ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶୀଘ୍ର ଯୁଦ୍ଧ ବିରତି ସମ୍ଭବ ନୁହେଁ କହିଲା ହମାସ୍, ଇସ୍ରାଏଲ୍ ସହ ବୁଝାମଣା ପାଇଁ ଲାଗିବ ସମୟ

ଜେରୁଜେଲମ୍, ୦୫/୦୨: ଗାଜାରେ କେବେ ଥମିବ ଯୁଦ୍ଧ ? ଇସ୍ରାଏଲ୍-ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ପାଇଁ ପ୍ରୟାସ ଚାଲିଥିବା ବେଳେ ଭିନ୍ନ ଆଭିମୁଖ୍ୟ ପୋଷଣ କରିଛନ୍ତି ହମାସ୍ ଆତଙ୍କବାଦୀ । ଆତଙ୍କୀ ସଂଗଠନର ଜଣେ ନେତା କହିଛନ୍ତି, ଉଭୟ ପକ୍ଷ ମଧ୍ୟରେ ସହମତି ପାଇଁ ଏବେ ଅଧିକ ସମୟ ଲାଗିବ ।

ଅନ୍ୟପଟେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କହିଛନ୍ତି, ଚୁକ୍ତି ସ୍ୱାକ୍ଷର ପାଇଂ ଇସ୍ରାଏଲ୍ ସବୁ ସର୍ତ୍ତ ମାନି ପାରିବ ନାହିଁ । ଆମର ଲକ୍ଷ୍ୟ ହମାସକୁ ମୂଳପୋଛ କରିବା । ଗାଜାରେ ଏବେବି ହମାସ୍ ଆତଙ୍କବାଦୀ ଇସ୍ରାଏଲର ପାଖାପାଖି ୧୦୦ ପଣବନ୍ଦୀଙ୍କୁ ରଖିଛନ୍ତି । ପଣବନ୍ଦୀଙ୍କୁ ମୁକୁଳାଇବା ଲାଗି ଇସ୍ରାଏଲ୍ ଲୋକ ଚାପ ପକାଇବା ସହ ନେତନ୍ୟାହୁଙ୍କ ବିପକ୍ଷରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

ଗତ ସପ୍ତାହରେ ଯୁଦ୍ଧ ବିରତି ଓ ପଣବନ୍ଦୀଙ୍କୁ ମୁକ୍ତ ନେଇ ଇସ୍ରାଏଲ୍, ଆମେରିକା, ଇଜିପ୍ଟ ଓ କତାର ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଏକାଠି ହୋଇ ଆଲୋଚନା କରିଥିଲେ । ଏହା ପରେ ଚର୍ଚ୍ଚା ହୋଇଥିଲା ଇସ୍ରାଏଲ୍ ଓ ହମାସ୍ ଖୁବଶୀଘ୍ର ଯୁଦ୍ଧ ବିରତି ଘୋଷଣା କରି ପାରନ୍ତି । ଆଲୋଚନାରେ କତାର, ହମାସର ପକ୍ଷ ରଖିଥିଲା । କାରଣ ହମାସର ଅନେକ ବଡ଼ ନେତା କତାରରେ ରହୁଛନ୍ତି ।

ଅନ୍ୟପଟେ ଏବେ ହମାସ୍ ଉକ୍ତ ଆଲୋଚନା ପରେ ସମ୍ଭାବ୍ୟ ବୁଝାମଣାକୁ ଅଣଦେଖା କରୁଛି । ହମାସ୍ ନେତା ଓସାମା ହମଦାନ ଲେବାନନରେ କହିଛନ୍ତି, ପ୍ରାୟ ୪ ମାସ ହେଲା ଯୁଦ୍ଧ ଚାଲିଛି । ଅନେକ ଥର ଯୁଦ୍ଧ ବିରତି ଓ ପଣବନ୍ଦୀଙ୍କୁ ମୁକୁଳାଇବା ନେଇ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚି ପୁଣି ଅଟକି ଯାଇଛି । ଉଭୟ ପକ୍ଷ ମଧ୍ୟରେ ଭରସାର ଅଭାବ ରହିଛି ।

ସେ ଆହୁରି କହିଛନ୍ତି, କହି ପାରିବା ନାହିଁ ଆମେ ବୁଝାମଣାର ନିକଟତର ହୋଇଛେ । ଏହାର କାରଣ କୌଣସି ପ୍ରସଙ୍ଗକୁ ନେଇ ୨ ପକ୍ଷ ସହମତ ହୋଇ ନ ପାରନ୍ତି । କେଉଁଠି ନା କେଉଁଠି ଅଭାବ ପରିଲକ୍ଷିତ ହେଉଛି । ଇସ୍ରାଏଲ୍, କହୁଛି କୌଣସି ପରିସ୍ଥିତିରେ ସୈନ୍ୟ ଅପରେସନ୍ ବନ୍ଦ କରିବ ନାହିଁ । ଯଦି ଯୁଦ୍ଧ ବିରତି ହୁଏ ବି ତ ତା ପରେ ଆକ୍ରମଣ ହେବ । ଆମେ ଚାହୁଁ ଯୁଦ୍ଧ ସମୂର୍ଣ୍ଣ ଭାବେ ବନ୍ଦ ହେଉ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.