ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୋଷକ ତତ୍ତ୍ୱରେ ଭରା କଞ୍ଚା କଦଳୀ, ଓଜନ କମାଇବା ସହ ଦେଇଥାଏ ଏହି ସବୁ ଫାଇଦା

ନୂଆଦିଲ୍ଲୀ ୦୧/୧୨: ପାଚିଲା କଦଳୀ ଶରୀର ପାଇଁ ଖୁବ୍‌ ଲାଭଦାୟକ ଏକଥା ସମସ୍ତେ ଜାଣନ୍ତି । କିନ୍ତୁ କଞ୍ଚା କଦଳୀର ଫାଇଦା ବିଷୟରେ ଜାଣନ୍ତି କି? ସେମିତି ଦେଖିବାକୁ ଗଲେ ବିଭିନ୍ନ ଫଳରେ ଭିନ୍ନ ଭିନ୍ନ ଗୁଣ ନିଶ୍ଚୟ ରହିଛି । କିନ୍ତୁ କଞ୍ଚା କଦଳୀ ପୋଷକ ତତ୍ତ୍ୱରେ ଭରା । ଏହା ସହଜରେ ହଜମ ହୋଇଥାଏ । ଏଥିରେ ଫାଇବର, ପୋଟାସିୟମ୍‌ ସହିତ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ମଧ୍ୟ ରହିଛି ।

ଓଜନ କମାଏ :

କଞ୍ଚା କଦଳିରେ ରେଜିଷ୍ଟାର୍ଡ ଷ୍ଟାର୍ଚ ଓ ପୋକ୍ଟିନ୍‌ ରହିଛି, ଯାହା ଦୀର୍ଘ ସମୟ ଯାଏ ପେଟକୁ ଭରା ରଖିଥାଏ । ଫଳରେ ଭୋକ ଲାଗି ନଥାଏ । ବାରମ୍ବାର ଖାଦ୍ୟ ନ ଖାଇବା ଦ୍ୱାରା ଓଜନ ନିୟନ୍ତ୍ରିତ ରହିଥାଏ ।

ପ୍ରଦାହ କମାଏ :

କଞ୍ଚା କଦଳୀରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଫ୍ରି ରେଡିକଲ୍ସରୁ ଶରୀରକୁ ରକ୍ଷା କରିଥାଏ । ସୁସ୍ଥ କୋଷଗୁଡିକୁ ଅକ୍ସିଡେଟିଭ୍‌ ଡ୍ୟାମେଜ୍‌ ବା ନଷ୍ଟ ହେବାରୁ ରକ୍ଷା କରିଥାଏ । ଏହି କଦଳୀରେ ଭିଟାମିନ୍‌-ସି, ଭିଟା କ୍ୟାରୋଟିନ୍‌ ଏବଂ ଫାଇଟୋନ୍ୟୁଟ୍ରିଏଣ୍ଟ୍‌ ରହିଛି, ଯାହା ପ୍ରଦାହକୁ କମ୍‌ କରିଥାଏ ।

ଭିଟାମିନ୍‌ ସି’ରେ ଭରା :

କଞ୍ଚା କଦଳୀରେ ବହୁ ମାତ୍ରାରେ ଭିଟାମିନ୍‌ ସି’ ରହିଥାଏ । ଫଳରେ ଏହା ବିଭିନ୍ନ ସଂକ୍ରମଣ ଓ ପୁରୁଣା ରୋଗରୁ ରକ୍ଷା କରିଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହିତ ତ୍ୱଚାକୁ ସୁସ୍ଥ ରଖିଥାଏ ।

ରକ୍ତରେ ଶର୍କରା ସ୍ତର କରେ ନିୟନ୍ତ୍ରିତ :

ପାଚିଲା କଦଳୀ ତୁଳନାରେ କଞ୍ଚା କଦଳୀରେ ଶର୍କରା କମ୍‌ ରହିଥାଏ । ଏହାବ୍ୟତୀତ ଏଥିରେ ଥିବା ରେଜିଷ୍ଟାର୍ଡ ଷ୍ଟାର୍ଚ ଓ ପୋକ୍ଟିନ ରକ୍ତରେ ଶର୍କରାସ୍ତରକୁ ନିୟନ୍ତ୍ରିତ ରଖିଥାଏ । ସେହିପରି କଞ୍ଚା କଦଳୀର ଗ୍ଲାଇସୋମିକ୍‌ ଇଣ୍ଡେକ୍ସ କମ୍‌ ରହିଥାଏ ।

Also Read:-

ଶୀତଦିନେ ଉଦାସ ଅନୁଭବ କରୁଛନ୍ତି କି? ଆପଣାନ୍ତୁ ଏହି ସବୁ ଉପାୟ

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.