ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ଦକ୍ଷିଣ ଆଫ୍ରିକା ବିଜୟ ସହ ଶେଷ କଲା ଲିଗ୍ ଷ୍ଟେଜ୍ , ଆଫଗାନିସ୍ତାନକୁ ୫ ୱିକେଟରେ ହରାଇଲା

ଅହମ୍ମଦାବାଦ – ଆଫଗାନିସ୍ତାନ ବିରୋଧରେ ମ୍ୟାଚ୍‌ ବିଜୟୀ ହେଲା ଦକ୍ଷିଣ ଆଫ୍ରିକା । ୫ ୱିକେଟ୍‌ରେ ମ୍ୟାଚ୍‌ ଜିତିଲା ଦକ୍ଷିଣ ଆଫ୍ରିକା । ୧୦ ନଭେମ୍ୱର (ଶୁକ୍ରବାର) ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇ ଥିବା ମୁକାବିଲାରେ ଆଫଗାନିସ୍ତାନ , ଦକ୍ଷିଣ ଆଫ୍ରିକାକୁ ୨୪୫ ରନ୍‌ର ଟାର୍ଗେଟ ଦେଇଥିଲା । ଯାହାକୁ ସେ ୧୫ ବଲ୍ ବାକି ଥାଇ  ହାସଲ କରିନେଇଛି। 

ଦକ୍ଷିଣ ଆଫ୍ରିକାକୁ ୨୪୫ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଆଫଗାନିସ୍ତାନ , ୩ ରନ୍‌ ପାଇଁ ଶତକରୁ ବଞ୍ଚିତ ହେଲେ ଉମରଜଇ

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଆଫଗାନୀ ଟିମ୍‌ର ପ୍ରାରମ୍ଭିତ ଖେଳ ଭଲ ଥିଲା ଏବଂ ସେ ୪୦ ରନ୍‌ର ସ୍କୋର ଯାଏ କୌଣସି ୱିକେଟ୍‌ ହରାଇ ନଥିଲା ।  

ଦକ୍ଷିଣ ଆଫ୍ରିକା ଟିମ୍‌ ଟୁର୍ଣ୍ଣାମେଣ୍ଟରେ ଟାର୍ଗେଟର ପିଛା କରିବାରେ ଖୁବ୍‌ ସଂଘର୍ଷ କରିବା ନଜର ଆସି ଥିଲା। ମ୍ୟାଚ୍‌ କଥା ଯଦି କହିବା ତ, ଯୁବ ଅଲରାଉଣ୍ଡର ଅଜମତୁଲ୍ଲାହ ଉମରଜଇଙ୍କର ଅପରାଜେୟ ୯୭ ରନ୍‌ର ସହାୟତାରେ , ଆଫଗାନିସ୍ତାନ ଟିମ୍‌ ଶୁକ୍ରବାର ବିଶ୍ୱକପ୍‌ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୪୪ ରନ୍‌ କରିବାରେ ସଫଳ ହୋଇଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ଡୁସେନଙ୍କ ଅପରାଜେୟ ୭୬ ରନ୍‌ ବଳରେ ୧୫ ଟି ବଲ ଥାଇ,  ୪୭.୩ ଓଭରରେ ୫ ୱିକେଟ୍‌ରେ ୨୪୭ ରନ୍‌ କରି ଏହି ମ୍ୟାଚ୍‌କୁ ନିଜ ନାଁରେ କରିଥିଲା ।  

 ଶ୍ରୀଲଙ୍କା କ୍ରିକେଟ ବୋର୍ଡ ବିରୋଧରେ ବଡ଼ ଆକ୍ସନ ନେଲା ICC

 ଆଫଗାନିସ୍ତାନର ସମ୍ଭାବିତ  ପ୍ଲେଇଂ -୧୧ :  ରହମାନୁଲ୍ଲାହ ଗୁରବାଜ , ଇବ୍ରାହିମ ଜାଦରାନ , ରହମତ ଶାହ , ହରମତୁଲ୍ଲାହ ସାହିଦୀ (ଅଧିନାୟକ), ଅଜମତୁଲ୍ଲାହ ଉମରଜଇ , ମହମ୍ମଦ ନବୀ , ରାଶିଦ ଖାନ , ଇକରାମ ଅଲିଖିଲ (ୱିକେଟ କିପର), ମୁଜିବ ଉର୍‌ ରହମାନ , ନୁର ଅହମ୍ମଦ , ନବୀନ ଉନ ହକ୍‌ ।

ଦକ୍ଷିଣ ଆଫ୍ରିକା ସମ୍ଭାବିତ ପ୍ଲେଇଂ -୧୧ : ଟେମ୍ୱା ବାବୁମା (ଅଧିନାୟକ) , କ୍ୱିଣ୍ଟନ ଡିକାକ (ୱିକେଟ କିପର) , ରସ୍‌ସି ଭେନ୍‌ ଡେର ଡୁସେନ , ଏଡେନ ମାର୍କରମ , ହେନରିକ କ୍ଲାସେନ , ଡେଭିଡ ମିଲର , ଏଣ୍ଡିଲେ ଫେହଲୁକ୍ୱାୟୋ , କେଶବ ମହାରାଜ , କଗିସୋ ରବାଡା , ଗେରାଲ୍ଡ କୋଏତଜି ,ଲିଙ୍ଗି ଏନଗିଡି ।

 

Copyright © 2022 - Summa Real Media Private Limited. All Rights Reserved.