ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଗୁଗଲ ବ୍ୟାନ୍‌ କଲା ଏହି ସବୁ ଆପ୍‌ସ, ନିଜ ଫୋନରୁ ତୁରନ୍ତ କରନ୍ତୁ ଡିଲିଟ୍

ନୂଆଦିଲ୍ଲୀ : ଗୁଗଲ ପ୍ଲେ ଷ୍ଟୋରରୁ ୧୭ଟି ଆପ୍ସକୁ ହଟେଇ ଦେଇଛି , ଯାହା ଭାରତୀୟ ୟୁଜରଙ୍କ ଡାଟା ସଂଗ୍ରହ କରୁଥିଲା। ରିସର୍ଚ୍ଚରଙ୍କ ଦ୍ୱାରା SpyLoan ଆପ୍‌ ଭାବେ ଦର୍ଶାଯାଇ ଥିବା ଏହି ଆପ୍ ଗୁଡ଼ିକୁ ୟୁଜରଙ୍କ ଦ୍ୱାରା ଲୋନ୍‌ ଦେଉଥିବା ବ୍ୟକ୍ତିଙ୍କ ଉପରେ ରଖାଯାଇ ଥିବା ଭରସାର ଫାଇଦା ଉଠାଇବା ପାଇଁ ଡିଜାଇନ କରାଯାଇ ଥିଲା ଇଏସଇଟି ରିସର୍ଚ୍ଚର ଏକ ରିପୋର୍ଟ ଅନୁସାରେ, ଏହି malicious ଆପ୍ସ ୟୁଜରଙ୍କୁ ତାଙ୍କର ପର୍ସନାଲ ଡାଟା ଯାଏ ପହଞ୍ଚିବା ଯାଏ ତାଙ୍କୁ ଅନେକ ଅନୁମତି ଦେଇଥାଏ । ଥରେ ଇନଷ୍ଟାଲ ହେବା ପରେ , ଆପ୍ସ କଣ୍ଟାକ୍ଟ ଲିଷ୍ଟ , ଏସଏମଏସ , ଫଟୋ , ବ୍ରାଉଜିଂ ଇତିହାସ ସହ ଅନେକ ପ୍ରକାରର ସୂଚନା ଚୋରି କରି ନେଇଥାଏ। ଏହି ଡାଟାର ବ୍ୟବହାର କରି ବ୍ୟକ୍ତିଙ୍କୁ ଅତ୍ୟଧିକ ସୁଧ ଦର ସହ ଲୋନ୍‌ ଭରିବା ପାଇଁ ବ୍ଲାକମେଲ୍‌ କରିବା ଓ ସମସ୍ୟାରେ ପକାଯାଉ ଥିଲା। 

 ଉକ୍ତ ଆପ୍‌ ଭାରତ , ପାକିସ୍ତାନ , ଥାଇଲ୍ୟାଣ୍ଡ , ଭିଏତନାମ , ମେକ୍ସିକୋ , ଇଣ୍ଡୋନେସିଆ, କୋଲମ୍ୱିଆ , ମିଶର , କେନିଆ , ପେରୁ , ଫିଲିପାଇନ୍ସ , ସିଙ୍ଗାପୁର ଓ ନାଇଜେରିଆ ଭଳି ଦେଶରେ ଚାଲୁ ଥିଲା। ଅଧ୍ୟୟନକାରୀଙ୍କ ଅନୁସାରେ ପ୍ଲେ ଷ୍ଟୋରରୁ ହଟାଯିବା ପୂର୍ବରୁ ଏହି ଆପ୍‌ସକୁ ୧୨ ମିଲିୟନରୁ ଅଧିକ ଲୋକ ଡାଉନଲୋଡ୍‌ କରି ଥିଲେ। 

ଏହି ଆପ୍‌ସ କେମିତି କାମ କରିଥାଏ -

ଅଧ୍ୟୟନକାରୀମାନେ ଜାଣିବାକୁ ପାଇଛନ୍ତି କି, ସ୍ପାଇଲୋନ୍‌ ଆପ୍‌ସ ନିଜକୁ ବୈଧ ଲୋନ୍‌ ପ୍ରୋଭାଇଡର ଭାବେ ଦର୍ଶାଇ ୟୁଜରଙ୍କୁ ତାଙ୍କୁ ଡାଉନଲୋଡ୍‌ କରିବାକୁ କହିଥାଏ।ଥରେ ଇନଷ୍ଟାଲ ହେବା ପରେ , ଏହି ଆପ୍ସକୁ ଅଜାଣତରେ ଦିଆଯାଇ ଥିବା ଅନୁମତିର ମାଧ୍ୟମରେ ,ୟୁଜରଙ୍କ ବ୍ୟକ୍ତିଗତ ସୂଚନା ପର୍ଯ୍ୟନ୍ତ ପହଞ୍ଚି ଯାଏ। ଏବେ ସ୍ପାଇଲୋନ୍ ଆପ୍‌ ଇନଷ୍ଟାଲ କରାଯାଏ , ତ ୟୁଜରଙ୍କୁ ସେବାର ସର୍ତ୍ତରେ ସହମତି ହେବାକୁ ପଡ଼ିଥାଏ ଏବଂ ଡିଭାଇସରେ ଥିବା ସମ୍ୱେଦନଶୀଳ ଡାଟା ଯାଏ ପହଞ୍ଚିବାକୁ ବ୍ୟାପକ ଅନୁମତି ଦେବାକୁ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.