ଲଣ୍ଡନ, ୦୨/୦୯: ପ୍ରିନ୍ସେସ୍ ଡାଏନାଙ୍କ ଶେଷ ପୁରୁଷ ବନ୍ଧୁ ଡୋଡି ଅଲ-ଫାଏଦଙ୍କ ପିତାଙ୍କ ମୃତ୍ୟୁ ହୋଇଯାଇଛି । ଇଜିପ୍ଟର କୋଟିପତି ମହମ୍ମଦ ଅଲ-ଫାଏଦ୍ଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଡୋଡି ଏବଂ ଡାଏନାଙ୍କ ୨୬ ତମ ଶ୍ରାଦ୍ଧବାର୍ଷିକୀର ପରଦିନ ଅର୍ଥାତ ସେପ୍ଟେମ୍ବର ୧ ତାରିଖ ଦିନ ମହମ୍ମଦଙ୍କ ମୃତ୍ୟୁ ହୋଇଯାଇଛି । ଡୋଡି ଏବଂ ଡାଏନା ଫ୍ରାନ୍ସରେ ଏକ କାର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ମହମ୍ମଦ ଅଲ-ଫାଏଦଙ୍କ ମୃତ୍ୟୁ ସହ ଏକ ଯୁଗର ଅବସାନ ଘଟିଛି ।
ପାଖରେ ବନ୍ଧୁକ ରଖି ଶୋଇପଡ଼ିଥିଲେ କେୟାର ଟେକର, ଭୁଲରେ ନିଜକୁ ଗୁଳି କରିଦେଲା ୫ ବର୍ଷର ପୁଅ
ଲଣ୍ଡନ ଏବଂ ପ୍ୟାରିସ୍ର ଜଣେ ଲୋକପ୍ରିୟ ବ୍ୟବସାୟୀ ଥିଲେ ମହମ୍ମଦ । ତେବେ ତାଙ୍କ ପୁଅ ଡୋଡି ଏବଂ ଡାଏନାଙ୍କର ସଂପର୍କ ପୂର୍ବରୁ ମହମ୍ମଦ ଏବଂ ଡାଏନାଙ୍କର ବନ୍ଧୁତା ଚର୍ଚ୍ଚାରେ ଥିଲା । ୧୯୮୬ରେ ଓ୍ବିଣ୍ଡସରରେ ମହମ୍ମଦ ଏବଂ ଡାଏନାଙ୍କ ସାକ୍ଷାତ ହୋଇଥିଲା । ଯଦିଓ ସେମାନଙ୍କ ସାକ୍ଷାତକୁ ନେଇ ସ୍ପଷ୍ଟ ସୂଚନା ମିଳେନାହିଁ ତଥାପି ତାପରେ ସେମାନଙ୍କ ମଧ୍ୟରେ ନିବିଡ଼ ସଂପର୍କ ଗଢ଼ିଉଠିଥିବା କଥା କୁହାଯାଏ । ପ୍ରିନ୍ସ ଚାର୍ଲସଙ୍କୁ ଛାଡ଼ପତ୍ର ଦେବା ସମୟରେ ଡାଏନାଙ୍କୁ ଖୁବ ସମର୍ଥନ ଦେଇଥିଲେ ମହମ୍ମଦ । ଏହା ସହ ତାଙ୍କ ଜନକଲ୍ୟାଣକାରୀ କାର୍ଯ୍ୟ ଲାଗି ମହମ୍ମଦ ଟଙ୍କା ମଧ୍ୟ ଖର୍ଚ୍ଚ କରୁଥିଲେ ।
ମହମ୍ମଦ ହିଁ ନିଜ ପୁଅ ଡୋଡିଙ୍କୁ ଡାଏନାଙ୍କ ସହ ସାକ୍ଷାତ କରାଇଥିଲେ । ପରବର୍ତ୍ତୀ ସମୟରେ ୧୯୯୭ ବେଳକୁ ଡୋଡି ଏବଂ ଡାଏନାଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ିଉଠିଥିଲା । ତେବେ ସେହିବର୍ଷ ଅଗଷ୍ଟ ୩୧ ତାରିଖରେ ଏକ କାର ଦୁର୍ଘଟଣାରେ ଡାଏନା ଏବଂ ଡୋଡିଙ୍କର ମୃତ୍ୟୁ ହୋଇଯାଇଥିଲା । ସେପଟେ ମହମ୍ମଦ ଏବଂ ଡାଏନାଙ୍କ ବନ୍ଧୁତାକୁ ନେଇ ବାଦବିବାଦ ଦେଖାଦେଇଛି ।
