ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଫେରିବେ କେଏଲ ରାହୁଲ, ବିରାଟ କୋହଲିଙ୍କୁ ନେଇ ସସ୍‌ପେନ୍ସ ଜାରି

Image Courtesy: abplive

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଖେଳାଯାଉଛି । ବିରାଟ କୋହଲି ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍‌ରୁ ନିଜ ନାମ ପ୍ରତ୍ୟାହାର କରିନେଇଥିଲେ । ସେପଟେ ହାଇଦ୍ରାବାଦ ଟେଷ୍ଟରେ କେଏଲ ରାହୁଲ ଆହତ ହୋଇଥିଲେ । ଓ୍ବିକେଟ କିପର ବ୍ୟାଟର ରାହୁଲ ବିଶାଖାପାଟନମ୍‌ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଟିମରେ ସାମିଲ ହୋଇପାରି ନାହାନ୍ତି । ହେଲେ ଇଂଲଣ୍ଡ ବିପକ୍ଷରେ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଟିମ୍‌କୁ ଫେରିବେ କେଏଲ ରାହୁଲ ।

ତୃତୀୟ ଟେଷ୍ଟ ମ୍ୟାଚ୍‌ ଫେବୃଆରୀ ୧୫ରେ ଖେଳାଯିବ । କିନ୍ତୁ ତୃତୀୟ ଟେଷ୍ଟରେ ବିରାଟ କୋହଲି ଫେରିବେ କି ? ଏନେଇ ସସପେନ୍ସ ଜାରି ରହିଛି । ବିରାଟ କୋହଲିଙ୍କୁ ଚୟନକର୍ତ୍ତା ମଧ୍ୟ ଅପେକ୍ଷା କରିଛନ୍ତି । ବିରାଟ କୋହଲି ଖେଳିବେ କି ନାହିଁ, ସେନେଇ ନିଜେ ବିରାଟ ହିଁ ନିଷ୍ପତ୍ତି ନେବେ । ବ୍ୟକ୍ତିଗତ କାରଣ ଦର୍ଶାଇ ନାମ ପ୍ରତ୍ୟାହାର କରିଥିବା କୋହଲି ତୃତୀୟ ମ୍ୟାଚ୍‌ରେ ଫେରିବେ କି ନାହିଁ ତା ଉପରେ ସମସ୍ତଙ୍କ ନଜର ରହିଛି ।  

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଜାରି ରହିଛି । ପ୍ରଥମ ମ୍ୟାଚ୍‌ ହାଇଦ୍ରାବାଦରେ ଖେଳାଯାଇଥିଲା । ପ୍ରଥମ ଟେଷ୍ଟରେ ଟିମ୍‌ ଇଣ୍ଡିଆ ପରାସ୍ତ ହୋଇଥିଲା ।  ଇଂଲଣ୍ଡ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ ଟିମ୍‌କୁ ୨୮ ରନ୍‌ରେ ହରାଇଥିଲା । ଆଉ ଏବେ ଦ୍ବୀତିୟ ଟେଷ୍ଟ ମ୍ୟାଚ ବିଶାଖାପାଟନମରେ ଖେଳାଯାଉଛି । ସେହିଭଳି ତୃତୀୟ ଟେଷ୍ଟ ମ୍ୟାଚ୍ ଫେବୃଆରୀ ୧୫ରେ ରାଜକୋଟରେ ଖେଳାଯିବ । ଚତୁର୍ଥ ମ୍ୟାଚ୍‌ ରାଞ୍ଚିରେ ଫେବୃଆରୀ ୨୩ରେ ଖେଳାଯିବାକୁ ଥିବା ବେଳେ ଶେଷ ମ୍ୟାଚ୍‌ ମାର୍ଚ୍ଚ ୭ରେ ଧର୍ମଶାଳାରେ ଖେଳାଯିବ ।

 

  • virat kohli
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.