ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ଅଡ଼ୁଆରେ ଆପ୍‌ ନେତା ସଂଜୟ ସିଂହ, ଜାମିନ୍‌ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

Published By : Tapas Panda | February 7, 2024 8:07 PM

Image Courtesy: abplive

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଆପ୍‌ ନେତା ସଂଜୟ ସିଂହଙ୍କୁ ଦିଲ୍ଲୀ ହାଇକୋର୍ଟ ବଡ଼ ଝଟ୍‌କା ଦେଇଛନ୍ତି । ବୁଧବାର ଦିଲ୍ଲୀ ହାଇକୋର୍ଟ ସଂଜୟ ସିଂହଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି । ଜାନୁଆରୀ ୩୧ରେ ସଂଜୟଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ଦିଲ୍ଲୀ ହାଇକୋର୍ଟ ।            

ଏହା ପୂର୍ବରୁ ଫେବୃଆରୀ ୫ରେ ସୁପ୍ରିମକୋର୍ଟରୁ ମଧ୍ୟ ସଂଜୟ ସିଂହଙ୍କୁ ନିରାଶ ହେବାକୁ ପଡ଼ିଥିଲା । ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫଦାରୀ ଏବଂ ରିମାଣ୍ଡକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ଶୁଣାଣିକୁ ମାର୍ଚ୍ଚ ୫ ଯାଏଁ ସ୍ଥଗିତ କରିଦେଇଥିଲେ ସୁପ୍ରିମକୋର୍ଟ । ଦିଲ୍ଲୀ ହାଇକୋର୍ଟ ଜାମିନ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିବା ପରେ ସୁପ୍ରିମକୋର୍ଟ ମଧ୍ୟ ସଂଜୟ ସିଂହଙ୍କ ଆବେଦନର ଶୁଣାଣି ସ୍ଥଗିତ ରଖିଥିଲେ । ତେବେ ଶୁଣାଣି ସ୍ଥଗିତ ରଖିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମଧ୍ୟ ସୁପ୍ରମକୋର୍ଟଙ୍କୁ ଅନୁରୋଧ କରାଯାଇଥିଲା ।

ଗତବର୍ଷ ନଭେମ୍ବର ୨୦ରେ ସଂଜୟ ସିଂହଙ୍କ ଆବେଦନ ଉପରେ ଇଡି ଏବଂ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଥିଲେ ସୁପ୍ରିମକୋର୍ଟ । ସେପଟେ ଫେବୃଆରୀ ୬ରେ ରାଉଜ ଆଭେନ୍ୟୁ କୋର୍ଟ ରାଜ୍ୟସଭା ଯାଇ ସାଂସଦ ଭାବରେ ଶପଥ ନେବାକୁ ସଂଜୟ ସିଂହଙ୍କୁ ପୁଣି ଥରେ ଅନୁମତି ଦେଇଛନ୍ତି । କାରଣ ଏହା ପୂର୍ବରୁ ଫେବୃଆରୀ ୫ରେ ସଂଜୟ ସିଂହଙ୍କୁ ଶପଥ ନେବାକୁ ଅନୁମତି ମିଳିଥିଲେ ହେଁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏଥିରେ ବାଧା ସୃଷ୍ଟି କରିଥିଲେ । 

  • delhi
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.