ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଆତଙ୍କବାଦୀଙ୍କୁ ପାକିସ୍ତାନ ଦେଖାଉଛି ହମାସ୍ ଭିଡିଓ, ଅକ୍ଟୋବର ୭ ଭଳି ଆକ୍ରମଣ ପାଇଁ ଲସ୍କର କିଣିଲା ଗ୍ଲାଇଡର ଓ ଡ୍ରୋନ୍

ନୂଆଦିଲ୍ଲୀ, ୦୯/୧୧: ଗତ ଅକ୍ଟୋବର ୭ରେ ହମାସ୍-ଇସ୍ରାଏଲରେ କିଭଳି ଲୋକଙ୍କୁ ସର୍ବସମ୍ମୁଖରେ ହତ୍ୟା କରୁଥିଲା । ଏବେ ହମାସର ସେହି ହତ୍ୟା ଶୈଳୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା ପାଇଁ ପ୍ରେରଣା ପାଲଟିଛି । ଚର୍ଚ୍ଚା ହେଉଛି, ପାକିସ୍ତାନର ଆତଙ୍କୀ ସଂଗଠନ ଲସ୍କର ତାର ଆତଙ୍କବାଦୀଙ୍କୁ ହମାସର ହତ୍ୟାକାଣ୍ଡର ଭିଡିଓ ଦେଖାଇ ଭାରତ ପାଇଁ ପ୍ରସ୍ତୁତ କରୁଛି । ଗୁଇନ୍ଦା ଏଜେନ୍ସି ଏନେଇ ସୂଚନା ପାଇଛନ୍ତି ।

ଭିଡିଓରେ ଦେଖା ଯାଉଛି, କିଭଳି ହମାସ୍ ଆତଙ୍କବାଦୀ ମୋଟରାଇଜ୍ଡ ଗ୍ଲାଇଡର ଓ ହ୍ୟାଣ୍ଡ ଗ୍ଲାଇଡର ସହାୟତାରେ ଇସ୍ରାଏଲରେ ପଶୁଛନ୍ତି । ସେଭଳି ଆକ୍ରମଣ ପାଇଁ ଲସ୍କର ବିପୁଳ ଡ୍ରୋନ୍ ମଧ୍ୟ କିଣିଛି । ଯାହାକି ଜଣେ ବ୍ୟକ୍ତିଙ୍କୁ ଉଡ଼ାଇ ନେଇ ପାରିବ । ତାହାକୁ ମ୍ୟାନ୍ ଲିଫ୍ଟିଂ ଡ୍ରୋନ୍ କୁହାଯାଏ । ଏହାଛଡ଼ା ଲସ୍କର କିଛି ଗ୍ଲାଇଡର କିଣିଥିବା କୁହାଯାଉଛି ।

ମଦ ପିଇବାର ୨ ଦିନ ପରେ ହରିୟାଣାରେ ୬ ଜଣଙ୍କ ମୃତ୍ୟୁ ଅଭିଯୋଗ

ଆଶଙ୍କା କରାଯାଉଛି, ହମାସ୍ ଭଳି ଲସ୍କର ଭାରତର ଗୁଜରାଟ, ରାଜସ୍ଥାନ, କାଶ୍ମୀର ଓ ପଞ୍ଜାବରେ ଆକ୍ରମଣ କରିପାରେ । ଯାହାକୁ ନେଇ ସୁରକ୍ଷା ଏଜେନ୍ସିକୁ ଆଲର୍ଟ କରାଯାଇଛି । କୌଣସି ବି ସ୍ଥିତିର ମୁକାବିଲା ଲାଗି ଜାରି ଏସଓପିକୁ କଡ଼ାକଡ଼ି ପାଳନ କରିବାକୁ ସୁରକ୍ଷା ଏଜେନ୍ସିକୁ ନିର୍ଦ୍ଦେଶ ଦେଇଛି ଗୃହ ମନ୍ତ୍ରଣାଳୟ ।

ସୂତ୍ର ଅନୁସାରେ, ଗୁଇନ୍ଦା ଏଜେନ୍ସିକୁ ମିଳିଥିବା ସୂଚନା ଅନୁସାରେ ପାକିସ୍ତାନର ଆତଙ୍କୀ ଶିବିରରେ ହମାସର ଭିଡିଓ ଦେଖାଉଛି ଲସ୍କର । ଯେଭଳି ଭିଡିଓରୁ ଆତଙ୍କବାଦୀ ହମାସ ଭଳି ଆକ୍ରମଣ କରିବାର କୌଶଳ ଭଲ ଭାବେ ଶିଖି ପାରିବେ । 

ଗାଜା ଛାଡ଼ୁଛନ୍ତି ଲୋକ, ଆକ୍ରମଣକୁ ବ୍ୟାପକ କରୁଛି ଇସ୍ରାଏଲ୍, ଅସ୍ତ୍ରବିରତି ପାଇଁ ନେତନ୍ୟାହୁ ଅରାଜି

ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ, ସୀମାରେ ଡ୍ରୋନ୍ ସୁରକ୍ଷା ବଢ଼ାଇ ଦିଆଯାଇଛି । କୌଣସି ବି ଉଡ଼ାଣକାରୀ ଅବଜେକ୍ଟକୁ ଗୁଳି କରିବା ଲାଗି ଯବାନଙ୍କୁ ନିର୍ଦ୍ଦେଶ ମିଳିଛି । ସୀମାନ୍ତ ଅଞ୍ଚଳରେ ରାଡାର ମାଧ୍ୟମରେ ବି ସୁରକ୍ଷା ଉପରେ ଧ୍ୟାନ ଦିଆଯାଇଛି ।

ଦକ୍ଷିଣ ଏସିଆରେ ଲସ୍କର-ଏ-ତୋଏବା ହେଉଛି ସବୁଠୁ ବଡ଼ ଇସଲାମ୍ ଆତଙ୍କବାଦୀ ସଂଗଠନ । ୧୯୯୦ରେ ହାଫିଜ୍ ମୁହମ୍ମଦ ସଇଦ ଲସ୍କରର ପ୍ରତିଷ୍ଠା ଆଫଗାନିସ୍ତାନର କୁନାର ପ୍ରଦେଶରେ କରିଥିଲା । ଏବେ ହାଫିଜ୍ ପାକିସ୍ତାନରୁ ଲସ୍କରକୁ ପରିଚାଳନା କରୁଛି । ୨୬/୧୧ ମୁମ୍ବାଇ ଆକ୍ରମଣ ପାଇଁ ଲସ୍କର ନିଜକୁ ଦାୟୀ କରିଥିଲା । 

ୟୁକ୍ରେନ୍‌ ପରେ ଜର୍ଜିଆ ସହ ମୁହାଁମୁହିଁ ହୋଇପାରେ ରୁଷ୍‌, ବିବାଦୀୟ ଅଞ୍ଚଳରେ ଲୋକଙ୍କୁ ହତ୍ୟା କଲା ରୁଷ୍‌ ସେନା

Copyright © 2022 - Summa Real Media Private Limited. All Rights Reserved.