ପ୍ରମୁଖ ଖବର
  • କେନ୍ଦୁଝର ପାଟଣା ଗଣିତ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ, ସୋସିଆଲ ମିଡିଆ​‌ରେ ଭାଇରାଲ
  • ||
  • କପି ଚେକିଂ ଆଳରେ ଅସଦାଚରଣ ଅଭିଯୋଗ, ଥାନାରେ ମାଟ୍ରିକ ପରୀକ୍ଷାର୍ଥୀ
  • ||
  • ଲୋକସେବା ଭବନ ଘେରିବ କଂଗ୍ରେସ, ବିଶାଳ ଶୋଭାଯାତ୍ରାରେ ସାମିଲ ହେବେ ହଜାର ହଜାର କଂଗ୍ରେସ କର୍ମୀ
  • ||
  • ଆଜି ଓଡ଼ିଶାର ୨୧ ଅମୃତ ଭାରତ ରେଳ ଷ୍ଟେସନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
  • ||
  • ଗର୍ଭବତୀଙ୍କ ପେଟକୁ ନର୍ସ ଖୁନ୍ଦା ମାରିଥିବା ଅଭିଯୋଗ, ଚାଲିଗଲା ମା ଓ ଛୁଆଙ୍କ ଜୀବନ
  • ||
  • ଓଡ଼ିଶା ଗଞ୍ଜେଇ ଚକୋଲେଟ୍‌ରେ ଝୁମୁଛି ହାଇଦ୍ରାବାଦ: ବାଲେଶ୍ୱରରେ ତିଆରି, ଦାଦନଙ୍କ ମାଧ୍ୟମରେ ହେଉଛି ଚାଲାଣ
  • ||
  • ଓସ୍ତପୁର ହଳଦିଢ଼ିଅ ନିକଟ ଗଛକୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର
  • ||
  • ଆଜି ୫-ଟି ଅଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତ, ଛାତ୍ରବୃତ୍ତି ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ରାଜ୍ୟରେ ଆହୁରି ତିନି ଦିନ ବର୍ଷା: ଉପକୂଳରେ ଅଧିକ ବର୍ଷିବା ସମ୍ଭାବନା, ୨୮ ଯାଏ କୋହଲା ପାଗ
  • ||

କିଛି ବଡ଼ ରହସ୍ୟ ଲୁଚାଉଛି କି ଇରାନ ? ମହସା ଅମିନିଙ୍କ ପରିବାର ଉପରେ ଲାଗିଲା ଟ୍ରାଭେଲ ବ୍ୟାନ୍‌

ତେହରାନ : ଇରାନରେ ହିଜାବ ବିରୋଧରେ ଚାଲୁଥିବା ଆନ୍ଦୋଳନ ସମୟରେ ଇରାନ ସରକାର ସବୁ ସୀମା ଅତିକ୍ରମ କରିଛନ୍ତି। ଏମିତି କି ପୁଲିସ କଷ୍ଟୋଡିରେ ମୃତ୍ୟୁ ହୋଇଥିବା ମହସା ଅମିନିଙ୍କ ପରିବାରକୁ ଦେଶ ଛାଡ଼ିବାରୁ ମଧ୍ୟ ରୋକ୍‌ ଲଗାଇ ଦିଆ ଯାଇଛି। ମହସାଙ୍କ ପରିବାରକୁ ଫ୍ରାନ୍ସରେ ଏକ ପୁରସ୍କାର ଦେବା ପାଇଁ ଡ଼କାଯାଇ ଥିଲା। ଇରାନର ସରକାର ପରିବାର ଉପରେ ଟ୍ରାଭେଲ୍‌ ବ୍ୟାନ୍‌ ଲଗେଇ ଦେଇଛନ୍ତି। ଏବେ ସୂଚନାକାରୀଙ୍କ କହିବା ହେଲା କି ଇରାନ୍ କୌଣସି ଏକ ବଡ଼ ସତ ଲୁଚାଉ ଅଛି। 

