ପ୍ରମୂଖ ଖବର

ପ୍ରଧାନମନ୍ତ୍ରୀ ମୋଦି ପାର୍ଟି ଫଣ୍ଡକୁ ଦେଲେ ଚାନ୍ଦା , ଜାଣନ୍ତୁ କେତେ କଲେ ଡୋନେଟ୍‌

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଭାରତୀୟ ଜନତା ପାର୍ଟିର ଚାନ୍ଦା ଅଭିଯାନରେ ନିଜର ଯୋଗଦାନ ଦେଇଛନ୍ତି। ନମୋ ଆପ୍‌ ଜରିଆରେ ୨୦୦୦ଟଙ୍କାର ଏହି ଚାନ୍ଦା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ସେ ସୋସିଆଲ ମିଡ଼ିଆ ସାଇଟ୍‌ ଏକ୍ସରେ ଏହି ବିଷୟରେ ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ନିଜ ପୋଷ୍ଟରେ ଲେଖିଛନ୍ତି କି, ପାର୍ଟିରେ ଯୋଗଦାନ ଦେଇ ମୋତେ ବହୁତ ଖୁସି ଲାଗୁଛି। ଉଲ୍ଲେଖନୀୟ ଯେ,ଏହା ପୂର୍ବରୁ ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଅନେକ ନେତାମାନେ ନମୋ ଆପ୍‌ ମାଧ୍ୟମରେ ପାର୍ଟି ଫଣ୍ଡରେ ଚାନ୍ଦା ଦେଇଛନ୍ତି। ଏହି ଲୋକେ ଅଲଗା ଅଲଗା ଅର୍ଥ ଡୋନେଟ୍‌ କରିଛନ୍ତି। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଟିକୁ ଚାନ୍ଦା ଦେବାର ସୂଚନା ସୋସିଆଲ ମିଡ଼ିଆରେ ପୋଷ୍ଟ ମାଧ୍ୟମରେ ଦେଇଛନ୍ତି। ସେ ଲେଖିଛନ୍ତି କି, ଏକ ବିକଶିତ ଭାରତର ନିର୍ମାଣରେ ଆମର ଚେଷ୍ଟାକୁ ମଜବୁତ୍‌ କରନ୍ତୁ। ଏହା ବ୍ୟତୀତ ସେ ସାଧାରଣ ଲୋକଙ୍କୁ ଡୋନେସନର ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି କି,  ମୁଁ ସବୁ ଲୋକଙ୍କୁ ନମୋ ଆପ୍‌ ମାଧ୍ୟମରେ ଡୋନେସନ କରି ଭାରତ ନିର୍ମାଣରେ ସଦସ୍ୟ ହେବାକୁ ଅନୁରୋଧ କରୁଛି। 


ଉଲ୍ଲେଖନୀୟ ଯେ, ଗୋଟିଏ ଦିନ ପୂର୍ବରୁ ବିଜେପି ନିଜର ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଜାରି କରିଛି। ଏହି ତାଲିକାରେ ମୋଟ ୧୯୫ଜଣ ପ୍ରାର୍ଥୀଙ୍କ ନାଁ ରହିଛି। ପ୍ରଥମ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ ସାମିଲ ଅଛି। ଏହା ବ୍ୟତୀତ ଏହି ତାଲିକାରେ ଅନେକ କେନ୍ଦ୍ର ମନ୍ତ୍ରୀ ଓ ସାଂସଦଙ୍କ ନାଁ ମଧ୍ୟ ସାମିଲ ଅଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.