ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁରୀରେ ଜିଲ୍ଲା ସ୍ତରୀୟ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

ପୁରୀ, ୩/୧ : ଶନିବାର ପୂର୍ବାହ୍ନରେ ପୁରୀ ଜିଲ୍ଲା ପ୍ରଶାସନ ଓ ପୁରୀ ପୌର ପାଳିକାର ସହଯୋଗରେ ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ବିଜୟ କୁମାର ଦାଶ ଉଦଘାଟନ କରିବା ସହ ସାହିତ୍ୟିକ, ଐତିହାସିକ ଓ ଗବେଷକ ଡଃ ହରିହର ମିଶ୍ର, ଡଃ ସୁରେନ୍ଦ୍ର କୁମାର ମିଶ୍ର, ଆର୍ତ୍ତତ୍ରାଣ ଶତପଥୀ, ଗୌରାଙ୍ଗ ପରିଡା, ଓ ବିରେନ୍ଦ୍ର କୁମାର ମହାନ୍ତି ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଆ ଏକ ମଧୁର,ସରଳ ଓ ପ୍ରାଚୀନ ଭାଷା । ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିବା ଓଡ଼ିଆ ଭାଷା ବେଶ ସମୃଦ୍ଧ। ଏହା ଆମ ଅସ୍ମିତାର ପ୍ରତୀକ ବୋଲି ସମ୍ବର୍ଦ୍ଧିତ ବିଶିଷ୍ଟ ବ୍ୟକ୍ତିମାନେ କହିଥିଲେ। 

ଏହି କାର୍ଯ୍ୟକ୍ରମରେ ଭାଷା ଭିତ୍ତିରେ ଗଠିତ ଆମ ରାଜ୍ୟକୁ ଆହୁରି ସମୃଦ୍ଧ କରିବା ଓ ଭାଷାର ଉନ୍ନତି ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦିଆଯାଇଥିଲା। ଆମ କଳା, ସଂସ୍କୃତି, ପରମ୍ପରା, ଚାଲିଚଳଣି ସବୁଥିରେ ଆମ ଭାଷାର ମହାନ କୀର୍ତ୍ତି ଲୁକ୍କାୟିତ ଅଛି। ଏହାକୁ ପରିପ୍ରକାଶ କରିବା ସମସ୍ତଙ୍କ ଦାୟିତ୍ୱ। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ବା ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ଅକ୍ଷୟ କୁମାର ମହାନ୍ତି, ଶ୍ରୀମନ୍ଦିର ପ୍ରଶାସକ ଜ୍ୟୋତି ଶଙ୍କର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଭାଷା ସାହିତ୍ୟର ବିକାଶ ପାଇଁ ସମବଦ୍ଧ ଉଦ୍ୟମ ଉପରେ ଗୁରୁତ୍ୱ ଦେଇଥିଲେ। 

ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ପ୍ରାରମ୍ଭରେ ପୂର୍ବତନ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ଶେଷରେ ପୌର ନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଓଡ଼ିଆ ଅସ୍ମିତା ରଥକୁ ଜିଲ୍ଲାପାଳ ଉଦଘାଟନ କରିଥିଲେ। ଏହା ପୌରାଞ୍ଚଳ ପରିକ୍ରମା କରି ଓଡ଼ିଆ ଭାଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯାଇଥିଲା ଓ ପରେ ସିଦ୍ଧ ମହାବୀର ଅନୁଷ୍ଠାନର କଳାକାରମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପ୍ରତ୍ୟୁଷରୁ ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.