ମାଲକାନଗିରି, ୧୧/୯ : ମାଲକାନଗିରି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମ ମାଲକାନଗିରି ସଦର ବ୍ଲକସ୍ଥିତ ଏମ୍.ଭି-୪୩ ଗ୍ରାମର ଅଙ୍ଗନୱାଡ଼ି କେନ୍ଦ୍ରରେ ସୋମବାର ଉଦଘାଟନ ହୋଇଯାଇଛି ।
ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଜନସ୍ବାସ୍ଥ୍ୟ ଅଧିକାରୀ ଡ. ପ୍ରଫୁଲ୍ଲ ନନ୍ଦ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଇନ୍ଦିରା ପ୍ରଧାନ, ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡ. ବ୍ରଜବନ୍ଧୁ ଦାସ ଓ ଡ. ଧନେଶ୍ବର ମହାପାତ୍ର ଉପସ୍ଥିତ ରହି ଜନ୍ମରୁ ୫ବର୍ଷ ବୟସର ଶିଶୁଙ୍କୁ ନିୟମିତ ଟୀକାକରଣରୁ ବଞ୍ଚିତ ପଡିଥିବା ୪ଜଣ ଶିଶୁଙ୍କୁ ଟୀକାକରଣ କରାଇଥିଲେ। ଜିଲ୍ଲାରେ ଆଜିଠାରୁ ୧୬ତାରିଖ ପର୍ଯ୍ୟନ୍ତ ଏହି ମିଶନ୍ ଇନ୍ଦ୍ରଧନୁଷ ଟିକାକରଣ କାର୍ଯ୍ୟକ୍ରମ ମାଧ୍ୟମରେ ୪୪୫ ଜଣ ଗର୍ଭବତୀ ମହିଳା ଓ ୧୭୩୩ ଜଣ ୫ବର୍ଷରୁ କମ୍ ଶିଶୁଙ୍କୁ ଟିକା ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି।