ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ବେଗୁନିଆ ସମାବେଶରେ ରାଜନୈତିକ ରଣନୀତି, ଅପରାଜିତାଙ୍କ ନଜରରେ ମହିଳା ଭୋଟର୍‌

Published By : Prameya | December 4, 2023 1:04 PM

ବେଗୁନିଆ ୦୪/୧୨: ୨୦୨୪ ନିର୍ବାଚନ ନିମନ୍ତେ ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଆରମ୍ଭ କଲେଣି ରଣନୀତି । ଅପରାଜିତା ପ୍ରଥମେ ଖେଳ କିଟ ବାଣ୍ଟି ସଂସଦୀୟ କ୍ଷେତ୍ରର ଯୁବଗୋଷ୍ଠୀଙ୍କ ସମର୍ଥନ ହାତେଇବାକୁ ଉଦ୍ୟମ କରିଥିବା ବେଳେ ଏବେ ନଜର ମହିଳା ଭୋଟରଙ୍କ ଉପରେ । ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ମିନି ଷ୍ଟାଡିୟମରେ ସାଂସଦ ଅପରାଜିତା ଏକ ମହିଳା ସମାବେଶ ଆୟୋଜନ କରିଥିଲେ । ଏଥି ସହ ଆସନ୍ତା ନିର୍ବାଚନ ପାଇଁ ପ୍ରଚାର ମଧ୍ୟ ଆରମ୍ଭ କରିଛନ୍ତି । 

ସମାବେଶରେ ବେଗୁନିଆ ନିର୍ବାଚନମଣ୍ଡଳୀରୁ ବହୁ ମହିଳାଙ୍କୁ ବିନା ଦଳୀୟ ଚିହ୍ନରେ ଏକାଠି କରିଥିଲେ । ସମାବେଶରେ ଅପରାଜିତା ରାଜ୍ୟ ସରକାରଙ୍କୁ ମଞ୍ଚ ଉପରୁ ଟାର୍ଗେଟ କରିଥିଲେ । ଜିଲ୍ଲା ବିଜେପି ସଭାପତି ରଶ୍ମିରଞ୍ଜନ ମହାପାତ୍ର, ଉପସଭାପତି ରୋଜିନା ରାଣୀ ଦାସ, ଜିଲ୍ଲା ସାଧାରଣ ସଂପାଦକ ପ୍ରକାଶ ବିଜୁଳି, ବରିଷ୍ଠ ବିଜେପି ନେତା ରବିନ୍ଦ୍ର ନାଥ ପରିଡା, ରାଜ୍ୟ କୃଷକ ମୋର୍ଚ୍ଚା କୋଷାଧ୍ୟକ୍ଷ ବିଶ୍ୱଜିତ ସ୍ୱାଇଁଙ୍କ ସମେତ ବହୁ ପ୍ରମୁଖ ନେତା ଓ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ମୌସୁମୀ ମହାପାତ୍ର କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ରଘୁନାଥ ଷଡ଼ଙ୍ଗୀ ଅତିଥି ପରିଚୟ ଓ ଅଶୋକ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.