ପ୍ରମୂଖ ଖବର

ଶୀତଦିନେ ଉଦାସ ଅନୁଭବ କରୁଛନ୍ତି କି? ଆପଣାନ୍ତୁ ଏହି ସବୁ ଉପାୟ

ନୂଆଦିଲ୍ଲୀ  ୦୧/୧୨: ଶୀତଦିନ ଆରମ୍ଭ ହେବା ସହ ଜୀବନଶୈଳୀରେ ହଠାତ୍‌ ପରିବର୍ତ୍ତନ ଆସିଥାଏ । ଋତୁ ଅନୁସାରେ ଆମର ଖାଦ୍ୟପାନୀୟ ଏପରିକି ପୋଷାକପତ୍ର ମଧ୍ୟ ବଦଳିଥାଏ । ଏହି ପରିବର୍ତ୍ତନ ସହ ବହୁ ଲୋକ ନିରାଶ ବା ଉଦାସୀନତାର ଶିକାର ହୋଇଥାନ୍ତି । ଏହା ଋତୁକାଳୀନ ଅବସାଦର ଅନ୍ୟତମ ଲକ୍ଷଣ । ଶୀତଋତୁ କିଛି ଲୋକଙ୍କର ଖୁବ୍‌ ପସନ୍ଦ । କାରଣ ସେମାନେ ଥଣ୍ଡାକୁ ବେଶ୍‌ ଉପଭୋଗ କରିଥାନ୍ତି । ବଦଳୁଥିବା ଖାଦ୍ୟପାନୀୟ ଓ ପୋଷାକପତ୍ର ଏମାନଙ୍କୁ ଖୁବ୍‌ ଆନନ୍ଦ ଦେଇଥାଏ । କିନ୍ତୁ ଏହା ଶରୀର ଉପରେ ଗଭୀର ପ୍ରଭାବ ପକାଇଥାଏ, ଯାହା ମାନସିକ ସ୍ୱାସ୍ଥ୍ୟକୁ ଖୁବ୍‌ ବିଗାଡ଼ି ଦେଇଥାଏ । ଫଳରେ କିଛି ଲୋକ ଶକ୍ତିହୀନ ଅନୁଭବ କରିବା ସହ ଉଦାସ ହୋଇପଡିଥାନ୍ତି । ପ୍ରାୟ ଲୋକଙ୍କଠାରେ ଉଦାସ ମନୋଭାବ ଜାତ ହେବା ସହ ମୁଡ୍‌ସୁଇଂ ଦେଖା ଦେଇଥାଏ । ଫଳରେ ଅବସାଦର ଶିକାର ହୋଇଥାନ୍ତି । ଚାଲନ୍ତୁ ଜାଣିବା କେମିତି ନିୟନ୍ତ୍ରିତ କରିପାରିବା ଏହି ଶୀତକାଳୀନ ଅବସାଦକୁ ।

ଶରୀରକୁ ସକ୍ରିୟ ରଖନ୍ତୁ :

ଥଣ୍ଡାଦିନେ ପ୍ରାୟଲୋକ କମ୍ବଳ ବା ରେଜେଇ ତଳୁ ବାହାରିବାକୁ ପସନ୍ଦ କରି ନଥାନ୍ତି । ଫଳରେ ଅଳସୁଆ ଅନୁଭବ କରିଥାନ୍ତି । ସେଥିପାଇଁ ଯଥାସମ୍ଭବ ନିଜକୁ ଶାରିରୀକ ଓ ମାନସିକ ଭାବେ ସକ୍ରିୟ ରଖିବା ଜରୁରି । ନିୟମିତ ବ୍ୟାୟାମ କରିବା ଦ୍ୱାରା ହାପି ହର୍‌ମୋନ୍‌ କ୍ଷରଣ ହୋଇଥାଏ, ଯାହା ଶୀତଦିନିଆ ଅବସାଦକୁ କମାଇଥାଏ । 

ଅଭ୍ୟାସ ବଦଳାନ୍ତୁ :

ଶୀତଦିନିଆ ଅବସାଦରୁ ମୁକ୍ତି ପାଇବା ପାଇଁ ନକାରାତ୍ମକ ଅଭ୍ୟାସଠାରୁ ଦୂରେଇ ସକାରାତ୍ମକ ହେବାକୁ ପ୍ରୟାସ କରନ୍ତୁ । ନିଜର ଯତ୍ନ ନିଅନ୍ତୁ । ଏହା ମାନସିକ ସ୍ୱାସ୍ଥ୍ୟକୁ ଠିକ୍‌ ରଖିବା ଅବସାଦଠାରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ । ସୋସିଆଲ୍‌ ମିଡିଆଠାରୁ ଦୂରେଇ ରହିବା ସହ ପୋଷକତତ୍ତ୍ୱରେ ଭରା ଖାଦ୍ୟକୁ ଡାଏଟ୍‌ରେ ସାମିଲ୍‌ କରିବା ଉଚିତ୍‌ ।

ସାମାଜିକ ସମ୍ପର୍କ ଯୋଡ଼ନ୍ତୁ :

ଥଣ୍ଡାଦିନେ ଏକାକୀ ସମୟ ବିତାଇବା ଦ୍ୱାରା ଉଦାସ ଲାଗିଥାଏ । ସେଥିପାଇଁ ଏହି ସମୟରେ ଏକାକୀ ରହିବା ପରିବର୍ତ୍ତେ ପରିବାର ଓ ସାମାଜିକ ସମ୍ପର୍କକୁ ଗୁରୁତ୍ୱ ଦେବା ଉଚିତ୍‌ । ନିଜ ସାଙ୍ଗସାଥୀ ଓ ସହଯୋଗୀଙ୍କ ସହ ମିଶି କିଛି ସମୟ ବିତାଇବାକୁ ଚେଷ୍ଟା କରନ୍ତୁ । ସାଙ୍ଗ ହୋଇ ଜୀବନ ବିତାଇବା ଦ୍ୱାରା ଏହି ଅବସାଦ ଦୂର ହୋଇଥାଏ ।

କିଛି ସମୟ ସୂର୍ଯ୍ୟକିରଣରେ ବସନ୍ତୁ :

ଶୀତଦିନେ କିଛି ସମୟ ପାଇଁ ସୂର୍ଯ୍ୟକିରଣରେ ବସିବା ଆବଶ୍ୟକ । ସୂର୍ଯ୍ୟକିରଣ ଭିଟାମିନ୍‌-ଡି’ର ପ୍ରମୁଖ ସ୍ରୋତ । ସୂର୍ଯ୍ୟକିରଣରେ ବସିବା ଦ୍ୱାରା ମସ୍ତିଷ୍କରେ ସୋରୋଟେନିନ୍‌ ନାମକ ହର୍‌ମୋନ୍‌ କ୍ଷରଣ ହୋଇଥାଏ, ଯାହା ମୁଡ୍‌କୁ ଭଲକରିବା ସହ ଚିନ୍ତାକୁ କମ୍‌ କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.