ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କେନ୍ଦ୍ରର ଟିକସ ନୀତି ବିରୋଧରେ କେରଳ ସରକାରଙ୍କ ପ୍ରତିବାଦ, ମୁଖ୍ୟମନ୍ତ୍ରୀ ବିଜୟନ କହିଲେ, ‘ଏକଜୁଟ୍ ହୋଇ ଲଢ଼ିବୁ’

ନୂଆଦିଲ୍ଲୀ, ୦୮/୦୨: ଦିଲ୍ଲୀର ଜନ୍ତର-ମନ୍ତରରେ ଗୁରୁବାର ପ୍ରତିବାଦ କରିଛନ୍ତି କେରଳ ସରକାର । କେନ୍ଦ୍ର ସରକାରଙ୍କ ଟିକସ ନୀତିକୁ ବିରୋଧ କରିଛି କେରଳ । କେରଳ ମୁଖ୍ୟମନ୍ତ୍ରୀ ପିନରଇ ବିଜୟନଙ୍କ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମନଙ୍କ ସହ ସିପିଏମ୍ ମହାସଚିବ ସୀତାରାମ ୟେଚୁରୀ ପ୍ରତିବାଦରେ ସାମିଲ୍ ହୋଇଛନ୍ତି ।

ପ୍ରତିବାଦ ଅବସରରେ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ କହିଛନ୍ତି, ଆଜିର ଦିନ ଭାରତୀୟ ଇତିହାସରେ ଏକ ବିଶେଷ ଦିନ ହେବାକୁ ଯାଉଛି । ଆମେ ଏକଜୁଟ୍ ହୋଇ ଲଢ଼ିବୁ । ଭାରତର ସଂଘୀୟ ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ଲାଗି ଏକାଠି ହୋଇଛୁ । ଆମେ ଲଢ଼େଇର ଆରମ୍ଭ କରିଛୁ, ଯାହା ରାଜ୍ୟଗୁଡ଼ିକ ସହିତ ସମାନ ବ୍ୟବହାର ସୁନିଶ୍ଚିତ କରିବ ।

ସମାନ ପ୍ରସଙ୍ଗରେ ବୁଧବାର (ଫେବ୍ରୁଆରୀ ୭ରେ) କର୍ଣ୍ଣାଟକ ସରକାର ମଧ୍ୟ ଜନ୍ତର-ମନ୍ତରରେ ପ୍ରତିବାଦ କରିଥିଲେ । ପ୍ରତିବାଦରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ସାମିଲ୍ ହୋଇଥିଲେ । କର୍ଣ୍ଣାଟକ ଓ କେରଳ ବ୍ୟତୀତ୍ ତାମିଲନାଡ଼ୁ, ତେଲଙ୍ଗାନା ମଧ୍ୟ ପାଣ୍ଠି ବଣ୍ଟନରେ କେନ୍ଦ୍ର ସରକାର ଭେଦଭାବ କରୁଥିବା ଅଭିଯୋଗ ଆଣିଛନ୍ତି ।

ପ୍ରତିବାଦ କାହିଁକି ?

କେରଳ ଓ କର୍ଣ୍ଣାଟକ ସରକାର କେନ୍ଦ୍ର ଦେଉଥିବା ଟିକସ ସେୟାର ଏବଂ ପାଣ୍ଠି ବଣ୍ଟନକୁ ନେଇ ହେଉଥିବା ଭେଦଭାବ ବିରୋଧରେ ସ୍ୱର ଉଠାଇଛନ୍ତି । ୧୫ତମ ଅର୍ଥ କମିଶନ ଲାଗୁ ହେବା ପରେ କେନ୍ଦ୍ର ପକ୍ଷରୁ ମିଳୁଥିବା ଟିକସ ସେୟାରରେ କର୍ଣ୍ଣାଟକର ଅଂଶ ୪.୧୭%ରୁ ହ୍ରାସ ପାଇ ୩.୬୪% ରହିଛି । ଫଳରେ ରାଜ୍ୟକୁ ଟିକସରେ ୬୨ ହଜାର ୦୯୮ କୋଟି ଟଙ୍କା କ୍ଷତି ହୋଇଛି । କେରଳ ଓ କର୍ଣ୍ଣାଟକ ସରକାରଙ୍କ ଅନୁସାରେ, ବିଜେପି ଶାସିତ ରାଜ୍ୟକୁ ଅଧିକ ପାଣ୍ଠି ଦିଆ ଯାଉଛି ।

୧୭ ରାଜ୍ୟ ଉପରେ ଧ୍ୟାନ

ପ୍ରତିବାଦ ପୂର୍ବରୁ ବୁଧବାର କେରଳ ମୁଖ୍ୟମନ୍ତ୍ରୀ ବିଜୟନ କହିଥିଲେ, ଦେଶର ୧୭ ରାଜ୍ୟରେ ଏନଡିଏ ସରକାର ରହିଛି । କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ ଉକ୍ତ ୧୭ ରାଜ୍ୟକୁ ପସନ୍ଦ କରୁଛନ୍ତି । ଯେଉଁମାନେ ଏନଡିଏରେ ନାହାନ୍ତି, ସେମାନଙ୍କୁ ଗୁରୁତ୍ୱ ଦିଆ ଯାଉ ନାହିଁ । ଏହି ଆନ୍ଦୋଳନ କେବଳ କେରଳ ପାଇଁ ନୁହେଁ, ବରଂ ସବୁ ରାଜ୍ୟର ସାମ୍ବିଧାନିକ ଅଧିକାର ରକ୍ଷା । ଏହି ସଂଘର୍ଷର ଉଦ୍ଦେଶ୍ୟ କାହା ଉପରେ ବିଜୟ ନୁହେଁ ବରଂ ନିଶ୍ଚିତ କରିବା ଆତ୍ମସମର୍ପଣ ପରିବର୍ତ୍ତେ ହକ୍ ପାଇଁ ଲଢ଼ିବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.