ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ଆଜିଠୁ ବିଦ୍ୟୁତ ଶୁଳ୍କ ବୃଦ୍ଧି ନେଇ ଜନଶୁଣାଣି: ଓଇଆରସି ପକ୍ଷରୁ ଆରମ୍ଭ, ୩୧ରେ ଗ୍ରୀଡକୋର ଜନଶୁଣାଣି

ଭୁବନେଶ୍ୱର,୩୦/୦୧: ମଙ୍ଗଳବାର ବିଦ୍ୟୁତ ଶୁଳ୍କ ବୃଦ୍ଧି ସମ୍ପର୍କିତ ଜନଶୁଣାଣି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) କର୍ତ୍ତୃପକ୍ଷ କରିବେ । ଆସନ୍ତା  ଆର୍ଥିକ ବର୍ଷ ପାଇଁ ବିଜୁଳି ଦର ଧାର୍ଯ୍ୟ ପାଇଁ ଏହି ଜନଶୁଣାଣି ହେବ । 

ପ୍ରଥମ  ଦିନ ଓଏଚ୍‌ପିସିର  ଜନଶୁଣାଣି ୧୧ଟା  ବେଳେ ଆରମ୍ଭ  ହେବ । ସେହିଦିନ  ଅପରାହ୍ନ ୩ଟାରେ  ଓପିଜିସିର ମଧ୍ୟ ଶୁଣାଣି ହେବ । ୩୧ ତାରିଖ ଦିନ ୧୧ଟାରେ ଗ୍ରିଡକୋ, ଫେବ୍ରୁଆରୀ ୧ରେ  ଓପିଟିସିଏଲ୍‌, ଏସଏଲ୍‌ଡିସି, ୨ରେ ଟିପିସିଓଡିଏଲ୍‌ ଓ ଟିପିଏନଓଡିଏଲ୍‌ର ଶୁଣାଣି  ହେବ । ୫ରେ ଟିପିଡବ୍ଲ୍ୟୁଓଡିଏଲ୍‌ ଓ ୬ରେ ଟିପିଏସଓଡିଏଲର ଶୁଣାଣି ହେବ । ୭ ତାରିଖ ଦିନ ଆଡଭାଇଜରୀ କମିଟି ବସି ପକ୍ଷ ରଖିଥିବା ବିଭିନ୍ନ ଆବଣ୍ଟନ ଓ ବିତରକ  କମ୍ପାନୀ ମଧ୍ୟରେ ବିଚାର କରାଯାଇ ଦର ଧାର୍ଯ୍ୟ କରାଯିବ ବୋଲି ଓଇଆରସି ସଚିବ  କହିଛନ୍ତି । ସେପଟେ ଗ୍ରୀଡକୋ ପକ୍ଷରୁ ୟୁନିଟ୍‌ ପିଛା ୬୨ ପଇସା ବିଦ୍ୟୁତ ଶୁଳ୍କ  ବୃଦ୍ଧି କରିବାକୁ ଦାବି କରାଯାଇଛି । 

ଯଦି ଓଇଆରସି କର୍ତ୍ତୃପକ୍ଷ ଦାବିକୁ ମାନିନିଅନ୍ତି,  ତାହେଲେ ରାଜ୍ୟରେ ବିଦ୍ୟୁତ ଶୁଳ୍କ ଆକାଶ ଛୁଆଁ ହେବ । ଯାହାକୁ ଓଡ଼ିଶା ରାଜ୍ୟ  ବିଦ୍ୟୁତ ଉପଭୋକ୍ତା ମହାସଂଘ ପକ୍ଷରୁ ବିରୋଧ କରାଯାଇଛି । ବିଭିନ୍ନ ରାଜନୈତିକ  ଦଳ ଓ ସଙ୍ଗଠନ ପକ୍ଷରୁ ଏ ନେଇ ବୈଠକ କରି ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ  କରାଯିବ ବୋଲି ମହାସଂଘର ଆବାହକ ରବି ବେହେରା ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.