ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶେହବାଜ ଶରିଫଙ୍କ ହାତରେ ରହିବ ପାକିସ୍ତାନର ଶାସନ, ଲଗାତାର ୨ୟ ଥର ହେଲେ ପ୍ରଧାନମନ୍ତ୍ରୀ

ଇସଲାମାବାଦ : ଶେହବାଜ ଶରିଫଙ୍କୁ ପାକିସ୍ତାନର ୨୪ତମ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ପାଇଁ ପାକିସ୍ତାନର ନ୍ୟାସନାଲ ଆସେମ୍ୱଲିରେ ଭୋଟିଂ ହୋଇଛି। ନ୍ୟାସନାଲ ଆସେମ୍ୱଲିର ସ୍ପିକର ଅୟାଜ ସାଦିକ ଭୋଟର ରେକର୍ଡ ପ୍ରଦାନ କରିଛନ୍ତି। ଅୟାଜ ସାଦିକ ଫଳାଫଳର ଘୋଷଣା କରି କହିଛନ୍ତି କି, ଶେହବାଜ ଶରିଫ ୨୦୧ ଭୋଟ ପାଇ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ୩ଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ରହିଥିବା ଶେହବାଜ ଶରିଫ୍‌ ୨୦୨୨ ମସିହାରେ ପ୍ରଥମ ଥର ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଛନ୍ତି। କହି ରଖୁଛୁ କି, ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ପ୍ରଥମ କାର୍ଯ୍ୟକାଳ କେବଳ ୧୬ ମାସ ଯାଏ ରହିଥିଲା। 

ଅଗଷ୍ଟ ୨୦୨୩ରେ ନିଜ ସରକାରର କାର୍ଯ୍ୟକାଳ ପୂରା ହେବାରେ ଶେହବାଜ ଶରିଫ ଦାବି କରିଥିଲେ କି, ସେ ପାକିସ୍ତାନକୁ ଡିଫଲ୍ଟରୁ ରକ୍ଷା କରିବେ। ସେ କହିଥିଲେ କି, ଯେଉଁ ପରିସ୍ଥିତିରେ ତାଙ୍କୁ ଅର୍ଥ ବ୍ୟବସ୍ଥା ମିଳିଛି, ସେ ୧୬ ମାସରେ ଯେତେ ସମ୍ଭବ ହୋଇପାରେ ସେତେ ପ୍ରୟାସ କରିଛନ୍ତି। ଏବେ ପୁଣି ଥରେ୯ ଫେବ୍ରୁଆରୀ ୨୦୨୪ରେ ନିର୍ବାଚନର ଫଳାଫଳ ଓ ନୂଆ ନ୍ୟାସନାଲ ଆସେମ୍ୱଲିର ଗଠନ ପରେ ତାଙ୍କୁ ଦ୍ୱିତୀୟ ଥର ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ୍‌ଙ୍କ ଛୋଟ ଭାଇ ଶେହବାଜ ଶରିଫଙ୍କର ଜନ୍ମ ୧୯୫୦ରେ ଲାହୋରରେ ହୋଇଥିଲା। ଶେହବାଜ ଶରିଫଙ୍କୁ ୧୯୮୫ରେ ଲାହୋର ଚ୍ୟାମ୍ୱର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀଜ୍‌ର ଅଧ୍ୟକ୍ଷ ଭାବେ ମଧ୍ୟ ଚୟନ କରାଯାଇଥିଲା। ଶେହବାଜ ଶରିଫ ପ୍ରଥମ ଥର ୧୯୮୮ରେ ପଞ୍ଜାବ ବିଧାନସଭା ପହଞ୍ଚି ଥିଲେ। ୧୯୯୭ର ସେ ୩ୟ ଥର ପଞ୍ଜାବ ବିଧାନସଭାର ସଦସ୍ୟ ଭାବେ ଚୟନ ହୋଇଥିଲେ ଏବଂ ସଂପୃକ୍ତ ପ୍ରାନ୍ତର ମୁଖ୍ୟମନ୍ତ୍ରୀ ହେଲେ। 

୧୯୯୯ରେ ସାମଗରିକ ବିଦ୍ରୋହ ପରେ ତାଙ୍କୁ ପଦଚ୍ୟୁତ କରାଗଲା ଏବଂ ସାଉଦୀ ଆରବରେ ନିର୍ବାସନରେ ରହିଲେ। ୮ ବର୍ଷ ନିର୍ବାସନରେ ବିତେଇବା ପରେ ସେ ୨୦୦୭ରେ ପାକିସ୍ତାନ ଫେରି ଆସିଲେ। ୨୦୦୮ରେ ସେ ୪ର୍ଥ ଥର ଭକ୍କରରୁ ପ୍ରାନ୍ତୀୟ ବିଧାନସଭା ସିଟ୍‌ ଜିତିଲେ ଏବଂ ୨ୟ ଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ହେଲେ। ୨୦୧୩ରେ ସେ ପୁଣି ଥରେ ଲାହୋରରୁ ବିଧାନସଭାର ସଦସ୍ୟ ହେଲେ ଏବଂ ୩ୟ ଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଚୟନ ହେଲେ। ୨୦୧୮ରେ ନିଜର ବଡ଼ ଭାଇ ନୱାଜ ଶରିଫଙ୍କୁ ସୁପ୍ରିମକୋର୍ଟରୁ ଅଯୋଗ୍ୟ ଘୋଷିତ କରାଯିବା ପରେ ତାଙ୍କୁ ପାକିସ୍ତାନର ମୁସଲିମ୍‌ ଲିଗ୍‌ (ଏନ)ର ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇ ଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.