ଉଭୟେ ରାଜ ପରିବାର ପାଇଁ ବାହାର ଲୋକ ଥିଲେ । ହେଲେ ଦୁଇ ଜଣ ନିଜ ନିଜର ଭାବନାକୁ ପ୍ରକାଶ କରିବା ମାଧ୍ୟମରେ ଅଧିକ ନିକଟତର ହୋଇଥିଲେ । ଏହା ସହ ମହମ୍ମଦ ଅଲ-ଫାଏଦ୍ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟରେ ଡାଏନାଙ୍କୁ ସାହାଯ୍ୟ ସହଯୋଗ କରୁଥିଲେ । କହିବାକୁ ଗଲେ ମହମ୍ମଦଙ୍କ ଫ୍ୟାମିଲି ଫ୍ରେଣ୍ଡ ଥିଲେ ପ୍ରିନ୍ସେସ୍ ଡାଏନା । କାରଣ ମହମ୍ମଦଙ୍କ ଝିଅ ଡାଏନାଙ୍କୁ ଜାଣିଥିଲେ । ଏପରିକି ରାଜକୁମାରୀ ଡାଏନାଙ୍କ ଦୁଇ ପୁଅ ପ୍ରିନ୍ସ ହ୍ୟାରୀ ଏବଂ ପ୍ରିନ୍ସ ଓ୍ବିଲିୟମଙ୍କ ସହ ସେ ମିଶୁଥିଲେ ।
କ’ଣ ଜାଣନ୍ତି କି ଏଟିଏମ୍ କାର୍ଡରେ ମିଳିଥାଏ ୧୦ ଲକ୍ଷ ପର୍ଯ୍ୟନ୍ତ ବୀମା ? ଏପରି କରିପାରିବେ କ୍ଲେମ୍
ଡୋଡି ଏବଂ ଡାଏନାଙ୍କ ଜୀବନୀକୁ ନେଇ ପୁସ୍ତକ ଲେଖିଥିବା ଜଣେ ଲେଖକଙ୍କ ଅନୁସାରେ, ୧୯୯୭ରେ ପ୍ରିନ୍ସ ଚାର୍ଲସଙ୍କୁ ଇସ୍ତଫା ଦେବା ପରେ ଡାଏନାଙ୍କୁ ତାଙ୍କ ଘରେ ରହିବାକୁ ପ୍ରସ୍ତାବ ଦେଇଥିଲେ ମହମ୍ମଦ । ଆଉ ଏହି ସମୟରେ ହିଁ ଡୋଡି ଏବଂ ଡାଏନାଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । ତେବେ ଡାଏନା ଏବଂ ଡୋଡିଙ୍କ ମୃତ୍ୟୁ ପାଇଁ ରାଜ ପରିବାରକୁ ଦାୟୀ କରିଥିଲେ ମହମ୍ମଦ ଅଲ-ଫାଏଦ । ଏପରିକି ୨୦୦୮ରେ ଏକ ରାୟ ପ୍ରକାଶ ପାଇଥିଲା ଯେ, ଡାଏନାଙ୍କ ମୃତ୍ୟୁ ଦୁର୍ଘଟଣା ପାଇଁ ହୋଇଛି । ହେଲେ ଏକଥାକୁ ଗ୍ରହଣ କରିନଥିଲେ ମହମ୍ମଦ ଅଲ-ଫାଏଦ୍ ।
You can also read: ଦଦରା ବାଇସାଇକେଲକୁ ସୋଲାର-ବାଇକ୍ କଲେ ୧୦ମ ପିଲା, ଗୋଟିଏ ଚାର୍ଜରେ ୩୫ କିମି ଗଡ଼ିବ