ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶେଷ ଟି୨୦ରେ ଶ୍ରେୟସ୍‌ଙ୍କ ଅର୍ଦ୍ଧଶତକ; ଅଷ୍ଟ୍ରେଲିଆକୁ ୧୬୧ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

Image source: ABP

ବେଙ୍ଗାଲୁରୁ,୦୩/୧୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ୫ମ୍ୟାଚ୍‌ ବିଶିଷ୍ଟ ଟି ୨୦ ସିରିଜ୍‌ର ଚୁଡ଼ାନ୍ତ ମ୍ୟାଚ୍‌ ବେଙ୍ଗାଲୁରୁର ଏନ୍‌. ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳା ଯାଇଥିଲା। ଟି-୨୦ ସିରିଜ୍‌ର ଶେଷ ମ୍ୟାଚ୍‌ରେ ଭାରତ ଆକର୍ଷଣୀୟ ସ୍କୋର କରିଛି। ଶ୍ରେୟସ ଆୟରଙ୍କ ୫୩ ରନ୍‌ର ଅର୍ଦ୍ଧଶତକୀୟ ପାଳି ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୬୦ ରନ କରିଛି। ଶ୍ରେୟସ୍‌ ତାଙ୍କ ଇନିଂସରେ ୫ ଚୌକା ଓ ୨ ଛକା ମାରିଥିଲେ। ଶେଷ ଓଭରରେ ଶ୍ରେୟସ୍ ଆୟର ନାଥନ୍ ଏଲିସ୍‌ଙ୍କ ଶିକାର ହୋଇଥିଲେ। ମ୍ୟାଚ୍ ଜିତିବାକୁ ହେଲେ ଅଷ୍ଟ୍ରେଲିଆକୁ ୧୬୧ ରନ୍‌ର ଆବଶ୍ୟକତା ରହିଛି। ଶ୍ରେୟସଙ୍କ ବ୍ୟତୀତ ଅକ୍ଷର ପଟେଲ୍ ୩୧ ଓ ଜିତେଶ ଶର୍ମା ୨୧୪ ରନର ଦ୍ରୁତ ଇନିଂସ ଖେଳିବାରୁ ଭାରତ ଏହି ସ୍କୋରରେ ପହଞ୍ଚି ପାରିଛି। ଅଷ୍ଟ୍ରେଲିଆ ପକ୍ଷରୁ ବେନ ଡ୍ଵାରସିସ ଦୁଇଟି  ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। 

ଅଷ୍ଟ୍ରେଲିଆ ଅଧିନାୟକ ମାଥ୍ୟୁ ୱେଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଦଳ ଭଲ ଆରମ୍ଭ କରିଥିଲା। ପ୍ରଥମ ୱିକେଟ୍ ସୁଦ୍ଧା ଟିମ୍ ଇଣ୍ଡିଆର ଓପନର ଯଶାସୀ ଜୟସୱାଲ ଏବଂ ରୁତୁରାଜ ଗାଇକୱାଡ ୪.୩ ଓଭର ସୁଦ୍ଧା ୩୩ ରନ୍ ଯୋଡିଥିଲେ।  ଯଶସ୍ୱୀ ଜସୱାଲ ୧୫ ବଲରେ ୨୧ ରନ୍ ସଂଗ୍ରହ କରିଥିଲେ। ସେ ତାଙ୍କ ଇନିଂସରେ ଗୋଟିଏ ଚୌକା ଓ ଦୁଇଟି ଛକା ମାରିଥିଲେ। କିନ୍ତୁ ଭଲ ଆରମ୍ଭକୁ ଏକ ବଡ଼ ଇନିଂସରେ ପରିଣତ କରିପାରିଲା ନାହିଁ। ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜେସନ ବେହେରେଣ୍ଡର୍ଫ ଯଶସ୍ବୀ ଜସୱାଲଙ୍କୁ ତାଙ୍କର ଶିକାର କରିଥିଲେ। ଏହା ପରେ ଭାରତୀୟ ବ୍ୟାଟ୍ସମ୍ୟାନ୍ମାନେ ନିୟମିତ ବ୍ୟବଧାନରେ ପାଭିଲିୟନକୁ ଫେରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.