ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିନା ଭିସାରେ ଇରାନ୍ ଭ୍ରମଣ, ଭାରତୀୟଙ୍କୁ ପୂରଣ କରିବାକୁ ପଡ଼ିବ ୪ ସର୍ତ୍ତ

ନୂଆଦିଲ୍ଲୀ, ୦୭/୦୨: ବିନା ଭିସାରେ ବୁଲି ହେବ ଇରାନ୍ । ୨୦୨୩ ଶେଷ ଆଡ଼କୁ ଏହି ଘୋଷଣା କରିଥିଲା ଇରାନ୍ । ଘୋଷଣା ଅନୁସାରେ, ଭାରତ ସହ ୩୩ଟି ଦେଶର ନାଗରିକ ଭିସା ବିନା ଇରାନ ଯାଇ ହେବ । ଏବେ ଏହି ଘୋଷଣାରେ ନୂଆ ସର୍ତ୍ତ ଯୋଡ଼ିଛି ଇରାନ୍ । ଭାରତୀୟଙ୍କୁ ବିନା ଭିସାରେ ପ୍ରବେଶ ଅନୁମତି ଲାଗି ଇରାନ୍ କିଛି ଜରୁରୀ ସର୍ତ୍ତ ରଖିଛି ।

ଭାରତୀୟ ଫେବ୍ରୁଆରୀ ୪ରୁ ବିନା ଭିସାରେ ଇରାନ୍ ଯିବା ଆରମ୍ଭ ହୋଇ ଯାଇଛି । ତେବେ ଆପଣ ଯଦି ଆକାଶ ମାର୍ଗରେ ଇରାନ୍ ଯାଉଛନ୍ତି, ତାହେଲେ ଭିନା ଭିସାରେ ଏଣ୍ଟ୍ରି କରି ପାରିବେ । ଯଦି ଆପଣ ସଡ଼କ ପଥରେ ଇରାନ୍ ଯାଉଛନ୍ତି ତାହେଲେ ଆପଣଙ୍କୁ ଭିସା ଆବେଦନ କରିବାକୁ ହେବ । ଏହା ଛଡ଼ା ଅନ୍ୟ ସର୍ତ୍ତ ପୂରଣ କରିବାକୁ ପଡ଼ିବ ।

ବିନା ଭିସାରେ ଇରାନ୍ ଭ୍ରମଣ ସୁବିଧାରେ ଭାରତୀୟ ସର୍ବାଧିକ ୧୫ ଦିନ ସେଠାରେ ରହି ପାରିବେ । ପ୍ରତି ୬ ମାସ ଅନ୍ତରାଳରେ ଗୋଟିଏ ଥର ବିନା ଭିସାରେ ଯାଇ ପାରିବେ ଇରାନ୍ । ଯଦି ୬ ମାସ ମଧ୍ୟରେ ଆପଣ ଏକାଧିକ ଥର ଇରାନ୍ ଯିବାକୁ ଚାହିଁବେ ଅଥବା ୧୫ ଦିନରୁ ଅଧିକ ରହିବେ । ତାହେଲେ ଆପଣଙ୍କୁ ଭିସା ଆବେଦନ କରିବାକୁ ପଡ଼ିବ ।

ଇରାନର ଉଦ୍ଦେଶ୍ୟ କଣ ?

ଭିସା ମୁକ୍ତ ଭ୍ରମଣ ପଛରେ ଇରାନର ୨ଟି ଉଦ୍ଦେଶ୍ୟ ରହିଛି । ପ୍ରଥମ ଉଦ୍ଦେଶ୍ୟ ହେଲା, ଆର୍ଥିକ ଦୁଃସ୍ଥିତିର ସାମ୍ନା କରୁଥିବା ପର୍ଯ୍ୟଟନ ମାଧ୍ୟମରେ ଅର୍ଥନୀତିକୁ ସୁଦୃଢ଼ କରିବ । ଦ୍ୱିତୀୟରେ ଦୁନିଆ ସହ ସମ୍ପର୍କ ବଢ଼ିବ । ଏହା ଦ୍ୱାରା ଇରାନ୍ ବିରୋଧୀ ମାନସିକତା ଅନ୍ୟ ଦେଶର ଲୋକଙ୍କ ମନରେ ରହିବ ନାହିଁ ।

ଏହା ଛଡ଼ା ଇରାନ୍ ବୁଝି ସାରିଛି ଦୀର୍ଘ ଦିନ ପର୍ଯନ୍ତ ଅଶୌଧିତ ତୈଳ ଓ ଗ୍ୟାସ୍ ଭଳି ପ୍ରାକୃତିକ ସମ୍ପଦକୁ ଭରସା କରାଯାଇ ପାରିବ ନାହିଁ । ଦେଶକୁ ଆର୍ଥିକ ସ୍ତରରେ ମଜଭୁତ୍ କରିବା ଲାଗି ଇରାନ୍ ଅନ୍ୟ ବିକଳ୍ପର ସନ୍ଧାନ କରୁଛି । ଆଉ ଅନ୍ୟ ବିକଳ୍ପ ମଧ୍ୟରୁ ଗୋଟିଏ ହେଉଛି ପର୍ଯ୍ୟଟନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.