ଭୁବନେଶ୍ୱର,୦୬/୧୧: ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା ଘଟଣା। ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଟୁଟୁ ନାୟକଙ୍କୁ ଦୁଇ ରାତି ଝାରପଡ଼ା ଜେଲରେ କଟିଛି। ଗତକାଲି ରବିବାର ଥିବାରୁ ସେ ଜେଲରେ ଦିନ କାଟିଥିଲେ। ସୋମବାର ଟୁଟୁ ନାୟକଙ୍କ ଜାମିନ ଆବେଦନ ଶୁଣାଣି କୋର୍ଟରେ ହେବ।ତେଣୁ ତାଙ୍କୁ କୋର୍ଟରେ ହାଜର କରାଯିବ। ତାଙ୍କ ବିରୋଧରେ ସଙ୍ଗୀନ ଦଫା ୩୫୪ (ମହିଳାଙ୍କୁ ଅସଦାଚରଣ), ୩୪୧ (ବେଆଇନ ଭାବେ ଅଟକ), ୩୨୩ (ଶରୀରକୁ ଆଘାତ) ଓ ୨୯୪ (ଅଶ୍ଳୀଳ ଭାଷାରେ ଗାଳି) ଆଦି ଲଗାଇଛି ।ତେଣୁ ଟୁଟୁ ନାୟକ ଜେଲ୍ରେ ରହିବେ ନା ବେଲ୍ ପାଇବେ ? ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ସୂଚନା ମୁତାବିକ ଗତ ଶୁକ୍ରବାର ଓଡ଼ିଆ ଚଳଚ୍ଚିତ୍ର "ପ୍ରଥା' ମୁକ୍ତିଲାଭ କରିଥିଲା । ଏହି ଫିଲ୍ମର ପ୍ରିମିୟର ଶୋ' ଦେଖିବା ପାଇଁ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଦେବସ୍ମିତା ସେଠାକୁ ଯାଇଥିଲେ । ସେଠାରେ ଟୁଟୁ ତାଙ୍କୁ ଠେଲି ଦେବା ସହ ଗାଲକୁ ଚାପୁଡ଼ାଏ ମାରିଥିଲେ ବୋଲି ଦେବସ୍ମିତା ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ । ଏହି ମାମଲାରେ ଶନିବାର ଓଡ଼ିଶା ୱିମେନ୍ ଇନ୍ ମିଡିଆର ଏକ ପ୍ରତିନିଧି ଦଳ ଭୁବନେଶ୍ୱରର ଡିସିପି ପ୍ରତୀକ ସିଂଙ୍କୁ ଭେଟିଥିଲେ । ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ସେମାନେ ଦାବି କରିଥିଲେ । ଶନିବାର ସନ୍ଧ୍ୟାରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଟୁଟୁ ନାୟକ ରବିବାର ଥିବା ଝାରପଡ଼ା ଜେଲ୍ କାଲି ଦିନ କଟିଥିଲା। ଆଜି ତାଙ୍କୁ ଅର୍ଥାତ ସୋମବାର ତାଙ୍କର ଜାମିନ ଆବେଦନ ଉପରେ ଶୁଣାଣି ହେବ ।