ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୁଁ ରାଜନୀତି ଛାଡ଼ି ଦେବି , ଯଦି ଏମିତି କରି ଦେଖାଇ ଦେବ : କେଜ୍ରିୱାଲଙ୍କ ବଡ଼ ଘୋଷଣା

ଜିନ୍ଦ : ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହରିଆଣାର ଜିନ୍ଦ୍‌ରେ ଜନସଭାକୁ କରିଛନ୍ତି ସମ୍ୱୋଧିତ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିରୋଧି ଦଳ ଉପରେ ଖୁବ୍‌ ବର୍ଷିଛନ୍ତି। କେଜ୍ରିୱାଲ ଏହି ଜନସଭାରେ ଏମିତି କହିଲେ ଯେ, ଯଦି ତାଙ୍କର ୫ଟି ଦାବି ପୂରଣ କରିଦିଆ ଯାଏ ତ ସେ ରଜନୀତି ଛାଡ଼ି ଦେବେ। ଅରବିନ୍ଦ କେଜ୍ରିୱାଲ ସିଧା ଭାବେ ଏଠାରେ ବିଜେପିକୁ ଟାର୍ଗେଟ୍‌ କରି କହିଛନ୍ତି କି ଆଜି ବିଜେପିକୁ ସବୁଠୁ ଅଧିକ ବିପଦ ଆମ୍‌ ଆଦମୀ ପାର୍ଟି ଓ ମୋତେ ନେଇ ଅଛି। 

ଏହି ଜନସଭାରେ କେଜ୍ରିୱାଲ ନିଜର ୫ଟି ଦାବି କଥା କହି ଥିଲେ। ଯଦି ଏହାକୁ ପୂରା କରିଦିଆ ଯାଏ ତ ରାଜନୀତି ଛାଡି ଦେବେ। କେଜ୍ରିୱାଲ କହିଛନ୍ତି , ମୁଁ ଏଠାରେ କ୍ଷମତା ପାଇଁ ନୁହେଁ ...ମୁଁ ଏଠାକୁ ଟଙ୍କା କମେଇବା ପାଇଁ ଆସି ନାହିଁ , ନା ମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ ହେବାକୁ ଆସିଛି। କେଜ୍ରିୱାଲ କହିଛନ୍ତି ୧୪୦ କୋଟି ଲୋକଙ୍କ ପକ୍ଷରୁ ମୋର ପ୍ରଥମ ଦାବି କି ଏହି ଦେଶର ଶିକ୍ଷା ବ୍ୟବସ୍ଥା ଠିକ୍‌ କରି ଦିଅ। ସମସ୍ତଙ୍କ ପାଇଁ ସମାନ ଶିକ୍ଷାର ବ୍ୟବସ୍ଥା କରି ଦିଅ। ଧନୀ , ଗରିବ ସମସ୍ତଙ୍କୁ ଏକ ସମାନ ଶିକ୍ଷା ମିଳିବା ଉଚିତ୍‌। ଦ୍ୱିତୀୟ ଦାବି ଏହା କି ପୂରା ଦେଶ ଭିତରେ ସମସ୍ତଙ୍କୁ ଭଲ ଚିକିତ୍ସା ମିଳିବା ଉଚିତ୍‌, ସେ ଗରିବ ହୁଅନ୍ତୁ କି ଧନୀ। ସାରା ଦେଶ ଭିତରେ ହସ୍ପିଟାଲର ଠିକ୍‌ କରି ଦିଅ କେଜ୍ରିୱାଲ ରାଜନୀତି ଛାଡ଼ି ଦେବେ। 

କେଜ୍ରିୱାଲ ନିଜର ୩ୟ ଦାବିରେ କହିଛନ୍ତି, ମହଙ୍ଗା ହ୍ରାସ କରି ଦିଅ। ଆମେ ଦିଲ୍ଲୀ ଓ ପଞ୍ଜାବରେ ମହଙ୍ଗା କମ୍‌ କରି ଦେଖାଇଛୁ। ଦେଶରେ ମହଙ୍ଗାକୁ ନେଇ ଷଡ଼ଯନ୍ତ୍ର ଚାଲିଛି। ୪ର୍ଥ ଦାବି ସମସ୍ତଙ୍କ ହାତରେ ରୋଜଗାର ଦିଅ ଏବଂ ୫ ଦାବି ଦେଶରେ ବିଜୁଳି ଖୁବ୍‌ ମହଙ୍ଗା। ଗରିବଙ୍କ ବିଜୁଳି ମାଗଣା କରି ଦିଅ ଓ ପୂରା ଦେଶରେ ବିଜୁଳି ସମସ୍ତଙ୍କୁ ୨୪ ଘଣ୍ଟା ଦେଇ ଦିଅ, ମୁଁ ରାଜନୀତି ଛାଡ଼ି ଦେବି।

ଅରବିନ୍ଦ କେଜ୍ରିୱାଲ ବିଜେପି ଉପରେ ଟାର୍ଗେଟ୍‌ କରି କହିଛନ୍ତି କି, ଏମାନେ ସବୁଠୁ ଅଧିକ ଆମ୍‌ ଆଦମୀର ପଛରେ ପଡ଼ିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.