ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆରାର ବ୍ୟାଙ୍କରୁ ୪ମିନିଟରେ ସାଢେ ୧୬ଲକ୍ଷର ଲୁଟ୍, ୫ଲୁଟେରା ଫେରାର୍

ନୂଆଦିଲ୍ଲୀ,୬/୧୨ :  ବିହାରର ଆରାର ନବାଦା ଥାନା ଅଞ୍ଚଳର କତିରା ନିକଟ ଏକ୍ସିସ ବ୍ୟାଙ୍କ ଶାଖାରେ ବୁଧବାର ସକାଳେ ୫ଦୁର୍ବୃତ୍ତ ଲୁଟ୍ କରିଛନ୍ତି । ଏହାପରେ ବ୍ୟାଙ୍କ ଷ୍ଟାଫ୍‌ଙ୍କୁ ବନ୍ଧକ ରଖି ୪ମିନିଟରେ ସାଢେ ୧୬ଲକ୍ଷ ଟଙ୍କା ଲୁଟି ସହଜରେ ଖସି ଯାଇଛନ୍ତି । ଲୁଟ୍ ସମୟରେ ବ୍ୟାଙ୍କ ମ୍ୟାନେଜରଙ୍କୁ ମାରପିଟ୍ କରିଥିଲେ ଏବଂ ୧୨ଷ୍ଟାଫ୍‌ଙ୍କୁ ବନ୍ଦୀ କରି ସବୁ ଷ୍ଟାଫ୍‌ଙ୍କୁ କ୍ୟାଣ୍ଟିନରେ ବନ୍ଦ କରିଦେଇଥିଲେ । ଏହାପରେ ସାଢେ ୧୬ଲକ୍ଷ ନଗଦ ଟଙ୍କା ନେଇ ଦୌଡ଼ି ଖସିଯିବାରେ ସଫଳ ହୋଇଥିଲେ । ଦୌଡ଼ିବା ସମୟରେ ଲୁଟେରାମାନେ ବ୍ୟାଙ୍କର କବାଟ ବାହାରୁ ଲକ୍‌ ବି କରି ଦେଇଥିଲେ ।

ବ୍ୟାଙ୍କରେ ଲୁଟେରାମାନେ ପଶିବାର ସୂଚନା ପାଇବା ପରେ ଭୋଜପୁର ଏସପି, ଆରାର ଏଏସପିଙ୍କ ସହ ବହୁ ସଂଖ୍ୟାରେ ପୁଲିସ ବଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ସମସ୍ତଙ୍କୁ ଲାଗିଥିଲା କି ଲୁଟେରାମାନେ ବ୍ୟାଙ୍କରେ ଅଛନ୍ତି ଫଳରେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଭୟର ବାତାବାରଣ ଖେଳିଯାଇଥିଲା । ପୋଲିସ ବ୍ୟାଙ୍କକୁ ଚାରିଆଡ଼ୁ ଘେରି ନେଇଥିଲେ । ଏସପିଙ୍କଠାରୁ ନେଇ ଅନ୍ୟ ସବୁ ପୋଲିସ ଅଫିସର ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ । ପୋଲିସ ବାହାରୁ ଲୁଟେରାମାନଙ୍କୁ ସରେଣ୍ଡର କରିବାକୁ ଅପିଲ କରିଥିଲା । ପ୍ରାୟ ଦେଢ ଘଣ୍ଟା ପରେ ପୋଲିସ କବାଟ ଭାଙ୍ଗି ଭିତରକୁ ଯାଇଥିଲେ ତ ଲୁଟେରାମାନେ ମିଳିନଥିଲେ । ପରେ ପୋଲିସ କର୍ମୀମାନେ ବ୍ୟାଙ୍କ କର୍ମୀମାନଙ୍କୁ ସେଠାରୁ ମୁକୁଳାଇଥିଲେ ।

କୁହାଯାଉଛି କି ପ୍ରଥମେ ବ୍ୟାଙ୍କରେ ଦୁଇ ଲୁଟେରା ଗ୍ରାହକ ହୋଇ ଆକାଉଣ୍ଟ ଖୋଲିବା ନାଁରେ ପଶିଥିଲେ । ଏହାପରେ ଅନ୍ୟ ସାଥିମାନେ ଭିତରକୁ ଯାଇଥିଲେ । ସମସ୍ତଙ୍କ ଚେହେରା କ୍ୟାମେରାରେ କଏଦ ହୋଇଥିଲା । ଲୁଟେରାମାନଙ୍କ ଭିତରୁ ଜଣେ ହିଁ ମାସ୍କ ପିନ୍ଧିଥିଲେ । ଚେହେରା ବନ୍ଦ ହୋଇନଥିବାରୁ ପ୍ରଥମରୁ କାହାକୁ ସନ୍ଦେହ ହୋଇନଥିଲା । ସବୁ ୫ଲୁଟେରାଙ୍କ ବୟସ ପ୍ରାୟ ୧୮ରୁ ୨୧ବର୍ଷ ପାଖାପାଖି ହେବ । ପୋଲିସ ବ୍ୟାଙ୍କରେ ଲୁଟେରାମାନଙ୍କ ସହ ମାରପିଟ୍ ଆଶଙ୍କା କରି ବୁଲେଟ ପ୍ରୁଫ ଜ୍ୟାକେଟ ବି ମଗାଇଥିଲା, କିନ୍ତୁ ଲୁଟେରାମାନେ ପ୍ରଥମରୁ ଲୁଟ୍ କରି ଫେରାର ହୋଇ ଯାଇଥିଲେ ।

ଏହି ଘଟଣାକୁ ନେଇ ଭୋଜପୁର ଏସପି ପ୍ରମୋଦ କୁମାର କହିଥିଲେ କି ବ୍ୟାଙ୍କ କର୍ମୀ ଫୋନ୍ କରି ପୋଲିସକୁ ଏହି ଘଟଣାର ସୂଚନା ଦେଇଥିଲେ । କର୍ମଚାରୀମାନେ ପୋଲିସକୁ କହିଥି‌ଲେ କି ଲୁଟେରା ବ୍ୟାଙ୍କ ଭିତରେ ଅଛନ୍ତି । ସୂଚନାପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ବ୍ୟାଙ୍କକୁ ଚାରିପଟୁ ଘେରି ନେଇଥିଲା । ପୋଲିସକୁ ଲାଗିଥିଲା କି ଅପରାଧୀ ଏବେ ବ୍ୟାଙ୍କ ଭିତରେ ଅଛନ୍ତି ତ ଅପରାଧିମାନଙ୍କୁ ବାହାରୁ ସରେଣ୍ଡର କରିବାକୁ କହିଥିଲେ । ବହୁତ ସମୟ ପର୍ଯ୍ୟନ୍ତ କୌଣସି ହଲଚଲ୍ ନ ହେବାରୁ ପୋଲିସ ବ୍ୟାଙ୍କରେ ପଶିଥିଲା । ଭିତରକୁ ଯିବା ପରେ ଜଣାପଡ଼ିଥିଲା କି ଲୁଟେରାମାନେ ବ୍ୟାଙ୍କରେ ନ ଥିଲେ। ପୋଲିସ ବ୍ୟାଙ୍କ କର୍ମୀଙ୍କୁ ସେଠାରେ ସହଜ‌ରେ ବାହାର କରିଥିଲେ । ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି, ଅପରାଧୀ ୪ମିନିଟରେ ହିଁ ଟଙ୍କା ଲୁଟି ସେଠାରୁ ଚାଲିଯାଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.