କୃଷ୍ଣପ୍ରସାଦ, ୧୩/୧୧ : ରାମଲେଙ୍କା ପଞ୍ଚାୟତ ବାଲିପାଟପୁର ଗ୍ରାମରେ ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ଜଳିଆ ଜେନାଙ୍କ ୪ ବଖରା ବାସଗୃହ ସହ ଗୁହାଳ ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି।
ସୂଚନାନୁଯାୟୀ, ରବିବାର ରାତି ୧୨ଟାରେ ବିଦ୍ୟୁତ ସାର୍ଟ୍ ସର୍କିଟ୍ ଯୋଗୁଁ ଗ୍ରାମର ଜାଳିଆଙ୍କ ଘରେ ନିଆଁ ଲାଗିଯାଇଥିଲା। ଗାଁ ଲୋକେ ଶୋଇଥିବା ବେଳେ ହଠାତ୍ ନିଆଁ ଲାଗିଥିବା ଦେଖି ଜଳିଆ ହୋ ହାଲା କରି ଗାଁ ଲୋକଙ୍କୁ ଡାକିଥିଲେ। ଗାଁର ଯୁବକମାନେ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ୪ ବଖରା ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଗୁହାଳ ଘରେ ଥିବା ଗୋରୁଗାଇ ଅର୍ଦ୍ଧ ଦଗ୍ଧ ହୋଇଯାଇଛନ୍ତି। ଜାଳିଆଙ୍କ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ଯାଇଥିବା ଗାଁ ଲୋକଙ୍କ ଠାରୁ ସୂଚନା ମିଳିଛି।