ପ୍ରମୂଖ ଖବର
  • ପାରାଦୀପ ଜିରୋ ପଏଣ୍ଟ ପାଖରେ ଗଚ୍ଛିତ ପାଇପରେ ଭୟଙ୍କର ଅଗ୍ନିକାଣ୍ଡ
  • ||
  • ରାଜଧାନୀରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ରାଉରକେଲାରେ ପୋଲିସ ଡିଜି ୱାଇବି ଖୁରାନିଆ, ରାଉରକେଲାରେ ଚାଲିଛି ସମୀକ୍ଷା ବୈଠକ
  • ||
  • ପହଲଗାମ ଆତଙ୍କୀ ହମ୍‌ଲା ପରେ ରାଜଧାନୀରେ ହାଇଆଲର୍ଟ, ଭୁବନେଶ୍ୱର ରେଲ୍‌ ୱେ ଷ୍ଟେସନ୍‌ରେ ଫ୍ଲାଗ୍ ମାର୍ଚ୍ଚ
  • ||
  • ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଟଙ୍କା ମାଗିବାରୁ ଦହିବରା ବେପାରୀଙ୍କୁ ନିସ୍ତୁକ ପିଟିଲେ
  • ||
  • ସମ୍ୱଲପୁର : ପାଣିରେ ବୁଡ଼ି ଜୀବନ ହାରିଥିଲେ ଭିସୁଟ୍‌ ଛାତ୍ରୀ: ୧୦୦ ଜଣଙ୍କ ଉପରେ ସର୍ବକାଳୀନ ଛାତ୍ର କାର୍ଯ୍ୟାନୁଷ୍ଠାନ
  • ||
  • ଚଳିବନି ପାକ୍ ପ୍ରୋପାଗଣ୍ଡା, ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍
  • ||
  • ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ୧୨ ଯାଏ ୩ଟି ସିଫ୍ଟରେ ହେବ ଏକ୍ସଜାମ୍
  • ||
  • ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନ୍‌ରେ ଏଲଏଚବି କୋଚ୍‌ର ଶୁଭାରମ୍ଭ
  • ||
  • କେନ୍ଦୁଝର : ବାଇକ୍‌କୁ ଧକ୍କା ଦେଲା ଆଡିସନାଲ୍‌ CSOଙ୍କ ବୋଲେରୋ, ବାଇକ୍‌ ଚାଳକ ମୃତ
  • ||
  • ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଜେଡି ନେତା ଓ କର୍ମୀ
  • ||
  • ଅନୁଗୁଳ : ୫୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ
  • ||
  • IPL 2025: ଆଜି ରାଜସ୍ଥାନ- ଗୁଜରାଟ ଲଢ଼େଇ, ରୟାଲ୍ସ ପାଇଁ ‘କର ବା ମର’
  • ||
  • ତାତି କମିଲା, ଆହୁରି କମିବ: ଆଜି ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା,୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||
  • ସୁନ୍ଦରଗଡ଼ : ବସ୍‌ ଓଲଟି ଜଣେ ମୃତ, ୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||

ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସହ ୧୫ ବିଧାୟକଙ୍କୁ ନିଲମ୍ବିତ କଲେ ହିମାଚଳ ପ୍ରଦେଶ ବିଧାନସଭା ବାଚସ୍ପତି

Published By : Sushanta Sahu | February 28, 2024 4:23 PM

ଶିମଲା, ୨୮/୦୨: ହିମାଚଳ ପ୍ରଦେଶରେ ରାଜନୈତିକ ଉଷ୍ମତା ଭିତରେ ବିଜେପିର ୧୫ ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସହ ବିଜେପିର ୧୫ ବିଧାୟକଙ୍କୁ ନିଲମ୍ବନ କରିବା ସହ ଗୃହକୁ ମୁଲତବି ରଖା ଯାଇଛି ।

