ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସ୍ୱର୍ଗତ ନବ କିଶୋର ଦାସଙ୍କ ହତ୍ୟାକୁ ପୂରିଲା ବର୍ଷେ, ସ୍ମୃତି ରକ୍ଷା ପାଇଁ ହେବ ପ୍ରତିମୂର୍ତ୍ତି ଉନ୍ମୋଚନ

ଝାରସୁଗୁଡ଼ା,୨୯/୦୧: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ କିଶୋର ଦାସଙ୍କ  ହତ୍ୟାକୁ ବର୍ଷେ ପୂରିଲା । ବ୍ରଜରାଜନଗର ଥାନା ଗାନ୍ଧୀଛକ ଠାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ତାଙ୍କୁ  ଜଣେ ପୁଲିସ୍‌ ଏଏସ୍‌ଆଇ ଗୁଳି କରି ହତ୍ୟା କରିଥିଲେ । ଘଟଣାକୁ ବର୍ଷେ ପୂରିଥିଲେ ହେଁ ଆଜି ବି ହତ୍ୟା ପଛର କାରଣକୁ ନେଇ ଜନମାନସରେ ଅନେକ ପ୍ରଶ୍ନ ବଞ୍ଚି ରହିଛି । ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ କେଉଁ କାରଣରୁ ଜଣେ ପୁଲିସ୍‌ କର୍ମୀ ହତ୍ୟା କଲେ ତାହାର  ଉତ୍ତର ଏଯାଏଁ ଲୋକଙ୍କୁ ସନ୍ତୁଷ୍ଟ କରିପାରି  ନାହିଁ । ଅନ୍ୟପକ୍ଷରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବହିଷ୍କୃତ ପୁଲିସ୍‌ ଏଏସ୍‌ଆଇ  ଗୋପାଳ ଦାସ ଏବେ ବି ଚୌଦ୍ୱାର ଜେଲରେ  ବିଚାରାଧୀନ ବନ୍ଦୀ ଭାବେ ରହିଥିବା ବେଳେ  ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କ  ଅଦାଲତରେ ମାମଲାର ଶୁଣାଣି ଜାରି ରହିଛି । 

ସ୍ୱର୍ଗତ ନବ କିଶୋର ଦାସ ଜଣେ ପରାକ୍ରମୀ ରାଜନେତା  ଭାବେ ଖ୍ୟାତ ଥିଲେ । ତାଙ୍କର ରାଜନୈତିକ ଜୀବନରେ  ସେ ପାଇଥିବା ଈର୍ଷଣୀୟ ସଫଳତା ବାସ୍ତବିକ ତାଙ୍କୁ  ବିରଳ ବ୍ୟକ୍ତିତ୍ୱର ଅଧିକାରୀ କରିଥିଲା । କ୍ୟାବିନେଟ  ମନ୍ତ୍ରୀ ଭାବେ ସେ କୋଭିଡ୍‌ ମହାମାରୀ ସମୟରେ  ବି ସ୍ୱାସ୍ଥ୍ୟ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ  ତୁଳାଇଥିଲେ । ରାଜ୍ୟରେ କୋଭିଡ୍‌ ପରିଚାଳନା  କ୍ଷେତ୍ରରେ ସରକାରଙ୍କ ଭୂମିକାକୁ ଜାତୀୟ ସ୍ତରରେ  ପ୍ରଶଂସା ମିଳିଥିଲା । 

ଏଥିସହ ନିଜର କମ ଦିନର  ମନ୍ତ୍ରୀତ୍ୱ କାଳରେ ସେ ଅନେକ ବିକାଶମୂଳକ କାର୍ଯ୍ୟ  କରି ଚର୍ଚ୍ଚାରେ ରହିବା ସହ ରାଜନୈତିକ ପତିଆରା  ବେଶ ବୃଦ୍ଧି ପାଇ ଚାଲିଥିଲା । ଏଭଳି ଏକ ସମୟରେ  ତାଙ୍କର ହତ୍ୟାକୁ ଲୋକେ ସହଜରେ  ହଜମ କରି ପାରି ନ ଥିଲେ । ହତ୍ୟାକାଣ୍ଡ  ପରେ ଶାସକ ବିରୋଧୀ ମଧ୍ୟରେ ପରସ୍ପର  ବିରୋଧରେ ବୟାନବାଜୀ ହେବା ସହ  ବହୁ ବିତର୍କ ସୃଷ୍ଟି ହୋଇଥିଲା । ହେଲେ  ଏହାରି ଭିତରେ ଝାରସୁଗୁଡ଼ା ବିଧାନସଭା  ନିର୍ବାଚନରେ ତାଙ୍କର ଉତ୍ତରାଧିକାରୀଙ୍କ ବିପୁଳ ଭୋଟରେ ବିଜୟ ତାଙ୍କର ଲୋକପ୍ରିୟତାକୁ  ବେଶ ପ୍ରମାଣିତ କରିଥିଲା । 

ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କର  ସ୍ମୃତି ରକ୍ଷା ଲାଗି ତାଙ୍କର ଅନୁଗାମୀ, ସହଯୋଗୀ ତଥା ସମର୍ଥକମାନେ ଅଣ୍ଟା ଭିଡ଼ିଛନ୍ତି । ଝାରସୁଗୁଡ଼ା ଜିଲ୍ଲା ପୁଲିସ କାର୍ଯ୍ୟାଳୟ ସମ୍ମୁଖ ଛକ ଠାରେ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରାଯିବ । ଯେଉଁଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । 

ବିଧାୟିକା ଦୀପାଳି ଦାସ କହିଛନ୍ତି ଜନ ସାଧାରଣଙ୍କ କରକମଳରେ ଜନନେତାଙ୍କ  ପ୍ରତିମୂର୍ତ୍ତି ଉନ୍ମୋଚିତ ହେବ । ନବ ଦାସଙ୍କ ଶ୍ରାଦ୍ଧବାର୍ଷିକୀ  ଅବସରରେ ଝାରସୁଗୁଡ଼ା ମନମୋହନ ପଡ଼ିଆରେ ସ୍ମୃତି ସଭା ସହ ସର୍ବଧର୍ମ ପ୍ରାର୍ଥନା, ସ୍ମରଣିକା ଉନ୍ମୋଚନ ସାଙ୍ଗକୁ ସକାଳେ ମନମୋହନ ପଡ଼ିଆରୁ  ପୁରୁଣା ବସଷ୍ଟାଣ୍ଡ ପାଖ ଗାନ୍ଧୀ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଏକ ମାରାଥନର କାର୍ଯ୍ୟକ୍ରମ ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.