ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ବର୍ଷା ପାଇଁ ବ୍ୟାଟିଂରେ ବ୍ରେକ୍, ମ୍ୟାଚ୍ ଧୋଇଗଲେ ବିଶ୍ୱକପରୁ ବାହାରିଯିବ କି ପାକିସ୍ତାନ ?

ବେଙ୍ଗଲୁରୁ, ୦୪/୧୧: ଦିନିକିଆ ବିଶ୍ୱକପର ୩୫ତମ ମ୍ୟାଚ୍ ବେଙ୍ଗଲୁରୁର ଏମ୍. ଚିନ୍ନସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଛି । ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମୁକାବିଲାର ଦ୍ୱିତୀୟ ଇନିଂସରେ ବର୍ଷା ସାଜିଛି ବାଧକ । ପାକିସ୍ତାନ ଟସ୍ ଜିତିଥିବା ବେଳେ ଅଧିନାୟକ ବାବର ଆଜାମ, ନ୍ୟୁଜିଲାଣ୍ଡକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଏବେ ବାବର ଏହି ନିଷ୍ପତ୍ତି ଦଳ ପାଇଁ କାଳ ସାଜିବାକୁ ଯାଉଛି । ପାକିସ୍ତାନ ଆଗରେ ୪୦୨ ରନର ଟାର୍ଗେଟ୍ ରଖିଛି କିୱି ଦଳ ।

୪୦୨ ରନର ବିଜୟ ଲକ୍ଷ୍ୟ ପିଛା କରି ବ୍ୟାଟିଂ କରୁଥିବା ପାକିସ୍ତାନର ଆରମ୍ଭ ସେତେଟା ଭଲ ନଥିଲା । ଦଳୀୟ ସ୍କୋର ମାତ୍ର ୬ ରନ୍ ହୋଇଥିବା ବେଳେ ଆଉଟ୍ ହୋଇ ଯାଇଥିଲେ ଓପନର ଅବଦ୍ଦୁଲ୍ଲାହ ଶାଫିକ୍ୟୁ । ଏହାପରେ ଫଖର ଜମନ୍ ଓ ବାବର ଆଜମଙ୍କ ଯୋଡ଼ି ମ୍ୟାଚକୁ ରୋମାଞ୍ଚକ କରି ଆସୁଥିବା ବେଳେ ବର୍ଷା ପାଇଁ ବ୍ୟାଟିଂ ସ୍ଥଗିତ ରହିଛି ।

INS ଗରୁଡ଼ ରନୱେରେ ଖସି ପଡ଼ିଲା ନୌସେନା ହେଲିକପ୍ଟର, ଜଣେ ମୃତ

୨୧.୩ ଓଭରରେ ପାକିସ୍ତାନ ଗୋଟିଏ ୱିକେଟ୍ ହରାଇ ୧୬୦ ରନ୍ କରି ପାରିଛି । ଫକର ଜମନ୍ ୬୯ ବଲରେ ୯ ଛକା ଓ ୭ ଚଉକା ସାହାଯ୍ୟରେ ୧୦୬ ରନ୍ କରିଛନ୍ତି । ସେହିଭଳି ବାବର ଆଜମ ୫୧ ବଲରେ କରିଛନ୍ତି ୪୭ ରନ୍ । ଫକର ଜମନ୍ ଓ ବାବର ଆଜାମ ନଟଆଉଟ୍ ଅଛନ୍ତି । ଡିଏଲ୍ଏସ୍ ନିୟମ ଅନୁସାରେ, ପାକିସ୍ତାନ ୧୦ ରନରେ ଆଗୁଆ ରହିଛି । ଯଦି ବର୍ଷା ପାଇଁ ଖେଳ ସେତିକିରେ ଅଟକି ରୁହେ ତ ପାକିସ୍ତାନ ବିଜୟୀ ହେବ ।

ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୫୦ ଓଭରରେ ୬ ୱିକେଟ୍ ହରାଇ ୪୦୧ ରନ୍ କରିଥିଲା । ଦଳ ପକ୍ଷରୁ ରଚିନ୍ ରବୀନ୍ଦ୍ର ୯୪ ବଲରେ ୧୦୮ ରନର ଶତକୀୟ ପାଳି ଖେଳିଥିଲେ । ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ୱିଲିୟମସନ୍ ୯୫ ରନ୍ କରିଥିବା ବେଳେ ରଚିନ୍ ରବୀନ୍ଦ୍ର ପାକିସ୍ତାନୀ ବୋଲରଙ୍କୁ ପ୍ରହାର କରିଥିଲେ ।

ଯୁଦ୍ଧ ଭୂଇଁରୁ ଛାତିଥରା ଖବର; ଆମ୍ବୁଲାନ୍ସ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକରେ ୧୫ ମୃତ

Copyright © 2022 - Summa Real Media Private Limited. All Rights Reserved.