ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫେବ୍ରୁଆରୀ ୨୭ରେ ରାଜ୍ୟସଭା ନିର୍ବାଚନ, ଖାଲିପଡିଛି ୧୫ ରାଜ୍ୟର ୫୬ଟି ଆସନ

ନୂଆଦିଲ୍ଲୀ / ଭୁବନେଶ୍ୱର ୨୯/୦୧ : ଫେବ୍ରୁଆରୀ ୨୭ରେ ରାଜ୍ୟସଭା ନିର୍ବାଚନ । ଏନେଇ ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ । ଖାଲି ପଡିଥିବା ୫୬ଟି ସିଟ୍‌ ପାଇଁ ଅନୁଷ୍ଠିତ ହେବ ନିର୍ବାଚନ । ଖାଲି ପଡିଥିବା ୧୫ ରାଜ୍ୟର ୫୬ ସିଟ୍‌ ମଧ୍ୟରେ ଓଡିଶାର ତିନୋଟି ଆସନ ନିର୍ବାବନ ହେବ।

ନିର୍ବାଚନ କମିଶନଙ୍କ ସୂଚନା ମୁତାବକ,  ଫେବ୍ରୁଆରୀ ୨୭ ତାରିଖରେ ହେବାକୁ ଥିବା ନିର୍ବାଚନ ଲାଗି ଆସନ୍ତା ୮ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ଫେବୃଆରୀ ୧୫ ତାରିଖ ରହିଛି ନାମାଙ୍କନ ଦାଖଲ ଶେଷ ତାରିଖ । ଏହାପରେ ୧୬ ଯାଞ୍ଚ ଏବଂ ୨୦ ତାରିଖରେ ପ୍ରତ୍ୟାହର ଶେଷ ତାରିଖ ରହିଛି। ଫେବୃଆରୀ ୨୭ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ। ମତଦାନ ପରେ ସେହିଦିନ ହିଁ ଗଣତି କରାଯିବ । ଏହାପରେ ରେଜଲ୍ଟ ପ୍ରକାଶ ପାଇବ।

ଦେଶର ମୋଟ ୧୫ଟି ରାଜ୍ୟରେ ୫୬ଟି ଆସନ ପାଇଁ ହେବ ନିର୍ବାଚନ । ଏଥିରେ ଉତ୍ତରପ୍ରଦେଶର ସର୍ବାଧିକ ୧୦ଟି ଆସନ ଖାଲି ରହିଥିବା ବେଳେ ବିହାର ଓ ମହାରାଷ୍ଟ୍ରରେ ୬ଟି ଲେଖାଏଁ ଆସନ। ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗ‌ରେ ୫ଟି ଲେଖାଏଁ ଆସନ। ଗୁଜୁରାଟ ଓ କର୍ଣ୍ଣାଟକରେ ୪ଟି ଲେଖାଏଁ ଆସନ। ଆନ୍ଧ୍ରପ୍ରଦେଶ, ଓଡିଶା ଏବଂ ତେଲେଙ୍ଗାନାରେ ୩ଟି ଲେଖାଏଁ । ଛତିଶଗଡ଼, ହରିୟାଣା ଓ  ହିମାଚଳ ପ୍ରଦେଶରେ ଗୋଟିଏ ଆସନ ଖାଲିପଡିଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.