ମଙ୍ଗଳବାର ରାଜ୍ୟସଭା ଲାଗି ହିମାଚଳ ପ୍ରଦେଶରେ ମତଦାନ ହୋଇଥିଲେ । ରାଜ୍ୟସଭା ନିର୍ବାଚନରେ ୬ ଜଣ କଂଗ୍ରେସ ବିଧାୟକ, ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପରେ ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି । ଏବେ ୧୫ ବିଜେପି ବିଧାୟକଙ୍କୁ ବାଚସ୍ପତି ନିଲମ୍ବିତ କରିବା ସହ କହିଛନ୍ତି, ଏମାନେ ଗୃହର ଗାରିମା ନଷ୍ଟ କରୁଥିଲେ । ବାଚସ୍ପତି କହିଛନ୍ତି, ଏଭଳି ସ୍ଥିତିରେ ଗୃହ ପରିଚାଳନା କରିବା ସମ୍ଭବ ନୁହେଁ ।

ନିଲମ୍ବିତ ସଦସ୍ୟ

ଜୟରାମ ଠାକୁର, ବିପିନ୍ ସିଂ ପରମାର, ରଣଧିର ଶର୍ମା, ଲୋକେନ୍ଦ୍ର କୁମାର, ବିନୋଦ କୁମାର, ହଂସ ରାଜ, ଜନକ ରାଜ, ବଲବୀର ବର୍ମା, ତ୍ରିଲୋକ ଜମୱାଲ, ସୁରେନ୍ଦ୍ର ଶୋରି, ଦୀପ ରାଜ, ପୂର୍ଣ୍ଣ ଚନ୍ଦ, ଇନ୍ଦ୍ର ସିଂ ଗାନ୍ଧୀ, ଦିଲୀପ ଠାକୁର ଓ ରଣବୀର ସିଂହ ।

କଂଗ୍ରେସରେ ଆନ୍ତଃ କନ୍ଦଳ !

ସେପେଟେ କଂଗ୍ରେସର ଅସନ୍ତୁଷ୍ଟ ବିଧାୟକଙ୍କୁ ମନାଇବା ଲାଗି ଦଳର ଶୀର୍ଷ ନେତୃତ୍ୱ ପ୍ରଚେଷ୍ଟା କରୁଛନ୍ତି । ତେବେ କଂଗ୍ରେସରେ ସଂକଟ କମିଲା ଭଳି ଲାଗୁ ନାହିଁ । ଏହାରି ଭିତରେ ବୀରଭଦ୍ର ସିଂଙ୍କ ପୁଅ ତଥା ହିମାଚଳର ପୂର୍ତ୍ତ ବିଭାଗ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ ଇସ୍ତଫା ଦେଇଛନ୍ତି ।

ବିକ୍ରମାଦିତ୍ୟଙ୍କ କହିବା କଥା, ସେ ସବୁବେଳେ ଦଳର ସାଥ୍ ଦେଇଛନ୍ତି । ସେ କହିଛନ୍ତି, ଏବେ ମୁଁ ଏହି ସରକାରରେ ରହିବା ଠିକ୍ ଭାବୁ ନାହିଁ । ମୁଁ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଉଛି । ମନ୍ତ୍ରୀ ପଦରୁ ବିକ୍ରମାଦିତ୍ୟ ଇସ୍ତଫା ଦେବା କଂଗ୍ରେସରେ ଥିବା ଆନ୍ତଃ କନ୍ଦଳକୁ ପଦାରେ ପକାଇଛି । ମଙ୍ଗଳବାର ରାଜ୍ୟର ଏକମାତ୍ର ରାଜ୍ୟସଭା ଆସନ ପାଇଁ ଭୋଟିଂ ହୋଇଥିବା ବେଳେ ବିଜେପି ଠାରୁ ହାରି ଯାଇଛି କଂଗ୍ରେସ । ଏହାପରେ ସରକାରକୁ ବଞ୍ଚାଇ ରଖିବା ଲାଗି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରୟାସ ଚାଲିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.