ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସବୁ ସରକାରୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ମିଳିବ ମାଗଣା ୱାଇଫାଇ୍, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ଛାତ୍ର ବିଜେଡି

ଭୁବନେଶ୍ୱର,୦୨/୧୧: ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ମିଳିବ ମାଗଣା ୱାଇଫାଇ୍‌ । ଶୈକ୍ଷିକ ପରିବେଶରେ ଉନ୍ନତି ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । 

୨୦୧୯ରେ ଦିଆଯାଇଥିବା ନିର୍ବାଚନୀ ଇସ୍ତାହାରକୁ ପୂରଣ କରିବାକୁ ଏହି ପଦକ୍ଷେପ ନିଆଯାଇଛି । ଯାହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳସଚିବମାନଙ୍କୁ ଚିଠି ଲେଖିଛି । ତୁରନ୍ତ ୱାଇଫାଇ ସୁବିଧା ଉପଲବ୍ଧ କରିବା ପାଇଁ କାମ କରୁଥିବା ସଂସ୍ଥା ନିକଟରୁ ସର୍ଭିସ୍‌ ଚାର୍ଜ ଏବଂ ଜିଏସ୍‌ଟି ଯୁକ୍ତ ବିସ୍ତୃତ ବ୍ୟୟ ଅଟକଳ ପଠାଇବାକୁ ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ରମାକାନ୍ତ ନାୟକ ଚିଠିରେ ଉଲ୍ଲେଖ କରିଛନ୍ତି । ଏବେ ଅଧିକାଂଶ ପାଠ୍ୟ ପୁସ୍ତକ ଅନ୍‌ଲାଇନ୍‌ରେ ରହିଛି । 

ସେହିପରି ଗବେଷଣା ପାଇଁ ଇଣ୍ଟରନେଟ୍‌ର ଆବଶ୍ୟକତା ଜରୁରି ହୋଇପଡ଼ିଛି । ଯାହାକୁ ଲକ୍ଷ୍ୟ କରି ରାଜ୍ୟ ସରକାର ଏହି ପଦକ୍ଷେପ ନେଉଛନ୍ତି । ମାଗଣା ୱାଇଫାଇ ସୁବିଧା ଛାତ୍ରଛାତ୍ରୀଙ୍କୁ ପାଠପଢ଼ାରେ  ଅଧିକ ସହାୟକ ହେବ । ଶୈକ୍ଷିକ ବାତାବରଣରେ ଉନ୍ନତି ଆସି ପାରିବ । ଗତ ମେ ମାସରେ ତତ୍କାଳୀନ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ. ରୋହିତ ପୂଜାରୀ ମଧ୍ୟ ଏହା ତୁରନ୍ତ କାର୍ଯ୍ୟକାରୀ   ହେବ ବୋଲି ସୂଚନା ଦେଇଥିଲେ । 

୨୦୨୩-୨୪ ଶିକ୍ଷାବର୍ଷରୁ ଏହାକୁ କାର୍ଯ୍ୟକାରୀ କରିବା ସହିତ ଛାତ୍ରଛାତ୍ରୀଙ୍କୁ ୧ଜିବି ମାଗଣା ଡାଟା ମିଳିବ । ଏ ଦିଗରେ ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଭାଗ କାମ ଆରମ୍ଭ କରିଥିବା ନେଇ ଇଂ. ପୂଜାରୀ ସେତେବେଳେ କହିଥିଲେ ।

ଅପରପକ୍ଷେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି ରାଜ୍ୟ ଛାତ୍ର ବିଜେଡି । ଛାତ୍ର ବିଜେଡିର ରାଜ୍ୟ ସଭାପତି  ବିଧାୟକ ଦେବୀରଞ୍ଜନ ତ୍ରିପାଠୀ କହିଛନ୍ତି, କ୍ୟାମ୍ପସରେ ମାଗଣା ୱାଇଫାଇ ସୁବିଧା ମିଳିଲେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାପକ ଭାବେ ସହାୟକ ହେବ । ଏହି ଘୋଷଣା ଫଳରେ ଛାତ୍ରଛାତ୍ରୀଙ୍କ ମହଲରେ ଖୁସିର ବାତାବରଣ ସୃଷ୍ଟି ହୋଇଛି । ଅଧିକାଂଶ ପାଠ୍ୟକ୍ରମ ଅନ୍‌ଲାଇନରେ ଥିବାରୁ ମାଗଣା ୱାଇଫାଇ ବ୍ୟବସ୍ଥା ନିଶ୍ଚିତ ଛାତ୍ରଛାତ୍ରୀଙ୍କୁ ସୁବିଧା ପ୍ରଧାନ କରିବ । ଛାତ୍ର ବିଜେଡି ରାଜ୍ୟ ସଭାପତି ଶ୍ରୀ ତ୍ରିପାଠୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ୍‌ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.