ପୁରୀ ୧୯/୧୧ : ହବିଷ୍ୟାଳୀ ମା’ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶାଲ ବଣ୍ଟନ କରାଯାଇଛି। ବୃନ୍ଦାବତୀ ନିବାସ ଠରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ଭବତାରଣ ସାହୁ, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ହବିଷ୍ୟାଳୀ ମା’ ମାନଙ୍କୁ ଶାଲ ବଣ୍ଟନ କରିବା ସହ ସେମାନଙ୍କ ସହ କଥାବାର୍ତ୍ତା କରିଥିଲେ। ପରେ ବଗଲା ଧର୍ମଶାଳା,ଅକ୍ଷୟ ପାତ୍ର, ବାଗେଡିଆ ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପ ଠାରେ ରହୁଥିବା ହବିଷ୍ୟାଳୀ ମା’ ମାନଙ୍କୁ ବରିଷ୍ଠ ଅଧିକାରୀ ମାନେ ଶାଲ ବଣ୍ଟନ କରିଥିଲେ। ବିଭିନ୍ନ ହବିଷ୍ୟାଳୀ କେନ୍ଦ୍ର ରେ ରହିବା, ବୃନ୍ଦାବତୀ ପୂଜା କରିବା ,ଠାକୁର ଦର୍ଶନ କରିବା, ମହାପ୍ରସାଦ ସେବନ କରିବା ଓ ଭଜନ ପ୍ରବଚନ ଶୁଣିବାର ସୁ ବ୍ୟବସ୍ଥା ହୋଇଛି ବୋଲି ମା’ ମାନେ ମତ ଦେବା ସହ ହୁଳହୁଳି ଧ୍ୱନି ରେ ଆଶୀର୍ବାଦ କରିଥିଲେ।
ନିଜ ପରିବାର ଛାଡି ମାସକ ପାଇଁ ଆମେ ଆସିଛୁ। ଠାକୁର ଦର୍ଶନ କରୁଛୁ।ହବିଷ୍ୟାଳୀ କେନ୍ଦ୍ର ମାନଙ୍କ ରେ ଅଧିକାରୀ ମାନେ, କର୍ମଚାରୀ ମାନେ, ସ୍ବେଛାସେବୀ ମାନେ ଏତେ ସୁନ୍ଦର ସେବା ଦେଉଛନ୍ତି ଯେ ଆମେ ଘର ପରିବାର କଥା ଭୁଲି ଯାଉଛୁ ବୋଲି ହବିଷ୍ୟାଳୀ ମା’ ମାନେ ନିଜ ପ୍ରତିକ୍ରିୟା ରେ କହିଥିଲେ। ମା’ ମାନଙ୍କ ସୁସ୍ଥ ଓ ସୁରକ୍ଷିତ ରହଣି ସହ ଏକ ସୁଖଦ ଅନୁଭବ ନେଇ ନିଜ ଘରକୁ ପ୍ରତ୍ୟାବର୍ତ୍ତନ ପାଇଁ ମହାପ୍ରଭୁଙ୍କ ଶୁଖିଲା ପ୍ରସାଦ ପ୍ରଦାନର ବ୍ୟବସ୍ଥା କରାଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ସୂଚନା ଦେଇଥିଲେ।ଏହି ଅବସରରେ ସ୍ବେଛାସେବୀ ମାନଙ୍କୁ ବ୍ୟାନିୟନ ପ୍ରଦାନ କରା ଯାଇଥିଲା।
ଏହି କାର୍ଯ୍ୟକ୍ରମ ଅତିରିକ୍ତ ପୌର ନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ,ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି ପ୍ରମୁଖ ଙ୍କ ସହ ଅନ୍ୟାନ୍ୟ ଅଧିକାରୀ, କର୍ମଚାରୀ ଓ ସ୍ବେଚ୍ଛାସେବୀ ମାନେ ଯୋଗ ଦେଇଥିଲେ।