ପ୍ରମୁଖ ଖବର
  • ଇଓଡବ୍ଲ୍ୟୁ ପଞ୍ଝାରେ ୨ କୁଖ୍ୟାତ କ୍ରିପ୍ଟୋ ଠକ, ୧୫ କୋଟି ଟଙ୍କାର ଠକେଇ ଅଭିଯୋଗ
  • ||
  • ସ୍ଵାମୀ ସରୋଜଙ୍କ ସହ ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ, ବିଜେଡିରୁ ଦେଇଥିଲେ ଇସ୍ତଫା
  • ||
  • ମେ ୩୧ରେ ଆସିବ ‘ମିଷ୍ଟର ଆଣ୍ଡ ମିସେସ୍‌ ମାହି’, ଦେଖିବାକୁ ମିଳିବ ରାଜକୁମାର-ଜାହ୍ନବୀଙ୍କ ଜବରଦସ୍ତ କେମେଷ୍ଟ୍ରି
  • ||
  • ଖାଉଟିଙ୍କ ପକେଟକୁ ମହଙ୍ଗା ମାଡ଼: ଟ୍ୱିନ୍‌ ସିଟିରେ ଆଳୁ କିଲୋ ୩୦ ଟଙ୍କା, ସପ୍ତାହକରେ ୮ ଟଙ୍କା ବଢ଼ିଲାଣି
  • ||
  • ପ୍ଲାଷ୍ଟିକ ବଜାରକୁ ନେଇ ବିବାଦ: ଆଜି ୧୨ ସଂଘ-ବିଏମ୍‌ସି ବୈଠକ
  • ||
  • ସୋମବାର ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ଉତ୍ସବ, ମଙ୍ଗଳବାର ଶ୍ରୀଜିଉଙ୍କ ରଥଯାତ୍ରା
  • ||
  • ପାରାଦୀପରେ ୬୧ ଦିନ ଯାଏଁ ମାଛଧରା ବନ୍ଦ, ମାଛ ସଂରକ୍ଷଣକୁ ଦୃଷ୍ଟିରେ ରଖି ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ
  • ||
  • ଓଡ଼ିଶାରେ ମୋଦି ନୁହେଁ, ‘ନବୀନ ଗ୍ୟାରେଣ୍ଟି’: ଚାଲିଛି ମତାମତ ସଂଗ୍ରହ, ଖୁବ୍‌ଶୀଘ୍ର ବିଜେଡିର ଇସ୍ତାହାର
  • ||
  • IPL 2024: ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ଟକ୍କର, ରୟାଲର କ୍ଲାସେନ ଭୟ
  • ||
  • ରାଜ୍ୟରେ ପୁଣି ପ୍ରଚଣ୍ଡ ତାତି, ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ ପାରଦ: ୧୮ ଯାଏ ଭୀଷଣ ଗ୍ରୀଷ୍ମପ୍ରବାହ
  • ||

ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର

ବୁର୍ଲା, ୨୭/୦୨: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରୁ ଅପହୃତ ଜଣେ ବ୍ୟବସାୟୀଙ୍କୁ ସୋମବାର ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ପୁଲିସ ଗୋଲଗୁଣ୍ଡା ଅଞ୍ଚଳରୁ ଉଦ୍ଧାର କରିଛି । ଅପହୃତ ବ୍ୟକ୍ତି ବିନିକା ଥାନା ଦାନୀପାଲି  ଗାଁର ବେଣୁଧର ଦାନୀଙ୍କ ପୁଅ ଅଶୋକ ଦାନୀ  (୫୫) । ପୁଲିସର ବ୍ଲକିଂ ଯୋଗୁଁ ଦୁର୍ବୃତ୍ତମାନେ ଅପହୃତଙ୍କୁ ରାସ୍ତାରେ ଛାଡ଼ି ଫେରାର  ମାରିଥିଲେ । ପ୍ରବଳ ମାଡ଼ ମାରି ପାଖରେ ଥିବା  ୯୦ ହଜାର ଟଙ୍କା ଲୁଟିନେଇ ଛାଡ଼ି ଦେଇଥିବା ଜଣାପଡ଼ିଛି । 

ସୂଚନାମତେ, ବିନିକା କଲେଜ ଛକ ପାଖରେ ଥିବା ତାଙ୍କର କୀଟନାଶକ ଦୋକାନ ବନ୍ଦ କରି ଅଶୋକ ସୋମବାର ସନ୍ଧ୍ୟାରେ ଦାନୀପାଲି ନିଜ ଘରକୁ ବାଇକ୍‌ରେ  ଯାଉଥିଲେ । ସାଙ୍ଗରେ ଦୋକାନର ଜଣେ କର୍ମଚାରୀ  ମଧ୍ୟ ଥିଲେ । ବାଟରେ ଗାଁ ବନ୍ଧ ହିଡ଼ ନିକଟରେ ୫ ଜଣ ଦୁର୍ବୃତ୍ତ ଏକ କାର୍‌ରେ ପହଞ୍ଚି କର୍ମଚାରୀକୁ ବାଇକ୍‌ରୁ  ଠେଲି ଦେଇ ଅଶୋକଙ୍କୁ ଅପହରଣ କରି ନେଇଥିଲେ । ଏ ବିଷୟରେ ଜାଣିପାରି ସ୍ଥାନୀୟ ଲୋକେ  ପୁଲିସକୁ ସୂଚନା ଦେଇଥିଲେ । 

ବୁର୍ଲା ପୁଲିସ  ବରଗଡ଼-ସମ୍ବଲପୁର ଜାତୀୟ ରାଜପଥର  ଗୋଲଗୁଣ୍ଡା ନିକଟରେ ବ୍ଲକିଂ କରୁଥିଲା। ପୁଲିସ ଚେକିଂ ସୂଚନା ପାଇ ଅପହରଣକାରୀ ଅଶୋକଙ୍କୁ ମାଡ଼ମାରିବା ସହ ତାଙ୍କ ପାଖରେ ଥିବା ୯୦ ହଜାର ଟଙ୍କା ଛଡ଼ାଇ ଏକ ନିଛାଟିଆ ସ୍ଥାନରେ  ଛାଡ଼ି ଚାଲି ଯାଇଥିଲେ । ବୁର୍ଲା ପୁଲିସ ଅଶୋକଙ୍କୁ  ଉଦ୍ଧାର କରିଛି । ରାତିରେ ବିନିକା ଥାନା ପୁଲିସ ବୁର୍ଲା ପହଞ୍ଚିଛି। ଅପହରଣର କାରଣ ଜଣାପଡ଼ିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.