ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଚୀନ୍ ସରକାରୀ କର୍ମଚାରୀଙ୍କୁ ଆଇଫୋନ୍ ବ୍ୟାନ୍ ପ୍ରଭାବ, ବିକ୍ରି ୫% କମିପାରେ

ନୂଆଦିଲ୍ଲୀ,୦୯/୦୯: ଚୀନ ସରକାର  ସେଠାକାର ସରକାରୀ କର୍ମଚାରୀଙ୍କୁ ଆଇଫୋନ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦେବା ପରେ ଏହା କମ୍ପାନିର ସେୟାର କାରବାର ଉପରେ ପ୍ରଭାବ ପଡିଛି । ଫଳରେ ଆପଲ୍‌ କମ୍ପାନିର ସେୟାର  କାରବାର ୬% ହ୍ରାସ ହୋଇଛି । ଗୁରୁବାର ଏହା  ୫.୩୫ ଡଲାର ହ୍ରାସ ହୋଇ ୧୭୭.୫୬ ଡଲାର  ରହିଛି । 

ଚୀନ ହେଉଛି ଆପଲର ତୃତୀୟ ବୃହତ୍‌  ବଜାର । ଗତ ବର୍ଷ ଚୀନର ୩୯୪ ବିଲିୟନ  ଡଲାର ରାଜସ୍ୱ ମଧ୍ୟରୁ ଚୀନର ଅଂଶ ୧୮% ରହିଛି ।  ଚୀନରେ ଆପଲର ସବୁଠାରୁ ଅଧିକ ଫୋନ  ନିର୍ମାଣ ହୋଇଥାଏ । ସେଠାରେ କଟକଣା ଯୋଗୁ  କମ୍ପାନିର ବିକ୍ରି ୫% କମିପାରେ ବୋଲି ଆକଳନ  କରାଯାଇଛି । ଆମେରିକାର ଆପଲ ସହ ଅନ୍ୟ  ଦେଶଗୁଡିକର ଡିଭାଇସ ବ୍ୟବହାର ନ କରିବାକୁ  ଚୀନ ସରକାର ସରକାରୀ କର୍ମଚାରୀଙ୍କୁ ବାରଣ  କରିଥିବା ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ଏକ ରିପୋର୍ଟ  ଆସିଥିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.