ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗୋଟିଏ ପ୍ରଡକ୍ଟକୁ ବାରମ୍ୱାର ଲଞ୍ଚ କରିବା ଚକ୍କରରେ କଂଗ୍ରେସ ... ପରୋକ୍ଷରେ ରାହୁଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ୍‌

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବର ଜବାବ ଦେଇ କଂଗ୍ରେସ ପାର୍ଟି ଉପରେ ଖୁବ୍‌ ବର୍ଷିଲେ। ପ୍ରଧାନମନ୍ତ୍ରୀ ମୋଦି ନିଜର ସମ୍ୱୋଦନରେ କହିଛନ୍ତି କି, କଂଗ୍ରେସ ପାର୍ଟି ଉପରେ ପୁଣି ଥରେ ପରିବାରବାଦକୁ ପ୍ରଶୟ ଦେବାର ଅଭିଯୋଗ ଲଗାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି କି ସେ ବିରୋଧି ଭାବେ ନିଜର ଦାୟିତ୍ୱ ତୁଲାଇବାରେ ବିଫଳ ହୋଇଛନ୍ତି । ମୁଁ ସର୍ବଦା କହିଛି କି ଦେଶକୁ ଏକ ଭଲ ବିରୋଧି ଦଳର ଆବଶ୍ୟକତା ରହିଛି। ସେ ନାମ ନନେଇ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ ଶର ମାରିଛନ୍ତି । କହିଛନ୍ତି ଗୋଟିଏ ପ୍ରଡକ୍ଟକୁ ବାରମ୍ୱାର ଲଞ୍ଚ କରିବା ଚକ୍କରରେ କକଂଗ୍ରେସର ଦୋକାନରେ ତାଲା ଲଗେଇବାର ଦିନ ଆସି ଯାଇଛି। 

ସଂସଦରେ ବିରୋଧିଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ କଟାକ୍ଷ, କହିଲେ- ଆଗାମୀ ନିର୍ବାଚନରେ ଦର୍ଶକ ଗ୍ୟାଲେରୀରେ ବସିଥିବାର ଦେଖିବାକୁ ମିଳିବେ...

ପ୍ରଧାନମନ୍ତ୍ରୀ ମୋଦି ସଂସଦରେ ନିଜ ଭାଷଣ ବେଳେ କଂଗ୍ରେସ ପାର୍ଟିକୁ ଖୁବ୍‌ ଟାର୍ଗେଟ୍ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ନିଜ ଭାଷଣରେ କଂଗ୍ରେସ ଉପରେ ଖୁବ୍‌ ଆକ୍ରମଣ କରିବା ନଜର ଆସିଛି। ସେ କହିଥିଲେ –ମୁଁ ଦେଖୁଛି ଆପଣଙ୍କ ଭିତରେ କିଛି ଲୋକ(ବିପକ୍ଷ) ନିର୍ବାଚନ ଲଢିବାର ସାହସ ମଧ୍ୟ ହରାଇ ସାରିଲେଣି। ଗତ ଥର ମଧ୍ୟ କିଛି ସିଟ୍‌ ବଦଳି ଥିଲା , ମୁଁ ଶୁଣିଛି କି ଅନେକ ଲୋକ ଏହିଥର ବି ନିଜର ସିଟ୍ ବଦଳାଇବାକୁ ଭାବୁଛନ୍ତି । ଏହା ବି ଶୁଣିଛି କି ଅନେକ ଲୋକ ଏବେ ଲୋକସଭା ପରିବର୍ତ୍ତେ ରାଜ୍ୟସଭା ଯିବାକୁ ଚାହୁଁଛନ୍ତି। ସେମାନେ ସ୍ଥିତିକୁ ଆକଳନ କରି ନିଜ ନିଜର ରାସ୍ତା ତଲାସରେ ଅଛନ୍ତି। 

ପିଏମ୍‌ ମୋଦି ନାମ ନନେଇ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଥିଲେ । ସେ କହିଥିଲେ, ଗୋଟିଏ ହିଁ ପ୍ରଡକ୍ଟକୁ ବାରମ୍ୱାର ଲଞ୍ଚ କରିବା ଚକ୍କରରେ କଂଗ୍ରେସର ଦୋକାନ ତାଲା ପକାଇବା ସ୍ଥିତିକୁ ଆସିଛି । ପିଏମ୍‌ ମୋଦି ସଂସଦରେ କହିଛନ୍ତି କଂଗ୍ରେସ ସଂସଦରେ କ୍ୟାନସଲ କଲଚର କୁ ପ୍ରସାର କରୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.