ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ, କଣ ରହିଛି ନିୟମ ?

Image Courtesy: english.jagran

ନୂଆଦିଲ୍ଲୀ: ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି ବିରୋଧରେ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ଆବେଦନ ହୋଇଛି । ରାଜନୈତିକ ଲାଭ ପାଇଁ ଜାତି ଓ ଧର୍ମ ଆଧାରରେ ଉପୁମଖ୍ୟମନ୍ତ୍ରୀ ନିଯୁକ୍ତ କରାଯାଇଛି ବୋଲି ଆବେଦନରେ ଦର୍ଶାଯାଇଛି । ଏହି ଆବେଦନ କରିଛି ପବ୍ଲିକ୍‌ ପଲିଟିକାଲ ପାର୍ଟି । ଆବେଦନକାରୀ ଦଳର ଓକିଲ ମୋହନ ଲାଲ ଶର୍ମା ଏବଂ ରାଜୀବ ତୋମାର ଏହି ଆବେଦକୁ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି । 

 ତେବେ ଏହି ଆବେଦନ ମାଧ୍ୟମରେ ଅନୁଚ୍ଛେଦ ୧୪, ୧୫(୧), ୧୬(୧) ଏବଂ (୨)ର ଉଲ୍ଲଂଘନ ହୋଇଥିବା ନେଇ ଅଭିଯୋଗ ହୋଇଛି । ସମ୍ବିଧାନର ଅନୁଚ୍ଛେଦ ୧୪ ଅନୁସାରେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ପ୍ରତ୍ୟେକ ନାଗରିକଙ୍କୁ ସମାନ ଅଧିକାର ଦେବା ପାଇଁ ଉଦ୍ଦିଷ୍ଟ । ଆଇନ ଅନୁଯାୟୀ କୌଣସି ନାଗରିକଙ୍କୁ ସମାନ ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ  । ସେପଟେ ରାଜ୍ୟ ସରକାରଙ୍କ ଦ୍ବାରା ଉପମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତ କରାଯାଉଛି । ହେଲେ ଏନେଇ ସମ୍ବିଧାନର ଅନୁଚ୍ଛେଦ ୧୬୪ରେ କୌଣସି ପ୍ରାବଧାନ ନାହିଁ ।  କାରଣ ଆର୍ଟିକିଲ୍ ୧୬୪ କେବଳ ମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତି ସଂପର୍କରେ କହେ ବୋଲି ପିଆଇଏଲରେ ଉଲ୍ଲେଖ ରହିଛି ।

ଉପମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତ କରାଇବା ଦ୍ବାରା ରାଜ୍ୟ କିମ୍ବା ରାଜ୍ୟବାସୀଙ୍କ କୌଣସି ଲାଭ ହୋଇନଥାଏ । ତେଣୁ ଉପମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତ କରାଇ ରାଜନୈତିକ ଦଳଗୁଡ଼ିକ ଭୁଲ୍‌ ଏବଂ ବେଆଇନ୍‌ ଉଦାହାଣ ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗକାରୀଙ୍କ ଓକିଲ କହିଛନ୍ତି । ସୂଚନାଯୋଗ୍ୟ, ଏବେ ଭାରତର ୧୪ଟି ରାଜ୍ୟରେ ଜଣେରୁ ଅଧିକ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି । ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୫ ଜଣ ଉପମୁଖ୍ୟମନ୍ତ୍ରୀ ଥିବା ବେଳେ ବିହାର, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର,ମେଘାଳୟ, ନାଗାଲାଣ୍ଡ, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶରେ ଦୁଇ ଜଣ ଲେଖାଏଁ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି ।

 

  • Supreme Court
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.