନ୍‌ଲାଇନରେ ଔଷଧ  ବିକ୍ରି ଉପରେ ରୋକ୍‌ ଲଗାଇଥିଲେ। କିନ୍ତୁ ଅଧିକାଂଶ ଇ-ଫାର୍ମସି ପ୍ଲାଟଫର୍ମ ଅନ୍‌ଲାଇନରେ ଔଷଧ ଯୋଗାଉ ଆସୁଛନ୍ତି । କେନ୍ଦ୍ର  ସରକାର ଏହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରୁନାହାନ୍ତି । ତେଣୁ ସରକାରଙ୍କ ଉପରେ ଅଦାଲତ ଅବମାନନା  ମାମଲା ଚଳାଇବାକୁ ଆବେଦନକାରୀ କୋର୍ଟଙ୍କୁ ଜଣାଇଥିଲେ । ଅନ୍‌ଲାଇନରେ ଔଷଧ ବିକ୍ରି ଉପରେ କୌଣସି କଟକଣା କିମ୍ବା  ନୀତି ନଥିବାରୁ ଏହା ଲୋକମାନଙ୍କ ସ୍ୱାସ୍ଥ୍ୟ ଓ ଜୀବନ ଉପରେ  ପ୍ରଭାବ ପକାଉଛି । ଯାହାକି ସେମାନଙ୍କର ସୁସ୍ଥ ଓ ନିରାପଦ  ରହିବାର ଅଧିକାର ଉଲ୍ଲଂଘନ ହେଉଛି ବୋଲି ଦର୍ଶାଯାଇଥିଲା।

Copyright © 2022 - Summa Real Media Private Limited. All Rights Reserved.