ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ହ୍ୱାଇଟ୍‌ ନୁହେଁ ଖାଆନ୍ତୁ ବ୍ରାଉନ୍‌ ବ୍ରେଡ୍‌, ଜାଣନ୍ତୁ କ’ଣ କୁହନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ

Published By : Prameya | January 26, 2024 8:20 AM

ନୂଆଦିଲ୍ଲୀ ୨୬/୦୧ : ପ୍ରାୟ ଲୋକ ସକାଳ ଜଳଖିଆରେ ବ୍ରେଡ୍‌ ବା ପାଉରୁଟି ଖାଇବାକୁ ପସନ୍ଦ କରିଥାନ୍ତି । କେବଳ ପାଉଁରୁଟି ନୁହେଁ ବରଂ ଭିନ୍ନ ଭିନ୍ନ ଆଇଟମ୍‌ ତିଆରି କରିବା ମଧ୍ୟ ସହଜ । ତେଣୁ ପ୍ରାୟ ଲୋକ ଏହାକୁ ସକାଳ ଜଳଖିଆର ଅଭିନ୍ନ ଅଙ୍ଗ କରିଥାନ୍ତି । ବଜାରରେ ବିଭିନ୍ନ ପ୍ରକାରର ପାଉଁରୁଟି ମିଳିଥାଏ । କିନ୍ତୁ ସବୁ ପାଉଁରୁଟି ସ୍ୱାସ୍ଥ୍ୟକର ନୁହେଁ । ଅନ୍ୟ ସବୁ ପାଉରୁଟି ଅପେକ୍ଷା ବ୍ରାଉନ୍‌ ବ୍ରେଡ୍‌ ବେଶୀ ସ୍ୱାସ୍ଥ୍ୟକର । ଚାଲନ୍ତୁ ଜାଣିବା ହ୍ୱାଇଟ ବ୍ରେଡ୍‌ ଓ ବ୍ରାଉନ୍‌ ବ୍ରେଡ୍‌ ସମ୍ପର୍କରେ... 

ହ୍ୱାଇଟ୍‌ ବ୍ରେଡ୍‌ :

ପାଉରୁଟିରେ ବିଭିନ୍ନ ପ୍ରକାରର ଖାଦ୍ୟ ସମାଗ୍ରୀ ପ୍ରସ୍ତୁତ କରିବା ଖୁବ୍‌ ସହଜ । ଯେପରିକି ବ୍ରେଡ୍‌ ପକୋଡା, ସ୍ୟାଣ୍ଡ୍‌ଉଇଚି, ହଦିବରା, ବ୍ରେଡ୍‌ ଶିରା ଓ ଅନ୍ୟାନ୍ୟ ପସନ୍ଦିଆ ଖାଦ୍ୟ ତିଆରି କରି ହୁଏ । କିନ୍ତୁ ଆପଣ ଜାଣନ୍ତି କି ଧଳା ପାଉରୁଟିରେ ୫୦ ପ୍ରତିଶତ ମଇଦା ରହୁଥିବାବେଳେ ୫୦ପ୍ରତିଶତ ଅଟା ମିଶିଥାଏ । ତା’ସହିତ ସଂରକ୍ଷଣ ପାଇଁ ପ୍ରିଜର୍‌ଭେଟିଭ୍‌ ମଧ୍ୟ ମିଶାଇ ଯାଇଥାଏ । ତେଣୁ ଏହାର ପାଶ୍ୱର୍ ପ୍ରତିକ୍ରିୟା ରହିଥାଏ । ଯେପରିକି ମୋଟାପଣ, ମଧୁମେହ ସମସ୍ୟା ଉପୁଜିବାର ଆଶଙ୍କା ରହିଥାଏ । 

ବ୍ରାଉନ୍‌ ବ୍ରେଡ୍‌ :

ଏହା ସମ୍ପୂର୍ଣ୍ଣ ଭାବେ ଅଟାରେ ତିଆରି । ଏହାକୁ ଅତ୍ୟଧିକ ପ୍ରୋସେସିଂ କରାଯାଇନଥାଏ । ତେଣୁ ଏହା ପୋଷକ ତତ୍ତ୍ୱରେ ଭରା । ଏଥିରେ ଭିଟାମିନ୍‌, ଆଇରନ୍‌, ଫାଇବର, ଜିଙ୍କ୍‌ ଓ ମ୍ୟାଗନେସିୟମ୍‌ ପରି ବିଭିନ୍ନ ପ୍ରକାରର ଖଣିଜ ପଦାର୍ଥ ରହିଥାଏ । ତେଣୁ ଏହାକୁ ଖାଇବା ଦ୍ୱାରା ରକ୍ତରେ ଶର୍କରା କିମ୍ବା କୋଲେଷ୍ଟରଲ୍‌ ବଢିନଥାଏ । ଏଥିରେ ଥିବା ଫାଇବର ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରିତ କରିବା ସହ ଗ୍ଲୁକୋଜ୍‌କୁ ଅବଶୋଷଣ କରି ଧୀମା କରିଦେଇଥାଏ । ତେଣୁ ମଧୁମେହ ରୋଗୀଙ୍କ ପାଇଁ ଏହି ବ୍ରେଡ୍‌ ବେଶ୍‌ ଉପକାରୀ । ବ୍ରାଉନ୍‌ ବ୍ରେଡ୍‌ କାର୍ବୋହାଇଡ୍ରେଟ୍‌ରେ ଭରା, ଯାହା ଶରୀରକୁ ଶକ୍ତି ଯୋଗଇଥାଏ । ଏଥିରେ ବିଭିନ୍ନ ପୋଷକ ତତ୍ତ୍ୱ ରହିଛି ଯେପରିକି ଫଲିକ୍‌ ଏସିଡ୍‌, ଭିଟାମିନ୍‌ ଇ ଓ ବି-୬ ଆଦି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.