ନୂଆଦିଲ୍ଲୀ ୦୭/୦୯: ଦେଶର ଔପଚାରିକ ନାଁ ଇଣ୍ଡିଆରୁ ଭାରତ କରାଯିବାକୁ ନେଇ ଚାଲିଥିବା ଚର୍ଚ୍ଚାରେ ଏଣ୍ଟ୍ରି କରିଛନ୍ତି ବଲିଉଡ୍ କୁଇନ୍ କଙ୍ଗନା ରଣାୱତ । ସେ ଏହାକୁ ସମର୍ଥନ କରିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ୍ କରି ସେ ଲେଖିଛନ୍ତି, ୨୦୨୧ ମସିହାରେ ସେ କହିଥିଲେ ଯେ ଖୁବ୍ଶୀଘ୍ର ଦେଶର ନାଁ ବଦଳି ଇଣ୍ଡିଆରୁ ଭାରତ ହେବା ଉଚିତ୍ । ସେ ଟ୍ୱିଟରରେ ନିଜ ପୁରୁଣା ସାକ୍ଷାତକାରର ଏକ ସ୍କ୍ରିନ୍ଶଟ୍ ଶେୟାର କରିଛନ୍ତି । ସେଥିରେ ଦୁଇ ବର୍ଷ ତଳେ ଦେଶର ନାଁ ବଦଳାଇବାର ଇଚ୍ଛା ଜାହିର କରିଥିଲେ । କଙ୍ଗନା କହିଥିଲେ ‘ଆମକୁ ଇଂରେଜଙ୍କ ଠାରୁ ‘ଇଣ୍ଡିଆ’ ନାଁ ମିଳିଛି । ତେଣୁ ଦେଶର ନାଁ ଭାରତ ହେବା ଉଚିତ୍ । ପୁରୁଣା ଟ୍ୱିଟ୍ ଶେୟାର କରି ସେ ଲେଖିଛନ୍ତି ‘ସମସ୍ତଙ୍କୁ ଅଭିନନ୍ଦନ, ଆମେ ସମସ୍ତେ ଦାସତ୍ୱର ନାଁରୁ ମୁକ୍ତ ହୋଇଗଲୁ... ଜୟ ଭାରତ ।’
And some call it black magic …. It’s simply Grey matter honey 🙃
— Kangana Ranaut (@KanganaTeam) September 5, 2023
Congratulations to everyone!!
Freed from a slave name …
Jai Bharat 🇮🇳 https://t.co/I6ZKs3CWNl
ଆଉ ଏକ ଟ୍ୱିଟ୍ରେ କଙ୍ଗନା ଲେଖିଛନ୍ତି ‘ଇଣ୍ଡିଆ’ ନାଁରେ ଭଲପାଇବା ଭଳି କ’ଣ ଅଛି? ସର୍ବପ୍ରଥମେ ବିଦେଶୀ ଆକ୍ରମଣକାରୀମାନେ ସିନ୍ଧୁ ନାଁ ଉଚ୍ଚାରଣ କରିପାରିଲେ ନାହିଁ । ତେଣୁ ନାଁକୁ ବିଗାଡ଼ି ‘ଇଣ୍ଡସ୍’ବା ‘ହିନ୍ଦୋସ୍’ କରିଦେଲେ । ମହାଭାରତ କାଳରୁ କୁରୁକ୍ଷେତ୍ରର ମହାଯୁଦ୍ଧରେ ଭାଗ ନେଇଥିବା ସମସ୍ତ ରାଜ୍ୟ ‘ଭାରତ ମହାଦ୍ୱୀପ’ ନାମରେ ପରିଚିତ ଥିଲେ । ସେମାନେ ଆମକୁ ସିନ୍ଧୁ କାହିଁକି କହୁଥିଲେ? ଭାରତ ନାଁ ଉପଯୁକ୍ତ । ‘ଇଣ୍ଡିଆ’ର ଅର୍ଥ କ’ଣ? ସେମାନେ ଆମକୁ ରେଡ୍ ଇଣ୍ଡିଆନ୍ କହୁଥିଲେ, କାରଣ ପ୍ରାଚୀନ ଇଂରାଜୀରେ ଇଣ୍ଡିଆନ୍ର ଅର୍ଥ ଗୁଲାମ ବା ଦାସ ଥିଲା । ସେମାନେ ଆମକୁ ଇଣ୍ଡିଆନ୍ ପରିଚୟ ଦେଇଥିଲେ । ପୁରୁଣା କାଳର ଅଭିଧାନରେ ମଧ୍ୟ ଇଣ୍ଡିଆନ୍ର ଅର୍ଥ ଗୁଲାମ ବୋଲି ଉଲ୍ଲେଖ ହୋଇଥିଲା । ଏବେ କିନ୍ତୁ ଏହା ବଦଳିଯାଇଛି । ଆମେ ଭାରତୀୟ, ଇଣ୍ଡିଆନ୍ ନୁହଁ ।’
What is there to love in this name? First of all they couldn’t pronounce ‘Sindhu’ toh usko bigad ke ‘ Indus’ kar diya. Phir kabhi Hindos kabhi Indos kuch bhi gol mol karke India bana diya.
— Kangana Ranaut (@KanganaTeam) September 5, 2023
From the time of Mahabharata, all the kingdoms who participated in the Great War of… https://t.co/R11hrMcjbH
କଙ୍ଗନାଙ୍କ ପୂର୍ବରୁ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଦେଶର ନାଁ ଇଣ୍ଡିଆରୁ ଭାରତ କରାଯିବାକୁ ନେଇ ନିରବ ସମର୍ଥନ ଜଣାଇଛନ୍ତି । ପୂର୍ବ ଭାରତୀୟ କ୍ରିକେଟର ବିରେନ୍ଦ୍ର ସେହୱାଗ ମଧ୍ୟ ଏହାକୁ ଖୋଲାଖୋଲି ସମର୍ଥନ କରିଛନ୍ତି । ସୋସିଆଲ ମିଡିଆରେ ଏବେ ଇଣ୍ଡିଆ ବନାମ ଭାରତ ଟ୍ରେଣ୍ଡ୍ କରୁଛି ।