ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିବାହ ବନ୍ଧନରେ ବାନ୍ଧିହେଲେ ଚେସ୍ କୁଇନ୍‌ ପଦ୍ମିନୀ ରାଉତ, ମୁମ୍ବାଇର ଇଞ୍ଜିନିୟର ଜୟକିଷିନଙ୍କ ସହ ପଡିଲା ହାତଗଣ୍ଠି

ଭୁବନେଶ୍ୱର,୨୯/୦୧: ମାତ୍ର  ଆଠ/ନଅ ବର୍ଷରେ ଚେସ୍‌ରେ ଜାତୀୟ ଓ  ଅନ୍ତର୍ଜାତୀୟ ସ୍ତରରେ ଚମତ୍କାର ପ୍ରଦର୍ଶନ  କରି ରାଜ୍ୟକୁ ଗୌରବାନ୍ୱିତ କରିବା ସହ ବେଶ ଚର୍ଚ୍ଚାରେ ରହି ଆସିଛନ୍ତି ପଦ୍ମିନୀ ରାଉତ । ଗୋଟିଏ ପରେ ଗୋଟିଏ ଫିଡେ ଟାଇଟଲ ସହ ସେ ଏବେ ଇଣ୍ଟରନ୍ୟାସନାଲ  ମାଷ୍ଟର (ଆଇଏମ୍‌) । ସଫଳ ଖେଳ ଜୀବନ ପରେ ପଦ୍ମିନୀ ଆଜି ବୈବାହିକ ଜୀବନରେ  ଛନ୍ଦି ହୋଇଛନ୍ତି । ସେ ମୁମ୍ବାଇର ଇଞ୍ଜିନିୟର ଜୟକିଷିନ ମନକାନିଙ୍କୁ ବିବାହ କରିଛନ୍ତି । ପଟିଆର ଏକ ଘରୋଇ ହୋଟେଲରେ ରବିବାର ପୂର୍ବାହ୍ନରେ ତାଙ୍କର ବିବାହ ସମ୍ପନ୍ନ ହୋଇଛି । 

ପଦ୍ମିନୀଙ୍କ ଖେଳ ଜୀବନ ବେଶ  ସଫଳ ।ଜାତୀୟ ମହିଳା ଚେସ୍‌ରେ ସେ ଜଣେ ଆଗ ଧାଡ଼ିର ଖେଳାଳି । ପଦ୍ମିନୀଙ୍କ ରେଟିଂ ୨୩୫୩ ରହିଛି । ଜାନୁଆରୀ ମାସରେ ପ୍ରକାଶ ପାଇଥିବା ଜାତୀୟ ମହିଳା ଚେସ୍‌ ମାନ୍ୟତାରେ ସେ ୧୦ତମ ସ୍ଥାନରେ ରହିଛନ୍ତି । ଗତ ବର୍ଷ ପଦ୍ମିନୀ ଜାତୀୟ  ମହିଳା ଚେସ୍‌ରେ ଚାମ୍ପିଅନ ହେବାର  ଗୌରବ ଲାଭ କରିଥିଲେ । ଏହାପୂର୍ବରୁ ୨୦୧୪, ୨୦୧୫, ୨୦୧୬ ଓ ୨୦୧୭  ସଂସ୍କରଣରେ ଟାଇଟଲ ଜିତିଥିଲେ । ମୋଟ ୫ ଥର ଜାତୀୟ ଟାଇଟଲ ଜିତିବାର ଗୌରବ ଲାଭକରିଛନ୍ତି । 

ପଦ୍ମିନୀଙ୍କ ଜନ୍ମ ୧୯୯୪ ମସିହା  ଜାନୁଆରୀ ୫ ତାରିଖରେ । ୨୦୦୫ରେ ସେ ପ୍ରଥମ ଜାତୀୟ ଟାଇଟଲ ଜିତିଥିଲେ । ତାହା ଥିଲା ୧୧ ବର୍ଷରୁ କମ୍‌ ବାଳିକା  ବର୍ଗରେ । ଏହାପରେ ସେ ଆଉ ପଛକୁ ଫେରି ନାହାନ୍ତି । ଆଇଏମ୍‌ ଏବଂ ମହିଳା ଗ୍ରାଣ୍ଡମାଷ୍ଟ୍‌ ଟାଇଟଲ ଜିତିବା ପରେ ସେ ଏବେ ଗ୍ରାଣ୍ଡମାଷ୍ଟର ଟାଇଟଲକୁ ଅପେକ୍ଷା  କରି ରହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.