ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଫିକି ନ୍ୟାସ୍‌ନାଲ କନ୍‌କ୍ଲେଭ୍‌, ଶ୍ରେଷ୍ଠ-୩ ଅର୍ଥନୀତିରେ ସାମିଲ ହେବ ଭାରତ

ନୂଆଦିଲ୍ଲୀ, ୨୮।୨: ଭାରତ ବିଶ୍ୱର ଶ୍ରେଷ୍ଠ-୩ ଅର୍ଥବ୍ୟବସ୍ଥା ମଧ୍ୟରେ ସାମିଲ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିରେ ଏହା ନିଶ୍ଚିତ ହେବ ବୋଲି ପ୍ରକାଶ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ପରବର୍ତ୍ତୀ ପିଢ଼ିଙ୍କ ପାଇଁ ସଂସ୍କାର ଆଣିବା ପ୍ରାଥମିକତା ରହିବ ବୋଲି ଅର୍ଥମନ୍ତ୍ରୀ ସୀତାରମଣ ‘ବିକଶିତ ଭାରତ ଅ ୨୦୪୭’ ଉପରେ ଆୟୋଜିତ ଫିକିର ନ୍ୟାସ୍‌ନାଲ କନ୍‌କ୍ଲେଭ୍‌ରେ ପ୍ରକାଶ କରିଛନ୍ତି । ଏପ୍ରିଲ-ମେ’ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପରେ ନୂଆ ସରକାର ଗଠନ ହେବ । ବିଜେପିର ପୂର୍ଣ୍ଣ ବିଶ୍ୱାସ ରହିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିକ ବହୁମତ ସହ ପୁଣି କ୍ଷମତାକୁ ଫେରିବେ । 

ସୀତାରମଣ କହିଛନ୍ତି ଯେ, ଗତ ୧୦ ବର୍ଷରେ ସରକାର ଅନେକ ସଂସ୍କାର ଆଣିଛନ୍ତି । ବିଭିନ୍ନ କ୍ଷେତ୍ରରେ ସୁଧାର ଆସିଛି । ଏହି ପ୍ରକ୍ରିୟା ଆଗକୁ ବି ଜାରି ରହିବ । ଅର୍ଥମନ୍ତ୍ରୀ ଆହୁରି କହିଲେ ଯେ, ଆଜିର ସମୟରେ ଡିଜିଟାଲ ଭିତ୍ତିଭୂମି ବିନା କøଣସି ଦେଶ ବିକଶିତ ହୋଇପାରିବ ନାହିଁ । ଏଭଳି ସ୍ଥିତିରେ ଭବିଷ୍ୟତର ପ୍ରାଥମିକତା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଉତ୍କର୍ଷତା, ଲଜିଷ୍ଟିକ୍ସ କ୍ଷେତ୍ରର ତ୍ୱରାନ୍ୱୟନ ଏବଂ ୱେର୍‌ହାଉସିଂ ହେବ । ଏହାସହିତ କୃଷି ଉତ୍ପାଦନକୁ ବଢ଼ାଇବା ପାଇଁ ଆମେ ନିୟମିତ ଭାବେ କାର୍ଯ୍ୟ ଜାରି ରଖିବୁ । ଏହା ମଧ୍ୟରେ କୃଷି କ୍ଷେତ୍ରରେ ମୂଲ୍ୟ ଯୋଗ ଏବଂ ଉତ୍କର୍ଷତା ସାମିଲ ରହିବ । 

ସୀତାରମଣ କହିଲେ ଯେ, ୨୦୧୪ ପରଠାରୁ ଅନେକ ବ୍ୟବସ୍ଥିତ ସଂସ୍କାର ଅଣାଯାଇଛି । ଭାରତରେ ଲଜିଷ୍ଟିକ୍ସ, ଏଗ୍ରିକଲ୍‌ଚରାଲ ଭାଲ୍ୟୁ ଆଡିସନ୍‌ ଏବଂ ଏଗ୍ରିକଲ୍‌ଚରାଲ ଏଫିସିଏନ୍ସିରେ ଅପାର ସମ୍ଭାବନା ରହିଛି । ସବୁଜ ଶକ୍ତିକୁ ନେଇ ଆମ ପ୍ରତିବଦ୍ଧତା ବଢ଼ିଛି । ଆମେ ନିରନ୍ତରତାକୁ ନେଇ ଆଦୌ ପଛକୁ ହଟିବୁ ନାହିଁ । ଅର୍ଥମନ୍ତ୍ରୀ ଆହୁରି କହିଲେ ଯେ, ଆମେ ସମ୍ଭାବନା ରହିଥିବା ପ୍ରତ୍ୟେକ କ୍ଷେତ୍ରକୁ ଆଗକୁ ବଢ଼ାଇବା ଦିଗରେ କାର୍ଯ୍ୟ କରୁଛୁ । ପର୍ଯ୍ୟଟନ ଏବଂ ଡେଷ୍ଟିନେଶନ୍‌ ୱେଡିଂକୁ ପ୍ରୋତ୍ସାହନ ଦିଆଯାଉଛି । ସେ କହିଲେ ଯେ, ପ୍ରଧାନମନ୍ତ୍ରୀ ନିଜ କାର୍ଯ୍ୟକାଳର ତୃତୀୟ ପାଳିକୁ ନେଇ ଏତେ ମାତ୍ରାରେ ଆଶ୍ୱସ୍ତ ଏଥିପାଇଁ ଅଛନ୍ତି କାରଣ ସେ ସମସ୍ତ କ୍ଷେତ୍ର ଉପରେ ଫୋକସ୍‌ ଦେଉଛନ୍ତି । ଭାରତୀୟ ଉଦ୍ୟୋଗଜଗତର ଭୂମିକାକୁ ସ୍ୱୀକାର କରି ଅର୍ଥମନ୍ତ୍ରୀ କହିଲେ ଯେ, ଉଦ୍ୟୋଗ ଜଗତ ସର୍ବଦା ରାଷ୍ଟ୍ରୀୟ ହିତ ସହ ଯୋଡ଼ି ହୋଇ ରହିଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟକୁ ହାସଲ କରିବା ଦିଗରେ ନିଜକୁ ଜଡ଼ିତ କରିବା ପାଇଁ ଅର୍ଥମନ୍ତ୍ରୀ ଉଦ୍ୟୋଗ ଜଗତକୁ ଆହ୍ୱାନ ଦେଇଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.