ନୂଆଦିଲ୍ଲୀ, ୦୪/୦୯: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ୨ ଦିନିଆ ଜି୨୦ ସମ୍ମିଳନୀ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ଅନ୍ୟପଟେ ଖଲିସ୍ତାନୀ ସମର୍ଥକ ଏଥିରେ ବ୍ୟାଘାତ ସୃଷ୍ଟି କରିବାକୁ ପ୍ରୟାସ କରୁଛନ୍ତି । ବିଦେଶରେ ଥିବା ଖଲିସ୍ତାନୀ ଗୁରପତୱନ୍ତ ସିଂହ ପନ୍ନୁ ଏକ ଅଡିଓ ଜାରି କରି କାଶ୍ମୀର ମୁସଲମାନଙ୍କୁ ଉସୁକାଇବାକୁ ଚେଷ୍ଟା କରିଛି ।
ସେ ବାର୍ତ୍ତା ଦେଇ କହିଛି, କାଶ୍ମୀର ମୁସଲମାନ୍ ଦିଲ୍ଲୀ ଯାଆନ୍ତୁ ଏବଂ ସେଠାରେ ଜି୨୦ ବୈଠକରେ ବାଧା ସୃଷ୍ଟି କରନ୍ତୁ । ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଜି୨୦ ଶିଖର ସମ୍ମିଳନୀ ଦିଲ୍ଲୀରେ ଆୟୋଜିତ ହେବ । ଯେଉଁଥିରେ ୨୫ଟି ଦେଶର ରାଷ୍ଟ୍ରମୁଖ୍ୟ ସାମିଲ୍ ହେବେ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ଜି୨୦ରେ ସାମିଲ୍ ହେବା ପାଇଁ ଦିଲ୍ଲୀ ଆସିବେ ।
ଏସିଆ କପ୍-୨୦୨୩: ପ୍ରଥମ ଥର ଭାରତକୁ ଭେଟିବ ନେପାଳ, ଆଜିର ମ୍ୟାଚ୍ରେ ବି ବର୍ଷା ସମ୍ଭାବନା
ପନ୍ନୁ ଇସୁକାଇବା ଭଳି କହିଛି, ପ୍ରଗତି ମୈଦାନ ଆଡ଼କୁ ଶୋଭାଯାତ୍ରା ବାହାର କର । ଏଥିସହ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଖଲିସ୍ତାନୀ ପତାକା ଉଡ଼ାଇବାକୁ ସେ ଧମକ ଦେଇଛି । ସୂଚନାଯୋଗ୍ୟ, କିଛିଦିନ ତଳେ ଦିଲ୍ଲୀର ମେଟ୍ରୋ ଷ୍ଟେସନ କାନ୍ଥରେ ଖଲିସ୍ତାନୀ ସମର୍ଥକ କିଛି ନାରା ଲେଖିଥିଲେ । ଏହି ମାମଲାରେ ପୋଲିସ ଶିଖ୍ ଫର୍ ଜଷ୍ଟିସ୍ ସହ ଜଡ଼ିତ ୨ ଜଣଙ୍କୁ ଗିରଫ କରିଥିଲା । ମେଟ୍ରୋ ଷ୍ଟେସନରେ କଳା ରଙ୍ଗରେ ଲେଖା ଯାଇଥିଲା, ଦିଲ୍ଲୀ ବନେଗା ଖଲିସ୍ତାନ ।
ଜି୨୦ ବୈଠକ ପ୍ରଗତି ମୈଦାନରେ ଆୟୋଜିତ ହେବ । ଭାରତ ମଣ୍ଡପରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଅନେକ ଦେଶର ରାଷ୍ଟ୍ରମୁଖ୍ୟ ଯୋଗ ଦେବେ । ସୁରକ୍ଷା ପାଇଁ ୧ ଲକ୍ଷ ୩୦ ହଜାର ଯବାନଙ୍କୁ ମୁତୟନ କରାଯାଇଛି । ଏହାଛଡ଼ା ସୁରକ୍ଷା ଲାଗି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର କରାଯାଇଛି ।
ଜାଗା ମିଶନ ଭେଳିକି: ବସ୍ତି ବାସିନ୍ଦାଙ୍କଠୁ ଭୂମି ଅଧିକାର ପ୍ରମାଣପତ୍ର ଫେରାଇ ନେବ ବିଏମ୍ସି