ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅଭିନୟ ଦୁନିଆରୁ ବିଦାୟ ନେଲେ ଇଲିଆନା, କହିଲେ-'ସ୍ୱାମୀ ଓ ପୁଅ ମୋର ପ୍ରାଥମିକତା'

ମୁମ୍ବାଇ ୧୦/୧୨: ଅନୁରାଗ  ବାସୁ ନିର୍ଦ୍ଦେଶିତ ଫିଲ୍ମ ‘ବରଫି’ ରେ ହିନ୍ଦୀ ବଳୟର ଦର୍ଶକ ଦେଖିବାକୁ ପାଇଥିଲେ ଦକ୍ଷିଣୀ ଅଭିନେତ୍ରୀ ଇଲିଆନା ଡିକ୍ରୁଜଙ୍କୁ। ବଲିଉଡ୍‌ରେ ପାଦ ରଖିବା ପୂର୍ବରୁ ଯଦିଓ ଦାକ୍ଷିଣାତ୍ୟରେ ସେ ପରିଚିତ ହୋଇସାରିଥିଲେ। ଏହି ଡକ୍ସି ବିଉଟିଙ୍କ ଅଭିନୟକୁ ବଲିଉଡ ବି ପ୍ରଶଂସା କଲା। ଏହପରେ ତାଙ୍କୁ ବେଶ୍ କେତୋଟି ଫିଲ୍ମରେ ଦେଖିବାକୁ ମିଳିଲା। ଯଦିଓ ଇଲିଆନା ପ୍ରଥମରୁ ନିଶ୍ଚିତ କରିଦେଇଥିଲେ ଯେ ବଛା ଚରିତ୍ରରେ ଅଭିନୟ କରିବେ। ଏହି କାରଣରୁ ଇଲିଆନା ତାଙ୍କ ସମସାମୟିକ ଅଭିନେତ୍ରୀମାନଙ୍କ ତୁଳନାରେ ଯଥେଷ୍ଟ କମ୍ ଫିଲ୍ମରେ ଅଭିନୟ କରିଛନ୍ତି। ବଲିଉଡ୍ ପରେ ଇଲିଆନା ସାମୟିକ ବିରତି ନେବାକୁ ଇଚ୍ଛା କରିଥିଲେ। କିନ୍ତୁ ସେହି ସାମୟିକ ବିରତି ଯେ ଚିରଦିନ ପାଇଁ ହୋଇଯିବ ତାଙ୍କ ପ୍ରଶଂସକମାନେ ଜାଣିନଥିଲେ।




ଅଭିନୟରୁ ଦୂରେଇ ସେ ନିଜ ପରିବାରକୁ ଅଧିକ ସମୟ ଦେଉଥିଲେ। ତା’ପରେ ତାଙ୍କ ସମ୍ପର୍କକୁ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହେଲା। ଏବେ ସେ ପୁତ୍ର ସନ୍ତାନର ଜନନୀ। ତେବେ ସନ୍ତାନ ଜନ୍ମର ଅଳ୍ପଦିନ ପୂର୍ବରୁ ସେ ବିବାହ କଲେ ଏବଂ ସ୍ୱାମୀଙ୍କ ପରିଚୟ ସାର୍ବଜନୀନ କଲେ। ଏବେ ଇଲିଆନା ସ୍ଥିର କରିଛନ୍ତି ଆଉ ଅଭିନୟ ନୁହେଁ। ସ୍ୱାମୀ ଏବଂ ସନ୍ତାନକୁ ସେ ସର୍ବାଧିକ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ସ୍ୱାମୀ ଆମେରିକୀୟ ହୋଇଥିବାରୁ ଇଲିଆନା ଭାରତରେ ରହିବାକୁ ଚାହୁଁନାହାନ୍ତି। ସବୁଦିନ ପାଇଁ ସେ ଆମେରିକା ଚାଲିଚିବେ ବୋଲି ଜଣାଇଛନ୍ତି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.