ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

କେସିଙ୍ଗାରେ ଉଦ୍ୟାନ କୃଷି କର୍ମଶାଳା

କେସିଙ୍ଗା, ୮/୧୧ : କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କଳାହାଣ୍ଡି ଜିଲ୍ଲା ଉଦ୍ୟାନ ବିଭାଗ ସହାୟତାରେ କେସିଙ୍ଗା ନିୟନ୍ତ୍ରିତ ବଜାୟ ସଭାଗୃହରେ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଛି। କେସିଙ୍ଗା ବ୍ଲକ୍ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଶାଳାକୁ ଉଦ୍ଘାଟନ କରିଥିଲେ। ଏଥିରେ କଳାହାଣ୍ଡି ଜିଲ୍ଲା ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ମୋନାଲିସା ପ୍ରଧାନ, ଏଏଚ୍ଓ ବିମଳ କୁମାର ନାଏକ, ଅନନ୍ତ ନାରାୟଣ ପଣ୍ଡା, ଆସିଷ୍ଟାଣ୍ଟ ଇଞ୍ଜିନିୟର ମନୋଜ କୁମାର ହୋତା, ଓଏଲ ପାମ୍ ସ୍କିମ ଅଧିକାରୀ ରଞ୍ଜନ କୁମାର ଦାଶ ପ୍ରମୁଖ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେସିଙ୍ଗା ବ୍ଲକ ଆତ୍ମା ଅଧ୍ୟକ୍ଷ ଜିତ ସାହୁ, କେସିଙ୍ଗା ବ୍ଲକ କୃଷି ଅଧିକାରୀ ଘନଶ୍ୟାମ ଦେହୁରୀ, ସହକାରୀ କୃଷି ଅଧିକାରୀ ନିରୁପମା ଗୈ।ଡିଆ, ଅବସରପ୍ରାପ୍ତ ଏଏଚ୍ଓ ଦୁର୍ବାଦଳ ମାଝୀ, କେସିଙ୍ଗା ବ୍ଲକ ଉଦ୍ୟାନ କୃଷି ଅଧିକାରୀ ପ୍ରଜ୍ଞା ସାହୁ ପ୍ରମୁଖ ମଞ୍ଚାସୀନ ରହିଥିଲେ । 

ଉଦ୍ୟାନ ବିଭାଗ ପକ୍ଷରୁ ଚାଲିଥିବା ଉଦ୍ୟାନ କୃଷି କାର୍ଯ୍ୟକ୍ରମ ୨୦୨୨-୨୩ ଉପରେ କର୍ମଶାଳାରେ ଆଲୋଚନା ହୋଇଥିଲା । ଉଦ୍ୟାନ କୃଷି ମିଶନ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାୟୀ ଯୋଜନା, ରାଜ୍ୟ ଯୋଜନା, ମହାତ୍ମା ଗାନ୍ଧି ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଜାତୀୟ ମିଶନ ଯୋଜନା ଉପରେ ଚାଲିଥିବା ବିଭିନ୍ନ ଚାଷ ଏବଂ ସରକାରଙ୍କ ଆର୍ଥିକ ଅନୁଦାନ ସହାୟତା ଉପରେ ଆଲୋଚନା ହୋଇଥିଲା। ନୂତନ ଫଳ ଓ ଫୁଲ ବଗିଚା ପ୍ରତିଷ୍ଠା ପାଇଁ ସରକାରଙ୍କ ତରଫରୁ ଚାଷୀମାନଙ୍କୁ ଦିଆଯାଉଥିବା ଆର୍ଥିକ ଅନୁଦାନ ସହିତ ଜିଆ ଖତ ପ୍ରସ୍ତୁତି ନିମିତ୍ତ ଜିଆ କୁଣ୍ଡ ପ୍ରତିଷ୍ଠା, ଉଦ୍ୟାନ କୃଷି କୃଷି ଯନ୍ତ୍ରପାତି କ୍ରୟ ଉପରେ ରିହାତି, ଅମଳ ପରବର୍ତ୍ତୀ ଯତ୍ନ ପାଇଁ ସହାୟତା ତଥା ଉଦ୍ୟାନ କୃଷି ସହାୟତା ଉପରେ କଳାହାଣ୍ଡି ଜିଲ୍ଲା ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ମୋନାଲିସା ପ୍ରଧାନ କର୍ମଶାଳାରେ ଯୋଗଦେଇଥିବା ଚାଷୀମାନଙ୍କୁ ସୂଚନା ପ୍ରଦାନ କରିଥିଲେ। 

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାୟୀ ଯୋଜନାର ସୁବିଧା ଉପରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ମନୋଜ କୁମାର ହୋତା ଏବଂ ଓଏଲ ପାମ୍ ଉପରେ ଅଧିକାରୀ ରଞ୍ଜନ କୁମାର ଦାଶ ଚାଷୀମାନଙ୍କୁ ବୁଝାଇଥିଲେ। କେସିଙ୍ଗା ଏଏଚ୍ଓ ପ୍ରଜ୍ଞା ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ କର୍ମଶାଳାରେ ଉଦ୍ୟାନ କୃଷି ଓଭରସିୟର ସନ୍ତୋଷ କୁମାର ସାହୁ ସହଯୋଗ କରିଥିଲେ।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.