ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

କୋକସରା ଡିଗ୍ରୀ ମହାବିଦ୍ୟାଳୟରେ ଇଣ୍ଟର କଲେଜ ଭଲିଭଲ ନକଆଉଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

କୋକସରା,୧୩/୧୧ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଠାରେ କଳାହାଣ୍ଡି ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟ ଆନୁକୂଲ୍ୟରେ ଇଣ୍ଟର କଲେଜ ନକ ଆଉଟ ଭଲିଭଲ ଟୁର୍ଣ୍ଣାମେଣ୍ଟ ସୋମବାର ଉଦଘାଟିତ ହୋଇଯାଇଛି। 

 କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଡିଗ୍ରୀ ମହାବିଦ୍ୟାଳୟ ରୁ ଅଂଶଗ୍ରହଣ କରିଥିବା ଛାତ୍ର ଓ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ମାନେ ପ୍ରଥମେ ଏକ ମଶାଲ ଶୋଭାଯାତ୍ରା ରେ ଅଂଶଗ୍ରହଣ କରି କୋକସରା ସହର ପରିକ୍ରମା କରିଥିଲେ । କୋକସରା ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପୁଷ୍ପରାଜ ମେହେର ଙ୍କ ସଭାପତିତ୍ୱ ରେ ଉଦଘାଟନୀ ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ସ୍ନେହାପ୍ରଭା ମାଝୀ, ଲଡୁଗାଁ କଲେଜ ଅଧ୍ୟକ୍ଷ ଡ଼. ନିହାରକାନ୍ତ ପଣ୍ଡା, ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟ କ୍ରୀଡା ବିଭାଗ ଚେୟାରମ୍ୟାନ ଘନଶ୍ୟାମ ବେହେରା, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ଅଧ୍ୟାପକ ତଥା ୟୁଥ ରେଡ଼ କ୍ରସ ପରାମର୍ଶ ଦାତା ସୁବ୍ରତ କୁମାର ବେହେରା ଉପସ୍ଥିତ ଥି‌ଲେ। 

 ସ୍ୱାଗତ ଅଭିଭାଷଣ ଅଧ୍ୟାପିକା ବେଦମୟୀ ବାରିକ ଦେଇଥିବା ବେଳେ ଖେଳ ପରିଚାଳନା ରେ ଡିଗ୍ରୀ ମହାବିଦ୍ୟାଳୟ ର ଖେଳ ଶିକ୍ଷକ ପ୍ରତାପ ଚନ୍ଦ୍ର ବିଶି, ଭଳିବଲ କୋଚର ଜ୍ଞାନେନ୍ଦ୍ର ବଢ଼େଇ, ଖେଳ ଶିକ୍ଷକ ଅମିତ କୁମାର ମହାନ୍ତି,ରାଜୁ ଖରସେଲ।କରିଥିଲେ। ଖେଳ ର ଧାରା ବିବରଣୀ କଲେଜ ର କର୍ମଚାରୀ ସୁନିଲ କୁମାର ପ୍ରଧାନୀ କରିଥିଲେ। ପ୍ରଥମ ଦିନର ସେମି ଫାଇନାଲ ଖେଳରେ କେସିଙ୍ଗା ଓ ମ. ରାମପୁର ଡିଗ୍ରୀ ମହାବିଦ୍ୟାଳୟର ଭଳିବଲ ଖେଳାଳି ମାନେ ଚିତାକର୍ଷକ ଖେଳ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମ କୁ କଲେଜ ର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.