ହାଇଦ୍ରାବାଦ, ୬/୨ : ଭାରତ ରାଷ୍ଟ୍ର ସମିତି(ବିଆରଏସ୍)ର ତେଲେଙ୍ଗାନାର ପେଡ୍ଡାପଲ୍ଲୀ ଏମପି ଭେଙ୍କଟେଶ ନେଥା ବୋରଲକୁନ୍ତା ମଙ୍ଗଳବାର କଂଗ୍ରେସରେ ଯୋଗ ଦେଇଛନ୍ତି । ତାଙ୍କ ସହ ବିଆରଏସ ନେତା ମନ୍ନୀ ଜୀବନ ରେଡ୍ଡୀ ମଧ୍ୟ କଂଗ୍ରେସରେ ମିଶିଛନ୍ତି । ଉଭୟ ନେତାଙ୍କ କଂଗ୍ରେସ ଟିକେଟ ଉପରେ ଆଖି ରହିଥିବା ସହ ଆଗାମୀ ଲୋକସଭା ନିର୍ବାଚନରେ ଉଭୟେ ନିର୍ବାଚନ ଲଢିବା ନେଇ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ୨୦୧୯ରେ ପ୍ରଥମ ଥର ପାଇଁ ଏମପି ହୋଇଥିଲେ ବୋରଲକୁନ୍ତା ଏବଂ ରେଡ୍ଡୀ ହେଉଛନ୍ତି ପୂର୍ବତନ ତିରୁମାଲା ତିରୁପତି ଦେବସ୍ଥାନମ ବୋର୍ଡ଼ର ସଦସ୍ୟ । ଉଭୟେ ଆଜି ନୂଆଦିଲ୍ଲୀସ୍ଥିତ କଂଗ୍ରେସରେ ଯୋଗ ଦେଇଛନ୍ତି । ଅଲ୍ ଇଣ୍ଡିଆ କଂଗ୍ରେସ କମିଟିର ଜେନେରାଲ ସେକ୍ରେଟାରୀ କେସି ବେଣୁଗୋପାଲ ଏବଂ ତେଲେଙ୍ଗାନାର ଉପ ମୁଖ୍ୟମନ୍ତ୍ରୀ ମଲ୍ଲୁ ଭଟ୍ଟୀ ବିକ୍ରମାର୍କ ତାଙ୍କୁ କଂଗ୍ରେସରେ ସ୍ବାଗତ କରିଛନ୍ତି ।