ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ହମାସ୍ ଉପରେ ପ୍ରତିବନ୍ଧକ ଲଗାଇବିନି ଭାରତ, ଆରବ ଦେଶ ସହ ସମ୍ପର୍କ ବିଗିଡ଼ିବା ଡର

ନୂଆଦିଲ୍ଲୀ, ୦୬/୧୧: ଇସ୍ରାଏଲ୍-ହମାସ ଯୁଦ୍ଧକୁ ମାସେ ବିତିଛି । ଗାଜାରେ ଇସ୍ରାଏଲର ଗ୍ରାଉଣ୍ଡ ଆଟାକ୍ ଜାରି ରହିଛି । ଅକ୍ଟୋବର ୭ ତାରିଖ ଆକ୍ରମଣ ପରେ ହମାସ୍ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଦାବି ଉଠିଥିଲା । ଆମେରିକା ଓ ଜର୍ମାନୀ, ହମାସକୁ ଆତଙ୍କବାଦୀ ସଂଗଠନ କହିବା ସହ ଉଭୟ ଦେଶ ହମାସକୁ ବ୍ୟାନ୍ କରିଛନ୍ତି ।

ଏବେ ଭାରତ ମଧ୍ୟ ହମାସକୁ ଆତଙ୍କବାଦୀ ସଂଗଠନ ଘୋଷଣା କରି ପ୍ରତିବନ୍ଧକ ଲଗାଇବାକୁ ଦାବି ହେଉଛି । ତେବେ ନୂଆଦିଲ୍ଲୀର କହିବା କଥା, ଏବେ ହମାସକୁ ବ୍ୟାନ୍ କରାଯିବ ନାହିଁ । ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏବେ ଭାରତରେ ହମାସ୍ ସକ୍ରିୟ ନାହିଁ । ତେଣୁ ପ୍ରତିବନ୍ଧକ ଲଗାଇବାର ପ୍ରଶ୍ନ ଉଠୁ ନାହିଁ । 

ପାର୍ବଣରେ ମହଙ୍ଗା ମାଡ଼ରୁ ମିଳିବ ଆଶ୍ୱସ୍ତି, କେଜି ପିଛା ୨୭ ଟଙ୍କା ୫୦ ପଇସାରେ ଭାରତ ବ୍ରାଣ୍ଡ ଅଟା ବିକିବେ ସରକାର

ଯଦି ସରକାର ହମାସକୁ ବ୍ୟାନ କରନ୍ତି ତ ଡର ଆରବ ଦେଶ ସହ ବିଗିଡ଼ିପାରେ ଭାରତର ସମ୍ପର୍କ । ଦେଶରେ କୌଣସି ସଂଗଠନକୁ ବ୍ୟାନ୍ କରାଯିବ ସେନେଇ ଆଇନ୍ ଅନୁସାରେ ନିଷ୍ପତ୍ତି ନେଇଥାଏ ଗୃହ ମନ୍ତ୍ରଣାଳୟ । ୨୦୨୩ ଫେବ୍ରୁଆରୀ ସୁଦ୍ଧା UAPA ତାଲିକାରେ ୪୪ଟି ସଂଗଠନ ରହିଛନ୍ତି । ଉକ୍ତ ସଂଗଠନକୁ ଭାରତ ଆତଙ୍କବାଦୀ ସଂଗଠନ ବିବେଚନା କରେ ।

ଶେଷଥର ପାଇଁ ଭାରତ ୨୦୧୫ରେ ISISକୁ ଭାରତ ଆତଙ୍କବାଦୀ ସଂଗଠନ ଘୋଷଣା କରିଥିଲା । କୌଣସି ସଂଗଠନକୁ ଏହି ତାଲିକାର ରଖିବା ହେଉଛି ଏକ ଲମ୍ବା ପ୍ରକ୍ରିୟା । ହୋଇପାରେ ଭବିଷ୍ୟତରେ ଭାରତ, ହମାସକୁ ନେଇ କୌଣସି ନିଷ୍ପତ୍ତି ନେଇପାରେ । କିନ୍ତୁ ଏବେ କିଛି ହେବାର ନାହିଁ ।

‘ଇସ୍ରାଏଲକୁ କଡ଼ା ସନ୍ଦେଶ’; ଯୁଦ୍ଧ ମଧ୍ୟରେ ସମସ୍ତ କୂଟନୀତିଜ୍ଞଙ୍କୁ ଫେରାଇ ନେବ ଦକ୍ଷିଣ ଆଫ୍ରକା

ବିଶେଷଜ୍ଞଙ୍କ ଅନୁସାରେ, ସବୁବେଳେ ଭାରତର ଆଭିମୁଖ୍ୟ ଭିନ୍ନ ଓ ସ୍ୱାଧୀନ ଫିଲିସ୍ତିନକୁ ନେଇ ରହିଛି । ଏବେବି ଭାରତର ଆଭିମୁଖ୍ୟ ସମାନ ରହିଛି । ଏଥିପାଇଁ ଭାରତ, ହମାସକୁ ଆତଙ୍କବାଦୀ ସଂଗଠନ ଘୋଷଣା କରୁ ନାହିଁ । ନିକଟରେ ଗାଜାରେ ଅସ୍ତ୍ରବିରତିକୁ ନେଇ ଜାତିସଂଘରେ ହୋଇଥିବା ଭୋଟିଂରେ ଭାରତ ଭାଗ ନେଇ ନଥିଲା ।

Copyright © 2022 - Summa Real Media Private Limited. All Rights Reserved.