ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

ଜଷ୍ଟିସ୍ କାଜି ଫୌଜ ଇସା ପାକ୍‌ର ନୂଆ ପ୍ରଧାନ ବିଚାରପତି, ୧୩ ମାସ ଯାଏଁ ସମ୍ଭାଳିବେ କାର୍ଯ୍ୟଭାର

indianexpress.com

ଇସ୍‌ଲାମାବାଦ,୧୮/୦୯: ଜଷ୍ଟିସ୍‌ କାଜି ଫୌଜ ଇସା ପାକିସ୍ତାନର ୨୯ତମ ପ୍ରଧାନ ବିଚାରପତି ନିଯୁକ୍ତ ହୋଇଛନ୍ତି । ରବିବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ  ଗ୍ରହଣ ସମାରୋହରେ ରାଷ୍ଟ୍ରପତି ଆରିଫ ଆଲ୍‌ଭି ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । କାର୍ଯ୍ୟକ୍ରମରେ  କାମଚଳା ସରକାରର ପ୍ରଧାନମନ୍ତ୍ରୀ ଅନୱାର ଉଲ୍‌ ହକ୍‌  କକର ଏବଂ ସେନାମୁଖ୍ୟ  ଜେନେରାଲ ଅସୀମ ମୁନିର  ପ୍ରମୁଖ ଉପସ୍ଥିତ ଥିଲେ ।  ପ୍ରଧାନ ବିଚାରପତି ଭାବେ  ୬୩ ବର୍ଷୀୟ ଜଷ୍ଟିସ ଇସା  ୧୩ ମାସ ରହିବେ । ସବୁଠାରୁ  ବଡକଥା ହେଉଛି ବିଦାୟୀ ପ୍ରଧାନ ବିଚାରପତି ଅମର ଉତା ବନ୍ଦିୟାଲ ଜଷ୍ଟିସ୍‌ ଇସାଙ୍କୁ  ଆଦୌ ଗୁରୁତ୍ୱ ଦେଉନଥିଲେ । ତାଙ୍କୁ କୌଣସି ଖଣ୍ଡପୀଠରେ  ସାମିଲ କରିନଥିଲେ । ୨୦୧୯ରେ ଇମ୍ରାନ ଖାନ୍‌ ପ୍ରଧାନମନ୍ତ୍ରୀ  ଥିଲା ବେଳେ ଜଷ୍ଟିସ ଇସା ଓ ତାଙ୍କ ପତ୍ନୀ ସରୀନା ଇସାଙ୍କ  ଉପରେ ଦୁର୍ନୀତି ମାମଲା ଅଣାଯାଇଥିଲା । ଏପରିକି  ସରୀନାଙ୍କୁ ଗିରଫ କରି ଜେଲ୍‌କୁ ପଠାଯାଇଥିଲା । ଇମ୍ରାନ  ସରକାର ଜଷ୍ଟିସ ଇସାଙ୍କୁ ମଧ୍ୟ ଗିରଫ କରିବାକୁ ଉଦ୍ୟମ  କରିଥିଲେ । କିନ୍ତୁ ଏଥିରେ ସଫଳ ହୋଇପାରି ନଥିଲେ।

PrameyaOdia

Copyright © 2022 - Summa Real Media Private Limited. All Rights Reserved.