ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅସ୍ତ୍ରବିରତି ଶେଷ ପରେ ଗାଜାର ୪୦୦ ସ୍ଥାନରେ ଇସ୍ରାଏଲର ଆକ୍ରମଣ, ୨୪୦ ମୃତ

ଜେରୁଜେଲମ୍, ୦୨/୧୨: ହମାସ୍-ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧ ବିରତି ଶେଷ ପରେ ଗାଜା ପଟ୍ଟିରେ ପୁଣି ଥରେ ଆକ୍ରମଣ ଶାଣିତ କରିଛି ଆଇଡିଏଫ୍ । ଶୁକ୍ରବାର ଯୁଦ୍ଧ ବିରତି ଶେଷ ପରେ ଇସ୍ରାଏଲ୍ କରିଥିବା ଆକ୍ରମଣରେ ଶନିବାର ସୁଦ୍ଧା ୨୪୦ ଜଣଙ୍କ ମୃତ୍ୟୁ ହୋଇଥିବା ହମାସ୍ ଦାବି କରିଛି । 

ଅନ୍ୟପଟେ ଜାତିସଂଘ ଅନୁସାରେ, ଯୁଦ୍ଧରେ ବିସ୍ଥାପିତ ହୋଇଛନ୍ତି ଗାଜାର ପ୍ରାୟ ୧.୭ ମିଲିୟନ୍ ଲୋକ ଯାହାକି ମୋଟ ଜନସଂଖ୍ୟାର ୮୦ ପ୍ରତିଶତ । ପ୍ରାୟ ୮ ସପ୍ତାହ ହେଲାଣି ହମାସ୍-ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଗାଜାର ଅଲ୍-ଅହିଲ୍ ହସ୍ପିଟାଲର ମୁଖ୍ୟ ଡାକ୍ତର ଫଡେଲ୍ ନୈମ୍ ସକାଳୁ ୩୦ଟି ମୃତଦେହ ମିଳିଥିବା କହିଛନ୍ତି । ଯେଉଁଥିରେ ୭ ଜଣ ଛୁଆ ବି ପ୍ରାଣ ହରାଇଛନ୍ତି ।

ସେହିଭଳି ଜଣେ ସ୍ଥାନୀୟ ବାସିନ୍ଦାଙ୍କ ଅନୁସାରେ, ୩ଟି ବୋମା ତାଙ୍କ ଘରେ ଉପରେ ଖସିବାରୁ ପରିବାରର ୧୦ ଜଣ ପ୍ରାଣ ହରାଇଛନ୍ତି । ୧୩ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଗାଜାରେ ଲୋକଙ୍କୁ ପର୍ଯ୍ୟାପ୍ତ ଖାଦ୍ୟ, ପାନୀୟ ଓ ଅନ୍ୟ ଆବଶ୍ୟକୀୟ ସାମଗ୍ରୀ ମିଳୁ ନାହିଁ । ଅଧିକାଂଶ ଘର ନଷ୍ଟ ହୋଇ ଯାଇଛି । 

ଶୁକ୍ରବାର ହମାସ୍-ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧ ବିରତି ଶେଷ ହେବା ପରେ ଇଜିପ୍ଟର ରାପାହ ବର୍ଡର ଦେଇ ସହାୟତା ଟ୍ରକକୁ ଇସ୍ରାଏଲ୍ ଛାଡ଼ି ନାହିଁ । ତେବେ ଶନିବାର କିଛି ଟ୍ରକକୁ ଇଜିପ୍ଟ ପ୍ରଶାସନ ଛାଡ଼ିଥିବା ସୂଚନା ମିଳିଛି । ହମାସ୍ ଓ ଇସ୍ରାଏଲ୍ ପରସ୍ପରକୁ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ନେଇ ଦାୟୀ କରୁଛନ୍ତି । ଅସ୍ତ୍ରବିରତି ସମୟରେ ଇସ୍ରାଏଲ୍ ୩୪୦ ଫିଲିସ୍ତିନ୍ ବନ୍ଦୀଙ୍କୁ ମୁକ୍ତସ କରିଥିବା ବେଳେ ହମାସ୍ ୮୦ ଜଣ ପଣବନ୍ଦୀଙ୍କୁ ଛାଡ଼ିଥିଲା । 

ଅକ୍ଟୋବର ୭ରେ ହମାସ୍ ଅତର୍କିତ ଭାବେ ଇସ୍ରାଏଲ୍ ଉପରେ ଆକ୍ରମଣ କରିଥିଲା । ହମାସରେ ଆକ୍ରମଣରେ ଇସ୍ରାଏଲର ୧୨୦୦ ନାଗିରକଙ୍କ ମୃତ୍ୟୁ ହୋଇଥିଲା । ପ୍ରାୟ ୨୪୦ ଜଣଙ୍କୁ ପଣବନ୍ଦୀ କରି ନେଇ ଯାଇଥିଲେ ହମାସ୍ ଆତଙ୍କବାଦୀ । ତା ପରେ ଇସ୍ରାଏଲ୍ ଆକ୍ରମଣରେ ଗାଜାରେ ୧୫ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.