ବେଙ୍ଗାଲୁରୁ : ଚନ୍ଦ୍ରଯାନ-୩ ଓ ଆଦିତ୍ୟ ଏଲ୍-୧ ର ସଦ୍ୟ ସଫଳତାର ସହ ଇସ୍ରୋ ଚର୍ଚ୍ଚାରେ ରହିଛି। ଦେଶ ତଥା ବିଦେଶରେ ମଧ୍ୟ ଇସ୍ରୋକୁ ଖୁବ୍ ପ୍ରଶଂସା କରାଯାଉଛି। ଏହି ମଧ୍ୟରେ ଏକ ହୃଦୟକୁ ଛୁଇଁଲା ଭଳି କଥା ସାମନାକୁ ଆସିଛି, ଯେଉଁଥିରେ ଜଣେ କୁନି କୋମଳ ପିଲା ଇସ୍ରୋ ମୁଖ୍ୟ ଏସ୍ ସୋମନାଥଙ୍କୁ ଏକ ସ୍ୱତନ୍ତ୍ର ଉପହାର ଦେଉଛନ୍ତି। ଏହି ଛୋଟ ପିଲାଟି ଇସ୍ରୋ ମୁଖ୍ୟଙ୍କ ପଡ଼ୋଶୀରେ ରୁହନ୍ତି ଏବଂ ସେ ନିଜ ହାତରେ ବିକ୍ରମ ଲ୍ୟାଣ୍ଡରର ମଡେଲ ତିଆରି କରିଥିଲେ। ଏହି ମଡେଲକୁ ଏହି ପିଲାଟି ଉପହାର ସ୍ୱରୂପ ଦେଇଛନ୍ତି।
ଚନ୍ଦ୍ର, ସୂର୍ଯ୍ୟ ପରେ ଏବେ ମହାକାଶ ପାଳି; ଇସ୍ରୋର ଆଗାମୀ ମିଶନ କ'ଣ?
ସୋସିଆଲ ମିଡ଼ିଆରେ ଭାଇରାଲ –
ପିଭି ଭିଙ୍କେଟାକୃଷ୍ଣନ ନାମକ ଆଉ ଜଣେ ଇସ୍ରୋ ବୈଜ୍ଞାନିକ ଏହି ହୃଦୟକୁ ଛୁଇଁବା ଭଳି ସମୟକୁ ସେୟାର କରିଛନ୍ତି। ସୋସିଆଲ ମିଡ଼ିଆ ସାଇଟ୍ ଏକ୍ସ (ପୂର୍ବରୁ ଟ୍ୱିଟର)ରେ ଲେଖି ପୋଷ୍ଟର କ୍ୟାପସନ ଦେଇଛନ୍ତି – ଇସ୍ରୋ ଚିଫ୍ ଶ୍ରୀ ସୋମନାଥଙ୍କ ଘରକୁ ଜଣେ ସପ୍ରାଇଜ ଭିଜିଟର ଆସିଛନ୍ତି। ଜଣେ ଖୁବ୍ କମ୍ ବୟସର ପଡ଼ୋଶୀ , ଯିଏକି ନିଜ ହାତରେ ତିଆରି କରିଥିବା ବିକ୍ରମ ଲ୍ୟାଣ୍ଡରର ମଡେଲ ତାଙ୍କୁ ପ୍ରଦାନ କରିଛନ୍ତି। ଏହି ପିଲାଟି ଏହାକୁ ସବୁ ପଡ଼ୋଶୀଙ୍କ ପକ୍ଷରୁ ଇସ୍ରୋର ଚିଫ୍ ପାଇଁ ଉପହାର କହିଛନ୍ତି ।
କହି ରଖୁଛୁ କି, ନିକଟରେ ଏକ ଭିଡ଼ିଓ ଭାଇରାଲ ହୋଇଥିଲା , ଯେଉଁଥିରେ ଫ୍ଲାଇଟ୍ରେ ବସିଥିବା ଇସ୍ରୋ ମୁଖ୍ୟ ଏସ୍ ସୋମନାଥଙ୍କର ଖୁବ୍ ପ୍ରଶଂସା କରାଯାଉଛି। ISRO Chief Sri Somanath today had a surprise visitor,A young neighbour boy has handed over own made Vikram Lander model to the ISRO chief on behalf of all the neighbours. pic.twitter.com/BcyHYO0pDW
— Dr. P V Venkitakrishnan (@DrPVVenkitakri1) September 2, 2023
ISRO Chief Sri Somanath today had a surprise visitor,A young neighbour boy has handed over own made Vikram Lander model to the ISRO chief on behalf of all the neighbours. pic.twitter.com/BcyHYO0pDW
— Dr. P V Venkitakrishnan (@DrPVVenkitakri1) September 2, 2023ବୈଜ୍ଞାନିକଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛା ଓ ଶୁଭକାମନା –
କହି ରଖୁଛୁ କି , ସଦ୍ୟ ମହାକାଶ ମିଶନର ସଫଳତା ପରେ ଚାରିଆଡୁ ଇସ୍ରୋର ବୈଜ୍ଞାନିକଙ୍କ ଉପରେ ଶୁଭେଚ୍ଛା ଓ ଭଲ ପାଇବା ବର୍ଷୁଛି । ଆଜି ସୌର ମିଶନ ପାଇଁ ଆଦିତ୍ୟ ଏଲ-୧ର ଲଞ୍ଚିଂ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସ୍ପେସ୍ ଏଜେନ୍ସିକୁ ଶୁଭେଚ୍ଛା ଜଣାଇଛନ୍ତି ।
ସୂର୍ଯ୍ୟ ଅଭିମୁଖେ ଇସ୍ରୋର ଆଦିତ୍ୟ ଏଲ-୧, ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଲାଗିବ ୧୨୫ ଦିନ