କହି ରଖୁଛୁ କି, ୨୨ ବର୍ଷିୟା ମହସା ଅମିନିଙ୍କର ୧୬ ସେପ୍ଟେମ୍ୱର ୨୦୨୨ରେ ପୁଲିସ କଷ୍ଟୋଡିରେ ମୃତ୍ୟୁ ହୋଇଥିଲା। ମହସାଙ୍କୁ ହିଜାବ ପିନ୍ଧି ନଥିବା କାରଣରୁ ପୁଲିସ ହେପାଜତକୁ ନିଆଯାଇଥିଲା। କୁହାଯାଉଛି କି, ମହସାଙ୍କର ପୂର୍ବରୁ ଥିବା ଅଜଣା ଚିକିତ୍ସୀୟ ମେଡିକାଲ ସ୍ଥିତିରେ ମୃତ୍ୟୁ ହୋଇଛି। ୟୁରୋପୀୟ ୟୁନିୟନ ମହସାଙ୍କୁ ମୃତ୍ୟୁ ପରେ ନିଜର ସବୁଠୁ ବଡ଼ ଅଧିକାର ସମ୍ମାନ ସଖାରୋଭ ସମ୍ମାନରେ ସମ୍ମାନିତ କରିଥିଲେ। 

ମହସାଙ୍କ ପାରିବାରିକ ଓକିଲ କହିଛନ୍ତି , ମହସାଙ୍କ ପରିବାରକୁ ବିମାନ ଚଢିବାରେ ରୋକ୍‌ ଲଗେଇ ଦିଆ ଯାଇଛି। ସେମାନେ ପୁରସ୍କାର ନେବା ପାଇଁ ଫ୍ରାନ୍ସ ଯାଉଥିଲେ। ସରକାର ତାଙ୍କ ପରିବାର ଉପରେ ଟ୍ରାଭେଲ ବ୍ୟାନ କରି ଦେଇଛନ୍ତି ଏବଂ ତାଙ୍କର ପାସପୋର୍ଟ ମଧ୍ୟ ନେଇ ଯାଇଛନ୍ତି। ସେ କହିଛନ୍ତି ଏହା ପୂର୍ବରୁ ଏହିପରି କେବେ କୌଣସି ପୀଡ଼ିତ ପରିବାର ସହ କରାଯାଇ ନାହିଁ। କହି ରଖୁଛୁ କି, ମହସା ଅମିନିଙ୍କ ମୃତ୍ୟୁ ପରେ ହିଁ ଇରାନରେ ବଡ଼ ଆନ୍ଦୋଳନ ମୁଣ୍ଡ ଟେକି ଥିଲା। ମହିଳାମାନେ ସଡ଼କକୁ ଓହ୍ଲାଇ ଆସିଥିଲେ ଏବଂ ହିଜାବର ସାମୂହିକ ଦାହ କରାଯାଇ ଥିଲା। 

ଏହାପରେ ଇରାନର ସେନା ଲୋକଙ୍କ ଉପରେ ଅତ୍ୟାଚାର ଆରମ୍ଭ କରି ଥିଲେ। ବହୁତ ଲୋକଙ୍କ ମୃତ୍ୟୁ ହୋଇଥିଲା। ଅନେକଙ୍କୁ ଦଙ୍ଗା ସୃଷ୍ଟି କରିବାର ଅଭିଯୋଗରେ ମୃତ୍ୟୁଦଣ୍ଡ ଦିଆଯାଇ ଥିଲା। ଏବେ ୟୁରୋପୀୟ ୟୁନିୟନ ମହସାଙ୍କ ପାଇଁ ସାଖାରୋଭ ପ୍ରାଇଜ୍‌ର ଘୋଷଣା କରିଥିଲେ। ଏହି ପ୍ରାଇଜ୍‌ରେ ୫୦ ହଜାର ୟୁରୋ ଦିଆଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.