ପ୍ରମୁଖ ଖବର
  • ଆଜି ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ନେତା ନିର୍ବାଚନ, ଉଭୟ ରାଜ୍ୟରେ ବସିବ ବିଜେପି ବିଧାୟକ ଦଳ ବୈଠକ
  • ||
  • ଆଜି କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଉଦ୍‌ଘାଟନ, କଳିଙ୍ଗ ଷ୍ଟାଡିୟମରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଗଛରେ ପିଟିହେଲା ବରଯାତ୍ରୀ କାର୍, ଜଣେ ମୃତ ଜଣେ ଗୁରୁତର
  • ||
  • ବିଦେଶୀ ଜାହାଜରୁ କୋକେନ୍‌ ଜବତ ମାମଲା: ସମୁଦ୍ରରେ ବୁଡ଼ି ପ୍ରମାଣ ଖୋଜିଲେ ବୁଡ଼ାଳି, ଆଜି ଆସିବେ ଫରେନ୍‌ସିକ୍‌ ଟିମ୍‌
  • ||

ଗାଜା ଛାଡ଼ୁଛନ୍ତି ଲୋକ, ଆକ୍ରମଣକୁ ବ୍ୟାପକ କରୁଛି ଇସ୍ରାଏଲ୍, ଅସ୍ତ୍ରବିରତି ପାଇଁ ନେତନ୍ୟାହୁ ଅରାଜି

ଜେରୁଜେଲମ୍, ୦୯/୧୧: ଗାଜା ସିଟିରେ ପଶିଥିବାଇ ଇସ୍ରାଏଲ୍ ସୈନିକ ଆକ୍ରମଣକୁ ବ୍ୟାପକ କରିଛନ୍ତି । ହମାସ୍ ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରୁଛି ଇସ୍ରାଏଲ୍ ଡିଫେନ୍ସ ଫୋର୍ସ । ଇସ୍ରାଏଲ୍ ଆକ୍ରମଣକୁ ଶାଣିତ କରୁଥିବା ବେଳେ ଲୋକେ ଗାଜା ଛାଡ଼ି ପଳାଉଛନ୍ତି । 

ଯୁଦ୍ଧର କାୟା ବଢ଼ୁଥିବା ବେଳେ ପୁଣିଥରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଅସ୍ତ୍ରବିରତି ନେଇ ଅନ୍ତର୍ଜାତୀୟ ସମୁଦାନ କରିଥିବା ଅନୁଧାନକୁ ଅଗ୍ରାହ୍ୟ କରି ଦେଇଛନ୍ତି । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କହିଛନ୍ତି, ଆମ ବନ୍ଧକଙ୍କୁ ନ ଛାଡ଼ିବା ଯାଏଁ ଅସ୍ତ୍ରବିରତିର ପ୍ରଶ୍ନ ଉଠୁ ନାହିଁ ।

ସିରିଆରେ ଦ୍ୱିତୀୟ ଥର ଆମେରିକାର ଏୟାରଷ୍ଟ୍ରାଇକ୍, ୯ ଜଣଙ୍କ ମୃତ୍ୟୁ

ଏବେ ଗାଜା ସହରର ଶିଫା ନିକଟରେ ଥିବା ବଡ଼ ହସ୍ପିଟାଲ ପାଖାପାଖି ହମାସ୍-ଇସ୍ରାଏଲ୍ ସୈନିକ ମୁହାଁମୁହିଁ ହୋଇଛନ୍ତି । ଇସ୍ରାଏଲର କହିବା ଅନୁସାରେ, ହମାସର ମୁଖ୍ୟ କମାଣ୍ଡ ସେଣ୍ଟର ହସ୍ପିଟାଲ୍ ପରିସରରୁ ପରିଚାଳିତ ହେଉଛି । ଏପରିକି ହମାସର ବରିଷ୍ଠ ନେତା ହସ୍ପିଟାଲକୁ ଢ଼ାଲ୍ କରି ଲୁଚିଥିବା କହିଛି ଇସ୍ରାଏଲ୍ । ତେବେ ଇସ୍ରାଏଲର ଏଭଳି ଦାବିକୁ ଉଭୟ ହମାସ୍ ଓ ହସ୍ପିଟାଲ୍ ପକ୍ଷରୁ ଖଣ୍ଡନ କରାଯାଇଛି ।

ଅନ୍ୟପଟେ ବିଭିନ୍ନ ସୁଡ଼ଙ୍ଗରେ ଲୁଚିଥିବା ହମାସ୍ ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରୁଛି ଇସ୍ରାଏଲ୍ ସେନା । ସୁଡ଼ଙ୍ଗକୁ ବିସ୍ଫୋରଣରେ ଉଡ଼ାଇ ଦେଉଛି ଇସ୍ରାଏଲ୍ । ସୁଡ଼ଙ୍ଗ ମାଧ୍ୟମରେ ହମାସ୍ ଅସ୍ତ୍ରଶସ୍ତ୍ର ଚାଲାଣ କରିବା ସହ ଲୁଚାଇ ରଖୁଛି । ଯାହାକି ହମାସ୍ ଷ୍ଟ୍ରାଟେଜିର ଏକ ଅଂଶ । ଇସ୍ରାଏଲ୍ ଡିଫେନ୍ସ ଫୋର୍ସର କହିବା ଅନୁସାରେ, ସେମାନେ ଗାଜା ପଟ୍ଟିରେ ପ୍ରାୟ ୧୩୦ଟି ସୁଡ଼ଙ୍ଗ ଧ୍ୱଂସ କରି ଦେଇଛନ୍ତି । 

ଇସ୍ରାଏଲ୍‌-ହମାସ ଯୁଦ୍ଧ: ଇସ୍ରାଏଲ ଆକ୍ରମଣରେ ୪ ହଜାରରୁ ଅଧିକ ଶିଶୁଙ୍କ ଯାଇଛି ପ୍ରାଣ

Copyright © 2022 - Summa Real Media Private Limited. All Rights Reserved.